ଦରବାର

ଉଇକିଅଭିଧାନ‌ରୁ

ଦରବାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଦର୍ବାର—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦର୍ବାର୍; ତୁଳନା - ସଂସ୍କୃତ - ଦାର୍ବଟ=ମନ୍ତ୍ରଣା— ଗୃହ)[ସମ୍ପାଦନା]

୧ : ସଭା —୧. Meeting.

୨ : ରାଜସଭା; ଯେଉଁଠାରେ ରାଜା ତାଙ୍କ ପାତ୍ର ମନ୍ତ୍ରୀ ଆଦିଙ୍କ ସଙ୍ଗେ ବସି କଚିରି କରନ୍ତି — ୨. A king's court; royal assembly; royal audience.

୩ : ଅଦାଲତ; ବିଚାରାଳୟ; କଚେରି — ୩. Cutchery; court of justice; public office.

ଦରବାରେ ହେଲୁଣି ଦୋଭାଷୀରେ କବିସୂର୍ଯ୍ୟ ରତ୍ନାକର ଚମ୍ପୁ

୪ : ରାଜା ବା କର୍ମତାରୀଙ୍କ ଆହୁତ ସଭା — ୪. A levee; durbar; a ceremonial function held under the order of a king or his representative.

[ଦ୍ରଷ୍ଟବ୍ୟ —ଏଥିରେ ରାଜ୍ୟର ପ୍ରଧାନ ବ୍ୟକ୍ତିଗଣ ଓ କରଦ ଓ ମିତ୍ର ରାଜାମାନେ ଉପସ୍ଥିତ ହୁଅନ୍ତି ରାଜା ଦରବାରରେ ବିଶିଷ୍ଟ ଆଦେଶ ଘୋଷଣା କରନ୍ତି ଏବଂ ରାଜ—ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ଉପାଧି ଓ ଖିଲ୍ଲତ୍ ଦିଅନ୍ତି ]

୫ : ଦେଶୀୟ ରାଜାଙ୍କ କଚେରି — ୫. The office or court of an Indian Chief.

୬ : ରୁଲିଙ୍ଗ୍ ଚିଫ୍ ସ୍ୱୟଂ; ସ୍ୱୟଂ ରାଜା — ୬. A Ruling Chief himself.

[ଦ୍ରଷ୍ଟବ୍ୟ —ରାଜପୁତାନା ଓ ଉତ୍ତର ଭାରତର ରାଜାମାନେ ନିଜକୁ 'ରାଜା' ବୋଲି ନ କହି 'ଦରବାର' ବୋଲି କହୁଥିବାର ରୀତିକୁ ଉତ୍କଳର ରୁଲିଙ୍ଗ୍ ଚିଫ୍ ଅନୁକରଣ କରୁଅଛନ୍ତି ଯଥା—'ରାଜା ଦିଲ୍ଲୀକୁ ଯାଇଅଛନ୍ତି' ବୋଲି ନ କହି 'ଦରବାର ଦିଲ୍ଲୀକୁ ଯାଇ— ଅଛନ୍ତି' ବୋଲା ଯାଉଅଛି ]

୭ : ପଞାବର ଅମୃତସହରରେ ଥିବା ଶୀଖମାନଙ୍କ ମନ୍ଦିର, ଯହିଁରେ ଶୀଖମାନଙ୍କ ଧର୍ମଗ୍ରନ୍ଥ 'ଗ୍ରନ୍ଥ ସାହେବ' ରଖା ଯାଇଅଛି —୭. The Sikh temple in Amritsar in the Punjab.