ଚତୁର୍ଦ୍ଦଶୀ

ଉଇକିଅଭିଧାନ‌ରୁ

ଚତୁର୍ଦ୍ଦଶୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚତୁର୍ଦ୍ଦଶୀ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚତୁର୍ଦ୍ଦଶ+ଈ)[ସମ୍ପାଦନା]

ଅମାବାସ୍ୟା ଓ ପୂର୍ଣ୍ଣିମାର ପୂର୍ବ ଦିବସ —The ୧୪th day of the dark and bright fortnight of the lunar month.

[ଦ୍ରଷ୍ଟବ୍ୟ —ଏ ଦିନ ଶିବପୂଜା, ରାତ୍ରିରେ ଉପବାସ ଓ ମହାଦେବଙ୍କ ବେଢ଼ା ପରିକ୍ରମା କରାଯାଏ ଚତୁର୍ଦ୍ଦଶୀମାନଙ୍କ ମଧ୍ୟରେ ନିମ୍ନଲିଖିତ ୧୫: ଟିରେ ହିନ୍ଦୁମାନଙ୍କ ପର୍ବ ହୁଏ]

୧. ବୈଶାଖ ଶୁକ୍ଳପକ୍ଷ—ନୃସିଂହଚତୁର୍ଦ୍ଦଶୀ
୨. ଜୈଷ୍ଠ କୃଷ୍ଣ—ସାବିତ୍ରୀଚତୁର୍ଦ୍ଦଶୀ
୩. ଜୈଷ୍ଠ ଶୁକ୍ଳ—ଚମ୍ପକଚତୁର୍ଦ୍ଦଶୀ
୪. ଆଷାଢ଼ କୃଷ୍ଣ—ଜଗନ୍ନାଥ ନେତ୍ରୋତ୍ସବ ଓ ନବଯୌବନ— ଦର୍ଶନଯାତ୍ରା
୫. ଆଷାଢ଼ ଶୁକ୍ଳ—ଶିବଶୟନଚତୁର୍ଦ୍ଦଶୀ (ଲିଙ୍ଗରାଜଙ୍କ ଉତ୍ସବ)
୬. ଶ୍ରାବଣ ଶୁକ୍ଳ—ପବିତ୍ରାରୋପଣ ଚତୁର୍ଦ୍ଦଶୀ (ଲିଙ୍ଗରାଜଙ୍କଯାତ୍ରା)
୭. ଭାଦ୍ର କୃଷ୍ଣ—ଅଘୋରା ଚତୁର୍ଦ୍ଦଶୀ
୮. ଭାଦ୍ର ଶୁକ୍ଳ—ଅନନ୍ତ ଚତୁର୍ଦ୍ଦଶୀ
୯. କାର୍ତ୍ତିକ କୃଷ୍ଣ—ନରକ ବା ଭୂତ-ଚତୁର୍ଦ୍ଦଶୀ
୧. କାର୍ତ୍ତିକ ଶୁକ୍ଳ—ଶିବୋତ୍ଥାପନ ଚତୁର୍ଦ୍ଦଶୀ (ଲିଙ୍ଗରାଜଙ୍କଯାତ୍ରା)
୧୧. ମାର୍ଗଶିର ଶୁକ୍ଳ—ପାଷାଣ ଚତୁର୍ଦ୍ଦଶୀ
୧୨. ମାଘ କୃଷ୍ଣ—ରଟନ୍ତୀ ଚତୁର୍ଦ୍ଦଶୀ
୧୩. ଫାଲୁନ କୃଷ୍ଣ—ଶିବ ଚତୁର୍ଦ୍ଦଶୀ (ଲିଙ୍ଗରାଜଙ୍କ ଯାତ୍ରା)
୧୪. ଚୈତ୍ର କୃଷ୍ଣ—ସ୍ନୁହୀ ଚତୁର୍ଦ୍ଦଶୀ
୧୫. ଚୈତ୍ର ଶୁକ୍ଳ—ଅଙ୍ଗାରକ ବା ଦମନକ ଚତୁର୍ଦ୍ଦଶୀ