ଗଣିକାରିକା

ଉଇକିଅଭିଧାନ‌ରୁ

ଗଣିକାରିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଣି=ତର୍କ+କୃ ଧାତୁ +କର୍ତ୍ତୃ. ଅକ+ଆ; ଅମରଟୀକା; ଏହାର ଡ଼ାକ ଭାଙ୍ଗିଲେ ଶବ୍ଦ ହୁଏ)[ସମ୍ପାଦନା]

ଅଗ୍ନିମନ୍ଥ; ଅଗବଥୁ ଗଛ (ଦେଖ) - An ever green plant; Premna Integrifolia.

[ଦ୍ରଷ୍ଟବ୍ୟ — ପୂର୍ବକାଳରେ ଏହାର ଶୁଖିଲା ଡ଼ାଳ ଦୁଇ ଖଣ୍ତକୁ ଘର୍ଷଣ କରି ନିଆଁ ବାହାର କରାଯାଉ ଥିଲା ଏହାର ପତ୍ର ମତ୍ସ୍ୟାକାର, ଫୁଲ ଛୋଟ, ଆପୀତ, ବର୍ଷାକାଳରେ ଫୁଟେ, ଗଛ ଚିର ହରିତ୍, କାଠ ଓ ପତ୍ର ଈଷ୍ତ୍ ସୁଗନ୍ଧ ଲୋକେ କହନ୍ତି ଦେହରେ ଅଗ୍ୟାବାତ ଫଳି ଗଲେ ଏ ଗଛ ପାଖକୁ ଯାଇ ତା ସଙ୍ଗେ ସଙ୍ଗାତ ବସି ତାକୁ କୁଣ୍ଢାଇଲେ ଅଗ୍ୟାବାତ ଫୁଲା କମିଯାଏ ଡ଼ାଳ ଭାଙ୍ଗିଲେ ଶବ୍ଦ ହୁଏ]