ପ୍ରତି

ଉଇକିଅଭିଧାନ‌ରୁ

ପ୍ରତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ଉପସର୍ଗ (ପ୍ରଥ୍ ଧାତୁ=ବିଖ୍ୟାତ ହେବା+ଭାବ ଅତି)[ସମ୍ପାଦନା]

ଉପପଦ ବିଶେଷ (ନିମ୍ନଲିଖିତ ଅର୍ଥମାନ ସୂଚନାକର) — A prefix indicating the following senses.

୧. ପ୍ରଶସ୍ତି; ବିସ୍ତାର —୧. Width; breadth.
୨. ଦୁଇଥର —୨. Twice.
୩. ପୁନଃ ପୁନଃ; ପୁନର୍ବାର —୩. Repeatedly; again.

(ଯଥା—ପ୍ରତିଧ୍ୱନି; ପ୍ରତିଗତ)

୪. ବଦଳ; ପରିବର୍ତ୍ତେ — ୪. Instead of; in lieu of; exchange; barter.

(ଯଥା—ପ୍ରତିହିଂସା; ପ୍ରତିଦାନ; ପ୍ରତିଭୂ.)

୫. ଦିଗରେ; ଅଭିମୁଖରେ —୫. Towards.

(ଯଥା—ପ୍ରତିମୁଖ)

୬. ଅନ୍ୟରସ୍ଥାନରେ କାର୍ଯ୍ୟ କରିବା ପ୍ରତିନିଧି — ୬. Substitute; representative.
୭. ଦିଗକୁ; ଆଡ଼କୁ —୭. To; towards.
୮. ଏକ ଏକ; ପ୍ରତ୍ୟେକ — ୮. Each; successive; every; one by one.

(ଯଥା—ପ୍ରତିଦିନ; ପ୍ରତିପଦ; ପ୍ରତିଦିଶ.)

୯. ପରସ୍ପର —୯. Each other.

(ଯଥା—ପ୍ରତିଘାତ)

୧. ସମୀପ; ନିକଟ —୧୦. Near.

(ଯଥା—ପ୍ରତିବାସୀ; ପ୍ରତିକଣ୍ଠ)

୧୧. ଆଭିମୁଖ୍ୟ —୧୧. In front.

(ଯଥା—ପ୍ରତିମୁଖ)

୧୨. ସମ୍ୱନ୍ଧ; ସମ୍ପର୍କ —୧୨. Connection.
୧୩. ସମାନତ୍ୱ; ସମତା —୧୩. Equality; similarity.

(ଯଥା—ପ୍ରତିବିମ୍ୱ; ପ୍ରତିବଳ; ପ୍ରତିଯୋଗିତା.)

୧୪. ଅଗ୍ରଭାଗ —୧୪. Top; fore part.

(ଯଥା—ପ୍ରତିଜଙ୍ଘା)

୧୫. ଅଂଶ —୧୫. Part.
୧୬. ଅନୁସାରେ —୧୬. According to.
୧୭. କ୍ଷୁଦ୍ର; ଛୋଟ —୧୭. Little.

(ଯଥା—ପ୍ରତିଜିହ୍ୱା; ପ୍ରତିକୂପ)


୧୮. ନକଲ —୧୮. Copy.

(ଯଥା—ପ୍ରତିଲିପି)

୧୯. ପ୍ରତିକୂଳତା; ବୈପରୀତ୍ୟ —୧୯. Opposition.

(ଯଥା—ପ୍ରତିକ୍ରିୟା; ପ୍ରତିବାଦୀ)

୨. ସମ୍ୱନ୍ଧରେ —୨୦. About.
୨୧. ଉଦ୍ଦେଶ୍ୟ; ଲକ୍ଷ —୨୧. Aim.

(ଯଥା—ପ୍ରତିବର୍ତ୍ତନ)

୨୨. ଉପଯୋଗୀ —୨୨. Fit; fitting.

(ଯଥା—ପ୍ରତିତାଳୀ)

୨୩. ସାଦୃଶ୍ୟ; ଅନୁରୂପ — ୨୩. Resemblance; similarity.

(ଯଥା—ପ୍ରତିମା; ପ୍ରତିମୂର୍ତ୍ତି; ପ୍ରତିକାଶ; ପ୍ରତିକୃତି)

୨୪. ସଜ୍ଜା —୨୪. Dress; adornment.

(ଯଥା—ପ୍ରତିକର୍ମ)

୨୫. ବିରୋଧ —୨୫. Contrariety; contradiction.

(ଯଥା—ପ୍ରତିକାର)

୨୬. ବିରୋଧରେ —୨୬. Against.

(ଯଥା—ପ୍ରତିଦ୍ୱନ୍ଦୀ; ପ୍ରତିକୂଳ)

୨୭. ନିଶ୍ଚୟ —୨୭. Certainly.

(ଯଥା—ପ୍ରତିଗ୍ରହ; ପ୍ରତିଜ୍ଞ)

୨୮. ନିନ୍ଦା —୨୮. Censure; blame.

(ଯଥା ପ୍ରତିକ୍ଷିପ୍ତ)

୨୯. ମନ୍ଦ; ନିକୃଷ୍ଟ —୨୯. Inferior; bad.

(ଯଥା—ପ୍ରତିକୃଷ୍ଟ)

୩. ସ୍ୱଭାବ —୩୦. Nature.
୩୧. ସମାଧି —୩୧. Meditation.
୩୨. ପାଶ୍ଚାତ୍ —୩୨. Behind.

(ଯଥା—ପ୍ରତୀଚୀ)

୩୩. ଶରୀର; ଦେହ —୩୩. Body.

(ଯଥା—ପ୍ରତିକର୍ମ)

୩୪. ବିଶିଷ୍ଟରୂପେ —୩୪. Particularly.

(ଯଥା—ପ୍ରତିନନ୍ଦନ; ପ୍ରତିବୋଧ; ପ୍ରତିଶୟନ)

୩୫. ସମ୍ପର୍କରେ ଦୂରତର — ୩୫. More destnt in relationship.

(ଯଥା—ପ୍ରତିନପ୍ତା)

୩୬. ପ୍ରଥମ —୩୬. First.

(ଯଥା—ପ୍ରତିପଦ୍)

୩୭. ଲେଉଟରେ; ପ୍ରତିବଦଳରେ —୩୭. In return.

(ଯଥା—ପ୍ରତିବାର୍ତ୍ତା; ପ୍ରତିଧ୍ୱନି; ପ୍ରତ୍ୟୁପକାର)

୩୮. ସର୍ବଦା —୩୮. Aways.

(ଯଥା—ପ୍ରତିଶଙ୍କା)

୩୯. ସର୍ବତୋଭାବରେ —୩୯. In all respecte.
୪. ଉତ୍ତରରେ —୪୦. In reply.

(ଯଥା—ପ୍ରତ୍ୟୁତ୍ତର, ପ୍ରତିବାକ୍ୟ)

୪୧: (ଉପପଦ) (ଅନ୍ୟ ଶବ୍ଦ ପରେ ସ୍ୱତ୍ରନ୍ତ୍ର ବ୍ୟବହାର)— ଅମୁକକୁ ଲକ୍ଷ କରି —୪୧. Aiming at.

(ଯଥା—ଭୀମ ତତ୍ ପ୍ରତି ଶର ନିକ୍ଷେପ କଲେ)

୪୨: (ଉପପଦ) ଅମୁକ ଆଡ଼କୁ; ଆଭିମୁଖରେ — ୪୨. Towards.

୪୩: (ଉପପଦ)କୁ; ନିକଟକୁ —୪୩. To; near.

(ଯଥା—ଗୁରୁଙ୍କ ପ୍ରତି ଶ୍ରଦ୍ଧା କରିବ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରତି ଉପସର୍ଗ=ପ୍ରଶସ୍ତି)[ସମ୍ପାଦନା]

୧. ପ୍ରସ୍ଥ; ଓସାର; ଚଉଡ଼ା —୧. Width; breadth.

ଦୀର୍ଘ ପ୍ରତି ଯୋଦନ ପଞ୍ଚ ପ୍ରଜାପତି ବେଦୀ ଏଥି ଅ଼ଛି ବାନ୍ଧି ଦେଖ ହେ ନରପତି କୃଷ୍ଣସିଂହ ମହାଭାରତ. ବନ

୨. ପରାସ୍ତ; ସ୍ତଚ —୨. Layer; fold.

ତିନି ପ୍ରତି କରି ବନ୍ଧ ଉପରେ ବାନ୍ଧନ୍ତି ବନ୍ଧ ବାନ୍ଧି ପିଟାଣାରେ ପ୍ରାଚୀ—ପରତେ ଗୀତା

ଦେଶଜ - ଅ[ସମ୍ପାଦନା]

୧. ଠାରୁ; ଅପେକ୍ଷା — ୧. From; than.

ବ୍ରହ୍ମ୍ହତ୍ୟା ପ୍ରତି ଶରଣାଗତ ଲୋକେ ଛାଡ଼ି ଦେଲେ ପାପଟି ହୁଅଇ ଅଧିକେ କୃଷ୍ଣସିଂହ ମହାଭାରତ ବନ କବି ଯା କଲେ ମୂର୍ଖକୁ ସ୍ତୁତି, ଏଥିରେ ବଳି ନାହିଁ ବିପତ୍ତି; ଏଥୁକୁ ପ୍ରତି ଛାତିରେ କାଚି ମାରିବା ଭଲ ଯେ ଦୀନକୃଷ୍ଣ ରସକଲ୍ଲୋଳ

୨. (ସଂସ୍କୃତ - ପ୍ରତ୍ୟହ)—ପ୍ରତିଦିନ; ନିତି —୨. Everyday.

(ଯଥା—ନିତିପ୍ରତି=ପ୍ରତିଦିନ)

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଏହା 'ନିତି' ଶବ୍ଦ ସଙ୍ଗେ ଏକାର୍ଥକ ଶହଚର ଶବ୍ଦରୂପେ ବ୍ୟବହୃତ ହୁଏ ]

ପ୍ରାଦେଶିକ - (ଗଞ୍ଜାମ) ଅ[ସମ୍ପାଦନା]

ଅନୁସାରେ. ଅନୁଯାୟୀ — According to.

[ଦ୍ରଷ୍ଟବ୍ୟ —ନବରଚିତ ସଙ୍ଗୀତାଦିର ଶିରୋନାମାରେ ଏହା ବ୍ୟବହୃତ ହୁଏ କୌଣସି ପୁରାତନ ସଂଗୀତ ବା ରାଗ ବା ଦିଶା ଲେଖି ତାହା ପରେ ଏହି 'ପ୍ରତି' ଶବ୍ଦ ଲେଖିଲେ ବୁଝାଯାଏ ଯେ ନବରଚିତ ସଙ୍ଗୀତଟି ଉକ୍ତ ପୁରାତନ ଗୀତ ବା ରାଗ ଅନୁସାରେ ଗାଇବାକୁ ହେବ]