ଗ୍ରାମ

ଉଇକିଅଭିଧାନ‌ରୁ

ଗ୍ରାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗ୍ରାମ ଧାତୁ ଣିଚ; ଗ୍ରାମୀ ଧାତୁ=ଆମନ୍ତ୍ରିତ ହେବା+ ଅ =ଯେଉଁଠାକୁ ଯିବାକୁ ଲୋକେ ନିମନ୍ତ୍ରିତ ହୁଅନ୍ତି; କିମ୍ୱା ଗମ୍ ଧାତୁ=ଯିବା+ଅ, (ନିପାତନ)=ଯେଉଁଠାକୁ ଲୋକେ ଯାଆନ୍ତି; କିମ୍ୱା ଗ୍ରସ୍ ଧାତୁ ମନ୍ (ନିପାତନ)[ସମ୍ପାଦନା]

୧. ବାସସ୍ଥାନ —୧. Residence.

ଲୋ ହଂସ! କାହିଁ ତୋର ଗ୍ରାମ; କେ ତୁମ୍ଭେ କିବା ତୁମ୍ଭ ନାମ—ଜଗନ୍ନାଥ. ଭାଗବତ

୨. ମଫସଲ —୨. The mofassal.
୩. ଲୋକାଳୟ; ଜନପଦ; ବସ୍ତୀ —୩. Village.
୪. କ୍ଷୁଦ୍ର ଗ୍ରାମ; ପଲ୍ଲୀ —୪. Hamlet.
୫. (ଅନ୍ୟ ଶବ୍ଦ ପରେ ପ୍ରଯୁକ୍ତ ହେଲେ) ସମୂହ — ୫. Multitude.

(ଯଥା—ସ୍ୱରଗ୍ରାମ, ଗୁଣଗ୍ରାମ, ଇନ୍ଦ୍ରିୟଗ୍ରାମ, ନୃପଗ୍ରାମ)

ଭୀମ ବୋଇଲେ ହେ ମୋହର ପରାକ୍ରମଦେଶଜ - ଆଜି ମାରିବି ଯୁଦ୍ଧେ ନୃପଗ୍ରାମ—କୃଷ୍ନସିଂହ. ମହାଭାରତ. କର୍ଣ୍ଣପର୍ବ

୬. ମୂର୍ଛନା ଓ ତାନାଦିର ଆଶ୍ରୟସ୍ୱରୂପ ସ୍ୱରସମୂହ; ସଙ୍ଗୀତର ସ୍ୱରଚୟ (ଷଡ଼୍ଜ, ମଧ୍ୟମ ଓ ଗାନ୍ଧାର କିମ୍ୱା ତାରା, ଉଦାରା, ମୁଦାରା) —୬. A scale in the musical gamut (loud, ordinary low)
୭. ଶିବ (ହି ଶବ୍ଦସାଗର) —୭. God Ṡiba.
୮. ସପ୍ତକ; ହିନ୍ଦୁ ସଙ୍ଗୀତର ସପ୍ତ ସ୍ୱରର ସମାହାର (ହି . ଶବ୍ଦସାଗର) —୮. The seven primary tunes of Hindues music.

[ ଦ୍ର—ହିନ୍ଦୁ ସଙ୍ଗୀତଶାସ୍ତ୍ରରେ ଷଡ଼୍ଜ, ମଧ୍ୟମ ଓ ପଞ୍ଚମ (ମତା- ନ୍ତରରେ ଗାନ୍ଧାର) ନାମରେ ୩ ଗ୍ରାମ ନିଶ୍ଚିତ କରାଯାଇଅଛି କେହି କେହି ଏହି ତିନି ଗ୍ରାମକୁ ଯଥାକ୍ରମେ ନନ୍ଦାବର୍ତ୍ତ, ସୁଭଦ୍ର ଓ ଜୀମୂତ କହନ୍ତି; ଏମାନଙ୍କ ଅଧିଷ୍ଠାତୃ ଦେବ ଯଥାକ୍ରମେ ବ୍ରହ୍ମା, ବିଷ୍ନୁ, ଓ ଶିବ କଳ୍ପିତ ହୋଇଅଛନ୍ତି ପ୍ରତି ଗ୍ରାମରେ ୭ ମୂର୍ଛନା ଅଛି ସା (ଷଡ଼୍ଜ) ଠାରୁ ଆରମ୍ଭ କରି ଯେଉଁ ୭ ସ୍ୱର (ସାରେଗାମାପାଧାନୀ) ଅଛି ତାକୁ ଷଡ଼୍ଜ ଗ୍ରାମ; ମା (ମଧ୍ୟମ) ଠାରୁ ଆରମ୍ଭ କରି ଯେଉଁ ୭ ସ୍ୱର (ମାପାଧାନୀସାରେ) ଅଛି ତାକୁ ମଧ୍ୟମ ଗ୍ରାମ ଏହିପରି ପଞ୍ଚମ (ପା) ଠାରୁ ଆରମ୍ଭ କରି ଯେଉଁ ୭ ସ୍ୱର (ପାଧାନୀସାରେଗାମା) ଅଛି ତାକୁ ପଞ୍ଚମ ଗ୍ରାମ କହନ୍ତି ଏହି ୩ ସ୍ୱର ଗ୍ରାମ ମଧ୍ୟରୁ ପ୍ରଥମ ଦୁଇ ଗ୍ରାମର ବ୍ୟବହାର ମନୁଷ୍ୟ ଲୋକରେ ଚଳେ; ତୃତୀୟ ଗ୍ରାମର ବ୍ୟବହାର ସ୍ୱର୍ଗରେ ନାରଦ କରନ୍ତି ବାସ୍ତବରେ ତୃତୀୟ ଗ୍ରାମ ବହୁତ ଉଚ୍ଚ ଓ ତାହା ମନୁଷ୍ୟ ଗଳାରେ ଉଚ୍ଚାରିତ ହୋଇ ନ ପାରେ ସୀତାରା, ସାରଙ୍ଗୀ, ଓ ହାରମାନୀୟମ ଆଦି ବାଦ୍ୟଦ୍ୱାରା ଏହା ବାଜେ—ହିନ୍ଦୀ - ଶବ୍ଦସାଗର ]