ପୁନର୍ନବା

ଉଇକିଅଭିଧାନ‌ରୁ

ପୁନର୍ନବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ପୁନଃ+ନବ+ସ୍ତ୍ରୀ. ଆ; ଯାହାକୁ କାଟି ପକାଇଲେ ପୁଣି କଅଁଳେ)[ସମ୍ପାଦନା]

ପୁରୁଣିଶାଗ; ଶୋଥନାଶକ ବହୁଶାଖ ଲତାଶାକ —The spreading hogweed; Bœrhagvia Diffusa; Procumbens Andirecta.


ଅନୁବାଦ[ସମ୍ପାଦନା]

[ଦ୍ରଷ୍ଟବ୍ୟ —ଏହାର ପତ୍ର ଯୋଡ଼ି ଯୋଡ଼ି ଓ ମୋଟ ଚେର, ପତ୍ର ଓ ଫୁଲ ଶ୍ୱେତ, ନୀଳ ଓ ରକ୍ତବର୍ଣ୍ଣ ଭେଦରେ ଏହା ତିନିପ୍ରକାର

ସଂସ୍କୃତ - ଶ୍ୱେତ ପୂନର୍ନବାକୁ ଓଡ଼ିଶାରେ ଶ୍ୱେତପୁରଣୀ ବା ଛେତପୁରଣୀ ଓ ହିନ୍ଦିରେ ବିଷ ଖପରା ବଙ୍ଗଳାରେ ଶ୍ୱେତପୁନ୍ନେ କହନ୍ତି

ସଂସ୍କୃତ - ରକ୍ତ ପନର୍ନବାକୁ ଓଡ଼ିଶାରେ ନାଲି ପୁରଣୀ ହିନ୍ଦିରେ ସାଂଠ ଓ ଗଦହ୍ ପୁରହୀ ଓ ବଙ୍ଗଳାରେ ଗାଦାପୁନ୍ନେ କହନ୍ତି ସଂସ୍କୃତ - ନୀଳ ବା କୃଷ୍ଣ ପୁନନବାକୁ ପୁରୁଣୀ କହନ୍ତି ଏ ଶାଗ ବର୍ଷାଦିନେ ପଡ଼ିଆରେ ବହୁଳ ଭାବରେ ମାଡ଼ିଯାଏ

ବୈଦିକମତରେ ଶ୍ୱେତ ପୁନର୍ନବା ଶୋଥ, ବାୟୁ, ଗରଳ ଦୋଷ କଫ, ପାଣ୍ଡୁରୋଗ, ଉଦରରୋଗ ଓ ବ୍ରଣ ନାଶକ ରକ୍ତ ପୁନର୍ନବା କଫ, ପିତ୍ତ ଓ ରକ୍ତଦୁଷ୍ଟିନାଶକ କୃଷ୍ଣପୁନନବା ରସାୟନ ଓ ହୃଦ୍ରେଗ, ପାଣ୍ଡୁ, ଶୋଥ, ଶ୍ୱାସ, ବାତ ଓ କଫନାଶକ— ଦ୍ରବ୍ୟଗୁଣ

ପୁରୁଣୀର ଚେରକୁ ବାଟି ତହିଁରେ ରସ ପିଇଲେ ଓ ଅଞ୍ଜନ କରି ବ୍ୟବହାର କଲେ ନେତ୍ର ରୋଗ ଭୋଲ ହୁଏ ପୁଷ୍ୟା ନକ୍ଷତ୍ର ଯୁକ୍ତ ତିଥିରେ ଶ୍ୱେଥପୁରଣୀ ଚେର ଖୋଳିଆଣି ଘରେ ରଖିଲେ ସପ ଭୟ ନିବାରକ ହୁଏ ବୋଲି କଥିତ ଅଛି]