କାରେଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରେଣୀ
ଉଚ୍ଚାରଣ: kāreṇī

ଗ୍ରା. ବିଣ. ପୁଂ. (ସଂ. କାରିନ୍; କାରିଣୀ) —

୧: କର୍ତ୍ତା; ମାଲିକ —୧. Master; lord.

ୟାବତ ଜନଙ୍କ ପରେ ହୋଇବୁ କାରେଣି—ବିଷ୍ଣୁକେଶରୀପୁରାଣ

୨: ଶ୍ରେଷ୍ଠ ବ୍ୟ୍ୟକ୍ତି; ଅଧ୍ୟକ୍ଷ —୨. Head; chief.

ଚତୁର୍ଦ୍ଦଶ ଲୋକେ ତାକୁ କାରେଣି କରିଲେ—ବିଷ୍ଣୁ କେଶରୀପୁରାଣ

୩: ପ୍ରତିଷ୍ଠାତା; ସୃଷ୍ଟିକର୍ତ୍ତା —୩. Creator.

ହେଉ ବୋଲି ବୋଇଲେ ସେ ଜଗତକାରଣୀ—ବିଷ୍ଣୁକେଶରୀପୁରାଣ

୪: ମୁକ୍ତିଦାତା; ରକ୍ଷାକର୍ତ୍ତା; ଉଦ୍ଧାରକର୍ତ୍ତା — ୪. Redeemer; savior.

ପିତାମହଙ୍କ ପ୍ରସାଦେ ତ୍ରିଲୋକକାରେଣି—ବିଷ୍ଣୁ କେଶରୀପୁରାଣ

୫: ସୁଖଦାୟ; ସୁଖଦାୟୀ — ୫. Giving happiness or blessing.

୬: ଦଣ୍ଡ ଆଦି ଗ୍ରହଣ କରିବାର ବା ପାଇବାର ଯୋଗ୍ୟ; ଅର୍ହ —୬. Amenable to; liable to.

ଯେବଣ ଜନ ତୋହର ମହିମା ନ ଜାଣି ୟମ ରାଜାର ଦଣ୍ଡେ ସେ ହୁଅଇ କାରେଣି—ବିଷ୍ଣୁ କେଶରୀପୁରାଣ

ଦେ. ବିଣ. ସ୍ତ୍ରୀ —

୧: କର୍ତ୍ତ୍ରୀ —୧. Mistress.

୨: ରକ୍ଷାକର୍ତ୍ତ୍ରୀ — ୨. (She) Redeemer; saviour.

୩: ସୁଖ ବିଧାତ୍ରୀ —୩. Giving blessing.