ପୋଇ

ଉଇକିଅଭିଧାନ‌ରୁ

ପୋଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଫୁ. (ସଂସ୍କୃତ - ପୁତ୍ରିକ)[ସମ୍ପାଦନା]

୧. ଛୋଟପୁଅ; ପିଲା, ଶିଶୁ ବାଳକ — ୧. A male child.

କାଳେ ଅରଣ୍ୟକୁ କରେ ପଳାୟନ ଅବା ରୋଷେ ପୋଇ ଆରମ୍ଭଇ ଋଣ ଅଜୟଚନ୍ଦ୍ର ଶେଷବନ୍ଦୀ

୨. ସ୍ତ୍ରୀ (ସଂସ୍କୃତ - ପୁତ୍ରିକା) ଛୋଟ କନ୍ୟା — ୨. A small female child.
୩. (କ୍ଷୁଦ୍ର ଅର୍ଥରେ ବ୍ୟବହୃତ) ଛୋଟ ଚିଙ୍ଗୁଡ଼ି ମାଛ; ଚିଙ୍ଗୁଡ଼ି ପୋଇ —୩. A small shrimp.

ଚିଙ୍ଗୁଡ଼ି ପୋଇଲୋ ଚିଙ୍ଗୁଡ଼ି ପୋଇ ଛୋଟ ବାଳକେ ଲମ୍ୱବାଳ ଦେ? ଶିଶୁଗୀତ

[ଦ୍ରଷ୍ଟବ୍ୟ —ପିଲାମାନଙ୍କ ମୁଣ୍ଡର ବାଳକୁ ମାଆମାନେ ପୋଖରୀରେ ଧୋଇଲା ବେଳେ ପିଲାଙ୍କ ମନୋରଞ୍ଜନ ଛୋଟ ଚିଙ୍ଗୁଡ଼ି ମାଛକୁ ସମ୍ୱୋଧନ କରି ଏ ଗୀତ ବୋଲନ୍ତି]

୪. ଧାନ ଛଡ଼ା ଅନ୍ୟ ଶସ୍ୟ, ଯଥା—ମୁଗ, ବିରି, କୋଳଥ, ମାଣ୍ଡିଆ, ରବିଆଦିକୁ ଦେଢ଼ି ବା ପାଞ୍ଚପାହି ସୁଧ କରାରରେ ଦାଦନ ଲଗାଇବା ରୀତି —୪. The practice of advavcing cereals on loan.
୫. (ସଂସ୍କୃତ - ପୋତକୀ, ଉପୋଦିକା)— ପୁଇଶାଗ —୫. A potherb; Besella Alba; Malabar Nightshade.
୬. ନାଲିପୋଇ ବା ବଣପୁଇ — ୬. Basella rubra.

[ଦ୍ରଷ୍ଟବ୍ୟ — ଏହା ପିଚ୍ଛରସ, ବହଳ— ପତ୍ରିଆ ଲତା ଏଥିର ପତ୍ର ଓ ଡାଙ୍ଗ (ଖାଡ଼ି) ଶାଗରୂପେ ବ୍ୟବହୃତ ହୁଏ ଏଥିର ଫଳ ପାଚିଲେ କଳା ହୁଏ ଓ ତାକୁ ଚିପିଲେ ନାଲି ରସ ବାହାରେ ପୋଇ ଲତା ଧଳା ଓ ନାଲି ଭେଦରେ ଦୁଇ ପ୍ରକାର ବୈଦ୍ୟଶାସ୍ତ୍ର ମତରେ ଏହା ଶୀତବୀର୍ଯ୍ୟ ସ୍ନିଗ୍ଧି, ଶ୍ଲେଷ୍ମକର, ବାୟୁ ଓ ପିତ୍ତନାଶକ, କଣ୍ଠର ଅହିତକର, ନିଦ୍ରାଜନକ, ଶୁକ୍ତବର୍ଦ୍ଧକ, ରକ୍ତପିତ୍ତ ନିବାରକ, ବଳକର, ରୁଚିପ୍ରଦ, ପୁଷ୍ଟିକର ଓ ତୃପ୍ତିଜନକ]

ଯାଗରେ ଦ୍ୱିନେ ନ ପାଇଲେ ସୋମଲଇ ପ୍ରତିନିଧିଭେଟି କରିନ୍ତି ଛେଳି ପୋଇ କୃଷ୍ଣସିଂବ ମହାଭାରତ ବନ

୭. ରାଗବିଶେଷ —୭. Name of a musical air.

[ଦ୍ରଷ୍ଟବ୍ୟ —ରାଗ ତଳେ ନୋଟ ଦେଖ]

ବିଶେଷଣ - (ସଂସ୍କୃତ - ପୁତି)[ସମ୍ପାଦନା]

ପଚା; ସଢ଼ା —Rotten.

ଯଥା—ପୋଇ ପଣସ

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ସଂସ୍କୃତ - ପଥ)[ସମ୍ପାଦନା]

ରେଳପଥ; ରେଳଗାଡ଼ି ଯିବାର ଲୌହମାର୍ଗ —Road laid down for railway; railway; rail line.


ମଇଁଷୀର ସଂଘର୍ଷରେ ରେଳ ପୋଇକୁ ଖସିଗଲା ଦୈନିକ ଆଶା ୨୪୮୨୮:

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ମାଈ କୁକୁଡ଼ା —Hen.