ଚୁଚୁକାର

ଉଇକିଅଭିଧାନ‌ରୁ

ଚୁଚୁକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଚୁଚୁକୃତି)[ସମ୍ପାଦନା]

ଜିଭ ଓ ଦାନ୍ତଦ୍ୱାରା ପବନକୁ ଈଷତ୍ ପାଟି ଭିତରକୁ ଟାଣିନେବାଦ୍ୱାରା ଉତ୍ପନ୍ନ ଚୁ ଚୁ ଶବ୍ଦ —Chirping or coaxing or sucking sound with the tongue and the teeth.

ବାହୁକ ଘୋଡ଼ାଙ୍କର ଏ ରୀତି ଦେଖିଲେ ଚୁଚୁକାର କରିବା ଘାତେ ଉଠାଇଲେ—କୃଷ୍ଣସିଂହ. ମହାଭାରତ. ବନ

ଚୁଚୁକାଳ, ଚୁଚୁକାଳିଅନ୍ୟରୂପ

[ଦ୍ରଷ୍ଟବ୍ୟ —କୁକୁର ବିରାଡ଼ି ଆଦି ପଶୁଙ୍କୁ କଅଁଳେଇଁ କରି ପାଖକୁ ଡାକିବାବେଳେ ବା ଗେଲ କରିବା ବେଳେ ଓ ଅନୁତାପ ବା ଆକ୍ଷେପ ପ୍ରକାଶ ସମୟରେ ମନୁଷ୍ୟ ଏହି ଶବ୍ଦ କରେ ପୋଷା ଜୀବ (ଯଥା— ଘୋଡ଼ା, ପକ୍ଷୀ) ଆଦିଙ୍କୁ ଆଦର ବା ଗେଲ କଲାବେଳେ ମଧ୍ୟ ଏ ଶବ୍ଦ କରାଯଏ ଏ ଶବ୍ଦ ଉପରପାଟିର ଦାନ୍ତମୂଳ ଓ ଜିଭ ସାହାଯ୍ୟରେ ଉଚ୍ଚାରିତ ହୁଏ ଏ ଧ୍ୱନି କଲାବେଳେ ଓଠ ଖୋଲା ଥାଏ ଓ ଜିଭ ଏବଂ ଦାନ୍ତର ବ୍ୟବଧାନ ବାଟେ ପବନ ପାଟି ଭିତରକୁ ଈଷତ୍ ଟଣାଯାଏ ଏ ଧ୍ୱନି ଓ ବଧୂମାନେ କରିବା ଚୁଁ ଚୁଁ ମଧ୍ୟରେ ପ୍ରଭେଦ ଏହି କି ବଧୂମାନଙ୍କ ଧ୍ୱନି କୋମଳୋତର ଓ ଦୀର୍ଘକାଳ— ସ୍ଥାୟୀ]