ପ୍ରଦେଶ

ଉଇକିଅଭିଧାନ‌ରୁ

ପ୍ରଦେଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଦେଶ)[ସମ୍ପାଦନା]

୧. ଦେଶର ଏକାଂଶ; ଦେଶାଂଶ — ୧. Part of a country; province.

[ ଦ୍ର—ଦେଶର ଯେଉଁ ଏକ ବିସ୍ତୃତ ଅଂଶର ଭାଷା, ରୀତି— ନୀତି, ଶାସନପଦ୍ଧତି ଓ ଜଳବାୟୁ ଦେଶର ଅନ୍ୟ ଅଂଶମାନଙ୍କ ଅପେକ୍ଷା ଭିନ୍ନ ତାକୁ ପ୍ରଦେଶ ବୋଲାଯାଏ ]


୨. ଅଞ୍ଚଳ; ଜିଲ୍ଲା —୨. Division of a country; district.
୩. ସ୍ଥାନ; ଦେଶ —୩. Region; place; tract; spot.
୪. ଅଂଶ —୪. Part.
୫. ବିସ୍ତାରିତ କରତଳର ବୁଢ଼ାଆଙ୍ଗୁଠିର ଅଗରୁ ବିଶିଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ଦୂରତ୍ୱର ପରିମାଣ; ତର୍ଜନ୍ୟଙ୍ଗୁଷ୍ଠସମ୍ମିତ ଦୈର୍ଘ୍ୟ — ୫. A span measured from the tip of the thumb to that of the forefinger.
୬. ଭିତ୍ତି; କାନ୍ଥ —୬. Wall.
୭. ଅଙ୍ଗ—(ହିନ୍ଦୀ - ଶ) —୭. Limb.
୮. ନିଷ୍ପତ୍ତି —୮. Decision (Apte).
୯. (ବ୍ୟାକରଣ) ଉଦାହରଣ — ୯. An example (in grammar) (Apte).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରଦେଶ)[ସମ୍ପାଦନା]

୧. ପ୍ରବାସ — ୧. Sojourn.
୨. ବିଦେଶ —୨. Foreign country.