ଠୁକୁଠୁକୁ

ଉଇକିଅଭିଧାନ‌ରୁ

ଠୁକୁଠୁକୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ) ଅ (ବହୁବଚନ)[ସମ୍ପାଦନା]

ଦୁଇଟି ପଦାର୍ଥରେ ଆଘାତ ଜନିତ ଧୀର ଅନୁଚ୍ଚ ଶବ୍ଦ; ମୃଦୁ ଆଘାତଜନିତ ଶବ୍ଦ —Tapping sound; sound of gentle strokes on hard substance; ticking sound.

ବାଡ଼ି ଠୁକୁ ଠୁକୁ କାନ ଜଡ଼ବା, ବାଟେ ଦ୍ୱିଜବର ଦେଖିବ ଏକା, ପାଆକେ କୁମ୍ଭାର କୋଶକେ ତେଲି ବାପଘର ହେଲେ ନ ଯିବ ପେଲି—ଡାକଋଷି ବଚନ

[ଦ୍ରଷ୍ଟବ୍ୟ —ଠକ ଠକ ଶବ୍ଦଠାରୁ ଠୁକୁ ଠୁକୁ ଶବ୍ଦ କ୍ଷୀଣତର ବଢ଼େଇମାନେ ସାଧାରଣତଃ ହତିଆରଦ୍ୱାରା କାଠ କାଟିଲା ବେଳେ 'ଠକଠକ' ଶବ୍ଦ ହୁଏ, କିନ୍ତୁ ଛୋଟ ହତିଆରରେ ସୂକ୍ଷ୍ମ କାମ କଲା ବେଳେ ଠୁକୁଠୁକୁ ଶବ୍ଦ ଶୁଣାଯାଏ]

ବିଶେଷ୍ୟ -[ସମ୍ପାଦନା]

ଗୃହର ଆଭ୍ୟନ୍ତରୀଣ କଳହ, ଯାହାକି ସାଧାରଣରେ ପ୍ରଘଟ ହୋଈ ନ ଥାଏ —Slight bickerings in a family, which is not known to outsiders.