ଚିର

ଉଇକିଅଭିଧାନ‌ରୁ

ଚିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ -(ଚି ଧାତୁ+ଅବିଚ୍ଛେଦାର୍ଥେ କର୍ତ୍ତୃ. ର)[ସମ୍ପାଦନା]

୧. ବହୁ— କାଳବ୍ୟାପୀ; ଦୀର୍ଘକାଳବ୍ୟାପୀ — ୧. Long (in point of time)
୨. ଅନନ୍ତକାଳ ସ୍ଥାୟୀ —୨. Eternal.
୩. ବହୁଦିନ ସ୍ଥାୟୀ —୩. Permanent.
୪. ଅପରିବର୍ତ୍ତନଶୀଳ —୪. Constant; immutable; unchangeable.

ବିଶେଷ୍ୟ -[ସମ୍ପାଦନା]

୧. ଅନନ୍ତକାଳ —୧. Eternity.
୨. ଦୀର୍ଘକାଳ —୨. Time immemorial.
୩. ବହୁକାଳ —୩. Long time.

କ୍ରି. ବିଶେଷଣ -[ସମ୍ପାଦନା]

୧. ବହୁକାଳ ପର୍ଯ୍ୟନ୍ତ —୧. For a long time.
୨. ବହୁକାଳରୁ —୨. Since a long time.
୩. ଅନନ୍ତକାଳ ପାଇଁ —୩. For eternity.
୪. ବାରମ୍ୱାର —୪. Continuously; repeatedly; constantly.


ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

(ସଂସ୍କୃତ - ଚୁଚୁକ) ଗୋରୁ ଆଦି ପଶୁଙ୍କ ସ୍ତନାଗ୍ର ବା ଚୁଚୁକ —The top or nipple of the under of a cow or sheep; teat of a beast.

ବରଜି ଆଖଣ୍ଡଳ ଧେନୁକୁ ଛାଗଗଛଚମକୁ ଚିର ବୋଲି ଦୁହିଂଲି ଗୋ କବିସୂର୍ଯ୍ୟ. ସଙ୍ଗୀତ

୨. ଏକାଥରକେ ଗାଈର ଚିର ବା ଗୋଟିଏ ଚୁଚୁକରୁ ଯେତେ ଦୁଧ) ଦୁହାଁ ହୁଏ —୨. That much milk. as can be drawn from one teat of a cow's udder.

ଦୁହାଁଳ ଦୁଇ ପଦ୍ମଙ୍କୁ ଗୋପାଳ ଦୁହନ୍ତି ପ୍ରଥମରୁ ଚିରେ ଚିରେ ଭୁମିରେ ପକାନ୍ତି ସାରଳା. ମହାଭାରତ ଆଦି

ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ)[ସମ୍ପାଦନା]

ନଦୀକୂଳରେ ବନ୍ଧା ହେବା ପଥରର ବନ୍ଧ —Stone-embankment built on the blank of a river.