ପୁତ୍ର

ଉଇକିଅଭିଧାନ‌ରୁ

ପୁତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପୁ ଧାତୁ=ପବିତ୍ର କରିବା+କର୍ତ୍ତତ୍ର ବା ପୁତ୍ର= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତ ଅ; ଯେ ପିତା ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ)

୧. ଆତ୍ମଜ; ତନୟ; ପୁଅ; ନନ୍ଦନ —୧. Son.

[ଦ୍ରଷ୍ଟବ୍ୟ —ମନୁ ସଂହିତା ଶାସ୍ତ୍ର ଅନୁସାରେ ପୁତ୍ର ୧୨: ପ୍ରକାର ମଥା ===

୧. ଔରସ= ଆପଣାଦ୍ୱାରା ଆପଣା ସ୍ତ୍ରୀ ଗର୍ଭରେ ଉତ୍ପନ୍ନ ସନ୍ତାନ — ୧. One's begotten son on his wife.
୨. କ୍ଷେତ୍ରଜ=ମୃତ, ବ୍ୟଧିଗ୍ରସ୍ତ, କ୍ଳୀବ ବା ଅସମର୍ଥ ବ୍ୟକ୍ତିର ଅନୁମତି କ୍ରମେ ତାହା ସ୍ତ୍ରୀ ଗର୍ଭରୁ ଧର୍ମବିଧି ଅନୁସାରେ ଦେବରାଗ ଅନ୍ୟ] ପୁରୁଷର ଔରସ ଉତ୍ପନ୍ନ ପୁତ୍ର — ୨. A son begotten of the wife of an impotent or deceased person by a near kinsman.
୩. ଦତ୍ତ୍ରିମ ବା ଦତ୍ତକ= ଜନ୍ମକଲା ପିତାମାତାଙ୍କ ନିକଟରୁ ସ୍ୱେଚ୍ଛାରେ ବା ଦୁର୍ଭିକ୍ଷାଦି ବିପତ୍କାଳରେ ଦାନ ରୂପେ ପ୍ରାପ୍ତ ବାଳକ; ପୋଷ୍ୟ ପୁତ୍ର —୩. An adopted son.
୪. କୃତିମ ପୁତ୍ର ବା ପାଳିତ ପୁତ୍ର=ଅନ୍ୟର ଗୁଣଯୁକ୍ତ ପୁତ୍ରକୁ ପୁକ୍ର ରୂପେ ଗ୍ରହଣ କରି ପାଳିଥିବା ପୁତ୍ର —୪. A made son; another person's son affiliated to a person who become attached to him for his good qualities.
୫. ଚୂଢ଼ୋତ୍ପନ୍ନ ବା ଗୂଧଜ=ଭର୍ତ୍ତୃଗୃହରେ ପର ପୁରୁଷ ସଂସର୍ଗରେ ସ୍ତ୍ରୀ ଗର୍ଭରେ ଗୁପ୍ତ ଭାବରେ ଉତ୍ପନ୍ନ ବାଳକ —A son concealed parentage.
୬. ଅପବଦ୍ଧ=ଜନ୍ମକଲା ମାତାପିତାଙ୍କଦ୍ୱାରା ପରିତକ୍ତ ଓ ଅନ୍ୟ ବ୍ୟକ୍ତିଦ୍ୱାରା ଗୃହୀତ ଓ ପାଳିତ ପୁତ୍ର —୬. A son abandoned by his partnts and brought up by a thired person.
୭. କାନୀନ=ଅବିବାହିତା କନ୍ୟାର ଗର୍ଭଜାତ ପୁତ୍ର — ୭. A kind's a son born out of wedlock.
୮. ସୋହଢ଼=ବିବାହ ପୂର୍ବରୁ କନ୍ୟା ଗର୍ଭବତୀ ହୋଇ ବିବାହ ପରେ ଜନ୍ମ କରିଥିବା ସନ୍ତାନ —୮. A son conceived before but born after marriage.
୯. କ୍ରୀତକ=ମାତାପିତାଙ୍କଠାରୁ କିଣି ନେଇ ପାଳିଥିବା ପୁତ୍ର — ୯. Purchased son.
୧. ପୌନର୍ଭବ= ସ୍ୱାମୀଦ୍ୱାରା ପରିତ୍ୟକ୍ତା ବା ବିଧବା ସ୍ତ୍ରୀର ଗର୍ଭରେ ଦ୍ୱିତୀୟ ବ୍ୟାକ୍ତି ଔରସରେ ଜାତ ପୁତ୍ର —୧୦. Widow's son; a son of a widow or an abandoned wife.
୧୧. ସ୍ୱୟଂ ଦତ୍ତଚ=ଯେ ନିଜେ ପିତାମାତାଙ୍କ ବିନାନୁମତିରେ ବା ଅବିଦ୍ୟାମାନଙ୍କର ଅନ୍ୟବ୍ୟକ୍ତିଙ୍କ ହାତରେ ଆପଣାକୁ ପତ୍ରରୂପେ ସମର୍ପଣ କରେ —୧୧. Self-given son; a son who affiliates himself to a stranger.
୧୨. ପାରଶବ; ଶୌଦ୍ର ବା ଦାସୀପୁତ୍ର=ଦ୍ୱିଜାତି ପିତାଙ୍କ ଔରସରେ ଶୁଦ୍ରାମାତା ଗର୍ଭରୁ ଉତ୍ପନ୍ନ ପୁତ୍ର —୧୨. Concubine's son; a son of one's ṡūdra mistress.

କଳି ଯୁଗରେ ୧ମ (ଔରସ) ଓ ୩ୟ (ବତ୍ତକ) ପୁତ୍ର ପିଣ୍ଡବଓ ଧନାଧିକାରୀ ଅଟନ୍ତି]

୨. ପୁଲିଙ୍ଗ - ସନ୍ତାନ —୨. Male child.
୩. (ଜ୍ୟୋତିଷ) ଲଗ୍ନଠାରୁ ରାଶିଚକ୍ରର ପଞ୍ଚମ ସ୍ଥାନ — ୩. (Astrology) The ୫th mansion counted from the lagna in a person horoscope.
୪. ଜୀବ ଶାବକ; ଛୁଆ — ୪. The young one of an anomal (Apte)
୫. ସ୍ନେହ ସଂବୋଧନ; ଆପଣାଠାରୁ ବୟସରେ ଅତି ସାନ ବ୍ୟକ୍ତି ବା ସାଧାରଣ ବାଳକ ପ୍ରତି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ସଂବୋଧନ —୪. A term of endearment used in addressing a person much younger than oneself (Apte)
୬. (ସମାସରେ ଅନ୍ୟଶବ୍ଦ ପରେ ବ୍ୟବହୃତ; ଯଥା ଶିଳାପୁତ୍ର; ଅସିପୁତ୍ର) କୌଣସି ଶ୍ରେଣୀର କ୍ଷୁଦ୍ରାବୟବ ବସ୍ତୁ — ୬. Anything little or small of its kind (Apte).



  • (file)
  • (file)