କୁଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶ
ଉଚ୍ଚାରଣ: Kuṡa
ସଂ.—ଦର୍ଭ, ୟଜ୍ଞଭୂଷଣ, ସୂଚୀପତ୍ର কুশ कुश ତେ. ଦର୍ଭ

ସଂ. ବି. (କୁ=ପୃଥିବୀ+ଶୀ ଧାତୁ=ଶୟନ କରିବା+ଅଧିକରଣେ.ଅ; ୟାହାକୁ ପାରି ପୃଥିବୀରେ ଶୟନ କରାଯାଏ —

୧: ଶ୍ରାଦ୍ଧତର୍ପଣାଦି ବୈଦିକ ଅନୁଷ୍ଠାନରେ ବ୍ୟବହୁତ ହେଉଥିବା ଏକପ୍ରକାର ତୃଣ — ୧. A species of grass used in the performance of religious ceremonies Eragrostis Cynosuroides; Poa Cynosuroides.

[ଦ୍ର—ଏହା ଦୁଇ ପ୍ରକାର; ଯଥା—ଶ୍ବେତ ଓ କୃଷ୍ଣ]

୨: ପୁରାଣୋକ୍ତ ଦ୍ବୀପବିଶେଷ; କୁଶଦ୍ବୀପ — ୨. One of the ୭ islands making up the world (as described by the ancient hindus).

୩: ଲଙ୍ଗଳର ଈଷକୁ ଯୁଆଳି ସଙ୍ଗେ ବାନ୍ଧବା ପାଇଁ ବ୍ୟବହୃତ କୁଶଦଉଡ଼ି — ୩. A rope of Kuṡa grass to tie the beam or pole of a plough with the yoke.

୪: ଜଳ —୪. Water.

୧: ଓ ୪: ଅର୍ଥ—ବୁଡ଼ଣା କୁଶଅଗ୍ର କୁଶବିନ୍ଦୁରେ ସିନ୍ଧୁରେ ୟାହାକୁ ନୋହି. ଭ଼ଞ୍ଜ. ବୈଦହୀଶବିଳାସ

୫: ଶ୍ରୀରାମଙ୍କର ବଡ଼ ପୁଅ — ୫. Name of the elder of the twin sons of Rāmachandra.

[ଦ୍ର—ଏ ସୀତାଙ୍କ ୟମଜ ପୁତ୍ର ମଧ୍ୟରୁ ପ୍ରଥମେ ଭୂମିଷ୍ଠ ହୋଇ ବାଲ୍ମୀକିଙ୍କ ତପୋବନରେ ବଢ଼ି ବାଲ୍ମିକୀଙ୍କଠାରୁ ଶିକ୍ଷା ପାଇଥିଲେ ରାମ ଏହାକୁ କୁଶାବତୀ ନଗରୀର ରାଜା କରି ଦେଇଥିଲେ, କିନ୍ତୁ ପରେ ଏ ଅଯୋଧ୍ୟାକୁ ଫେରି ଆସିଥିଲେ]

ସଂ. ବିଣ —

୧: ମତ୍ତ —୧. maddened.

୨: ହୀନ; ଖଳ —୨. Wicked; vile; depraved.

୩: ମାତାଳ୍ —୩. intoxicated; inebritated.

୪: ପାପିଷ୍ଠ —୪. Sinful; depraved.

ଗ୍ରା. ବିଣ —

୧: କୃଷ୍ଣର ଡାକ ନାମ — ୧. Name of calling Kṛushṇa.

୨: (ଲକ୍ଷଣାର୍ଥ) ବ୍ରାହ୍ମଣ —୨. A Brāhmaṇa.

ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ରୋଶ) —

କ୍ରୋଶ; ଦୁଇ ମାଇଲ୍ ଦୂରତ୍ବ —A distance of two miles.