ପ୍ରକୃତି

ଉଇକିଅଭିଧାନ‌ରୁ

ପ୍ରକୃତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ପ୍ର+କୃ ଧାତୁ+କରଣ. ତି)[ସମ୍ପାଦନା]

୧. ଭଗବାନଙ୍କର ମାୟାଖ୍ୟା ଶକ୍ତି; ଯାହାଦ୍ୱାରା ବିଶ୍ୱ ବ୍ରହ୍ମାଣ୍ଡର ଯାବତୀୟ ପଦାର୍ଥ ସୃଷ୍ଟ ହୋଇଅଛି; ସଂସାରର ବା ଜଡ଼ ଜଗତର ଭୌତିକ ପ୍ରଧାନ କାରଣ —୧. The Nature as distinguished from the Spirit, Nature, the personified will or the creative energy of the Supreme Being.

[ଦ୍ରଷ୍ଟବ୍ୟ —ଭଗବାନଙ୍କର ଯେଉଁ ମାୟାଖ୍ୟା ଶକ୍ତିଦ୍ୱାରା ଏ ବିଶ୍ୱର ସୃଷ୍ଟି ହୋଇଅଛି ତାକକୁ ପ୍ରକୃତି ବୋଲାଯାଏ ଏହା ଦ୍ୱିବିଧ, ଯଥା— ପରା ଓ ଅପରା ପରା (ଶ୍ରେଷ୍ଠା) ଜୀବ ସ୍ୱରୂପ ଚେତନାମୟୀ ପ୍ରକୃତି ଏହା ଜଗତକୁ ରକ୍ଷା କରୁଅଛି ଏହାହିଁ ଜୀବର ପ୍ରାଣ ଅପରା (ନିକୃଷ୍ଟା) କ୍ଷତି, ଅପ୍, ତେଜଃ, ମରୁତ, ବ୍ୟୋମ, (ପଞ୍ଚଭୂତ) ମନ, ବୃଦ୍ଧି, ଓ ଅହଂଙ୍କାର

ହିନ୍ଦ ଦର୍ଶନ ମତରେ—ଆତ୍ମା ଛଡ଼ା ଜଗତରେ ଅନ୍ୟ ସମସ୍ତ ବସ୍ତୁର ମୂଳକାରଣ 'ପ୍ରକୃତ' ଅଟେ ପ୍ରକୃତି ଅନ୍ଧ କିନ୍ତୁ ଉତ୍ପାଦିକା— ଶକ୍ତିବିଶିଷ୍ଟ ପୁରୁଷ (Spirit) ଓ ପ୍ରକୃତ (Nature) ଏହି ଉଭୟର ମିଳନରେ ଏ ଜଗତର ସୃଷ୍ଟି ପୁରୁଷ ସ୍ୱୟଂ କିଛି କାର୍ଯ୍ୟ କରେ ନାହିଁ; କେବଳ ଦର୍ଶକ ମାତ୍ର ପ୍ରକୃତି ଓ ପୁରୁଷର ସଂଯୋଗ ହେଲେ ସୃଷ୍ଟି କାର୍ଯ୍ୟର ଆରମ୍ଭ ହୁଏ ପ୍ରକୃତିରୁ ସତ୍ୱ, ରଜଃ ଓ ତମଃ ଏହି ତିନି ଗୁଣ ଉତ୍ପନ୍ନ ହୁଅନ୍ତି ଏହି ତିନି ଗୁଣ ସାମ୍ୟାବସ୍ଥାରେ ଥିଲେ ପ୍ରକୃତି ନିରୂପାଧିକ ରୂପେ ଅବସ୍ଥାନ କରୁଥାଏ; କିନ୍ତୁ ଉକ୍ତ ଗୁଣତ୍ରୟର ଅସାମ୍ୟାବସ୍ଥା ଘଟିଲେ ସୃଷ୍ଟି କାର୍ଯ୍ୟ ଆରବ୍ଧ ହୁଏ]

୨. (ସାଂଖ୍ୟଦର୍ଶନ) ସତ୍ୱ, ରଜଃ ଓ ତମଃ, ଜଡ଼ ଜଗତର ଏହି ତ୍ରିଗୁଣାତ୍ମକ ଆଦିକରଣ; ନିରାକରଣ ଓ ଜ୍ଞାନମୟ ଈଶ୍ୱରଙ୍କର ସାକାର ଓ ଜଡ଼ରୂପେ ଜଗତରେ ପ୍ରକାଶମାନ ଗୁଣ — ୨. (Sāṁkhya philosophy) The material attributes of the Creator.
୩. ଯାବତୀୟ ସୃଷ୍ଟ ପଦାର୍ଥ; ନିସର୍ଗ —୨. The creation.
୪. ସୃଷ୍ଟ ପଦାର ୫ ଗୋଟି ଉପାଦାନ; ପଞ୍ଚ ମହାଭୂତ (କ୍ଷିତି, ଅପ୍; ତେଜ; ମରୁତ ଓ ବ୍ୟୋମ) —୪. The five primordial elements of creation; the elements.
୫. ବସ୍ତୁର ପ୍ରଥମାବସ୍ଥା — ୫. The natural stage of a thing.
୬. ଅଜ୍ଞାନ; ମାୟା; ଅବିଦ୍ୟା — ୬. Spiritual ignorance; illusion.
୭. ଆଦି କାରଣ —୭. Prime cause; origin.
୮. ସ୍ତ୍ରୀ; ଯୋଷିତ୍; ନାରୀ — ୮. Woman; a female; woman kind.
୯. ଦେବୀ; ଠାକୁରାଣୀ —୯. A Goddess.

[ଦ୍ରଷ୍ଟବ୍ୟ —ସାବିତ୍ରୀ, ରାଧିକା, ଦୂର୍ଗା, ଷଷ୍ଠୀ, ଲକ୍ଷ୍ମୀ ଓ ଗଙ୍ଗା ପ୍ରଭୃତି ପ୍ରକୃତି ଅଟନ୍ତି]

୧. ସୃଷ୍ଟିର ଆଦ୍ୟାଶକ୍ତି —୧୦. The original creative energy of the universe.
୧୧. ପଞ୍ଚଭୂତାତ୍ମକ ଦେହ —୧୧. The body composed of the ୫ prime elements.
୧୨. ଶକ୍ତି — ୧୨. Power; energy; potency; strength.
୧୩. ଜୀବାତ୍ମା; ଆତ୍ମା —୧୩. Soul.
୧୪. ପରମାତ୍ମା; ବିଶ୍ୱାତ୍ମା —୧୪. The soul of the universe; God.
୧୫. ଜନନୀ —୧୫. Mother.
୧୬. ଯୋନି —୧୬. Female organ.
୧୭. ଲିଙ୍ଗ; ଶିଶ୍ନ —୧୭. Male organ; penis.
୧୮. ଗୁହ୍ୟ ଦ୍ୱାର —୧୮. The anus.
୧୯. ଜନ୍ତୁ ଜଗତ୍ —୧୯. The animal world.
୨. ଅମାତ୍ୟ —୨୦. Minister.
୨୧. ବାସିନ୍ଦା —୨୧. An inhabitant.
୨୨. (ବହୁବଚନ) ସପ୍ତବିଧ ରାଜ୍ୟାଙ୍ଗ (ଯଥା—୧ସ୍ୱାମୀ, ୨ ମନ୍ତ୍ରୀ ୩ ସହାୟ, ୪ ଧନ, ୫ ଦେଶ,୬ ଦୂର୍ଗ ଓ ୭ ସୈନ୍ୟ, ଏବଂ ମତାନ୍ତରରେ ୮ ପ୍ରଜା) —୨୨. The ୭ requisites
for a kingdom (viz. ୧ the head, ୨ minister, ୩ allies, ୪ treasure, ୫ kingdom ୬. castle, ୭ army and according to some, ୮ the subjects.)

୨୩. (ବହୁବଚନ) ରାଜ୍ୟର ପ୍ରଜାମଣ୍ଡଳି — ୨୩. The subjects of akingdom.
୨୪. (ବହୁବଚନ) ରାଜାଙ୍କର ଦଶବିଧ ସହାୟକ—(ଯଥା— ପୁରୋହିତ, ପ୍ରିତିନିଧି, ପ୍ରଧାନ, ସଚିବ, ମନ୍ତ୍ରୀ, ପ୍ରାଡ଼୍ୱିବାକ, ପଣ୍ଡିତ, ସୁମନ୍ତକ, ଅମାତ୍ୟ ଓ ଦୃଢ଼) —୨୪. The ୧୦ assistants to a king; the body of a king's ministers.
୨୫. ମନର ଭାବ ବା ଗତି; ମିଞ୍ଜାସ୍; ମତି ଗତି — ୨୫. Disposition; temperament.
୨୬. ସ୍ୱଭାବ; ଚରିତ୍ର —୨୬. Individual nature.
୨୭. (ବୈଦ୍ୟକ) ଜନ୍ମ କାଳରେ ଶରୀରସ୍ଥ କଫ, ବାତ, ପିତ୍ତ ଏହି ତିନି ରସ ମଧ୍ୟରୁ ଗୋଟିକର ପ୍ରାବଲ୍ୟ —୨୭. The predominance of one of the humours of the body at the time of a person's birth.
୨୮. (ଅଳଙ୍କାର ଶାସ୍ତ୍ର) ଏକବିଂଶତ୍ୟକ୍ଷରା ବୃତ୍ତି, ସଂସ୍କୃତ ଛନ୍ଦୋ— ବିଶେଷ —୨୨. (prosody) Name of a Sancrit metre of ୨୧ syllables.
୨୯. (ବ୍ୟାକରଣ) ଧାତୁ ବା ଶବ୍ଦମୂଳ —୨୯. (grammar) The root; the crude or elementary form of a word or verb before it takes an inflection.

[ଦ୍ରଷ୍ଟବ୍ୟ —ଗତ ଶବ୍ଦର ପ୍ରକୃତି ଗମ ଧାତୁ ଓ ପ୍ରତ୍ୟୟ ତ; ରାଜକୀୟ ଶବ୍ଦର ପ୍ରକୃତି ରାଜନ୍]

୩. (ଗଣିତ) ଗୁଣକ — ୩୦. (mathematics) Coeffcient; multiplier.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଦ୍ଧମୂଳ ଅଭ୍ୟାସ —Confirmed habit.