କେଶଦୁଦୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶଦୁଦୁରା
ଉଚ୍ଚାରଣ: Keṡadudurā
ସଂ. କେଶରାଜ , ଭୃଙ୍ଗରାଜ, କୁନ୍ତଳବର୍ଦ୍ଧନ, କେଶରଞ୍ଜନ ପିତୃପ୍ରିୟ, ଭୃଙ୍ଗ, ଅଙ୍ଗାରକ ଭୃଙ୍ଗାର, ମାର୍କବ কেশারিয়া, কেশরাজ কেত্তভে, কেশাতিয়া ভীমরাজ भङ्गरा, भोगारिया, कुकुर भांगरा ଫା. ଜମର୍ଦର୍ ଆ. ହଜୀଜ୍ ତେ. ଗୁଣ୍ଟକଲଗରଚେଟ୍ଟୁ, ଭୃଙ୍ଗରାଜ

ଦେ. ବି. (ସଂ. କେଶରାଜ) —

ସୋମରୀଜୀ ବର୍ଗର ସରୁ କର୍କଶ ଇଟାଳିଆ ଶାକବିଶେଷ — Eclipta Prostrata; Eclipta Alba (creeper); Wedela Calendulacea.

[ ଦ୍ର—ଏହାର ଫୁଲ ଛୋଟ ଓ ଧଳା. ପତ୍ର ଅଭିମୁଖୀ; ବର୍ଷତମାମ୍ ଫୁଲ ଫୁଟେ; ଏହି ଗଛର ପତ୍ରକୁ ଛେଚିଲେ ଯେଉଁ କଳାରସ ବାହାରେ ସେ ରସରେ ଦେଶୀ କାଳୀ ହୁଏ ଏହା କଟୁରସ, ତୀକ୍ଷ୍ଣ, ଉଷ୍ଣବୀର୍ୟ୍ୟ କେଶ ଓ ଚର୍ମର ଉପକାରକ, ରସାୟନ, ବଳକର ଓ ଦନ୍ତର ଦୃଢ଼ଢା ସମ୍ପାଦକ; ଏହା କଫ, ବାତ, କ୍ରିମି, ଶ୍ବାସ, କାସ, ଶୋଥ, ଆମଦୋଷ, ପାଣ୍ଡୁ, କୁଷ୍ଠ, ନେତ୍ରରୋଗ ଓ ଶିରୋରୋଗରେ, ଉପକାରୀ]