କୋଇଲିଖିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଇଲିଖିଆ
ଉଚ୍ଚାରଣ: Koilikhiā
ସଂ. ପର୍ୟ୍ୟାୟ—କୋକିଳାକ୍ଷ; କୁଳିକ; ଝିଣ୍ଟି; ଇକ୍ଷୁଗନ୍ଧା; କାକେକ୍ଷୁ; ଇକ୍ଷୁର; କ୍ଷୁରକ; ଭିକ୍ଷୁ; କାଣ୍ଡେକ୍ଷୁ; ଶୃଗାଳୀ; ଶୃଙ୍ଖଳୀ; ଇକ୍ଷୁବାଳିକା; ଶୂରକ; ଶୃଗାଳ; ଘଣ୍ଟି; ବଜ୍ରାସ୍ଥି; ଶୃଙ୍ଖଳା; ବନକଣ୍ଟକ; ବଜ୍ର; ବଜ୍ରକଣ୍ଟକ; ତ୍ରିକ୍ଷୁର; ଛତ୍ରକ; ଶୁକ୍ଳପୁଷ୍ପ, ଅତିଛତ୍ର কুলেখাড়া; কুলেকাঁটা; কুলিকা; কোলিকা, কান্টি ঝাঞ্জি; কাদাঝাঁটি; কুলিআখাড়া; কাঁটাকুলকা तालमोखना; कैलया ମ. କୋଳିସା; ବିଖରା ତେ. ଗୋଲିମିଡ଼ିଚେଟ୍ଟୂ; ଗୋବୀ ଗୁ. ଏଖରୋ

ଦେ. ବି. (ସଂ. କୋକିଳାକ୍ଷ) —

ପାଣିକୂଳରେ ଜନ୍ମିବା ବାସକାଦି ବର୍ଗର ଶାକଗୁଳ୍ମବିଶେଷ — Long-lealeved Barleria; Hygrophila Spinosa; Ruellia Longifolia; a thorny plant growing in the blank of tanks etc.

[ ଦ୍ର—ଏଥିରେ ପେନ୍ଥାପେନ୍ଥା କଣ୍ଟା— ଥାଏ; ଫଳ କର୍କଶ; ଫୁଲ ଈଷତ୍ ରକ୍ତନୀଳ, କିନ୍ତୁ ଭିତର ଇଟାଳିଆ; ପତ୍ର କର୍କଶ; ଫୁଲ ଝଡ଼ିଗଲେ ବୀଜକୋଷରୁ ଜୀରା ପରି ମଞ୍ଜି ବାହାରେ; ଏ ମଞ୍ଜି ଔଷଧରେ ଲାଗେ ବୈଦ୍ୟକ ଅନୁସାରେ ଏ ମଞ୍ଜି ଗଣ୍ଠିବାତରେ ଉପକାରୀ ଡ଼ାକ୍ତରୀ ମତରେ ଏହା ମୂତ୍ରକାରକ ଓ ଜନନେନ୍ଦ୍ରୀୟ ସମ୍ବନ୍ଧୀୟ ରୋଗରେ ଉପକାରୀ ଧଳା ଓ ନାଲି ଫୁଲ ଭେଦରେ କୋଇଲିଖିଆ ଦ୍ବିବିଧ ଏହା ଶୀତବୀର୍ୟ୍ୟ, ଶୁକ୍ରବର୍ଦ୍ଧକ ଓ ପୀତବର୍ଦ୍ଧକ; ଏହା ଆମବାତ, ଶୋଥ, ଅଶ୍ମରୀ, ତୃଷ୍ଣା ଅରୁଚି ଓ ବାତରକ୍ତନାଶକ ]