କ୍ରୋଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୋଡ଼
ଉଚ୍ଚାରଣ: Kroṟḍ̠a

ସଂ. ବି. (କ୍ରୁଡ଼ ଧାତୁ=ଘେନ ହେବା+ସଂଜ୍ଞାର୍ଥେ. ଅ) —

୧: ଉତ୍ସଙ୍ଗ; କୋଳ; ଦୁଇ ଜଙ୍ଘର ମଧ୍ୟବର୍ତ୍ତୀ ସ୍ଥାନ;ଅଙ୍କ —୧. The lap.

୨: ଛାତି; ବକ୍ଷସ୍ଥଳ —୨. The chest; breast; bosom.

୩: କୋତଡ଼; ବୃକ୍ଷକୋଟର — ୩. The hollow of a tree.

ବଞ୍ଚିଲେ କ୍ରୋଡ଼େ ଲୁଚିଲେ ରାତ୍ରି ଚରେ ନ ମୁଞ୍ଚିଲେ କତା ଭୟ ହୃଦ ଭଞ୍ଜ.ବୈଦେହୀଶବିଳାସ

୪: ଶନିଗ୍ରହ —୪. Saturn (planet)

୫: ଘୁଷୁରି —୫. Hog; pig.

୬: କୌଣସି ବସ୍ତୁର ମଧ୍ୟଭାଗ — ୬. The middle part of any thing.

୮: ଘୋଡ଼ାର ଛାତି — ୮. The brest of a horse. (Apte).

୯: ଗୃହା —୯. Cavity.

୧: ଗର୍ତ୍ତ —୧୦. A hole; den; pit.

ক্রোড় करेड़ग

ଗ୍ରା. ବି. (ସଂ. କୋଟି) —

୧: ଲକ୍ଷ; ଏକ କୋଟି — Ten millions.