ବରୁଣ

ଉଇକିଅଭିଧାନ‌ରୁ

ବରୁଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ମ. ବରୁଣ, କୁମ୍ଲା, କାରବାନ୍ ତା. ମରଲିଙ୍ଗମ୍; ମାରାଲେଙ୍ଗାମ୍, ମାର୍ଭିଲେଙ୍ଗା, ନାର୍ଭାଲା ତେଲୁଗୁ - ଉରୁମଟ୍ଟି, ଭଲିମିଡ଼ି, ଉସ୍କିଆ, ଉସିକି, ତେଲ୍ଲଉଲିମିଡ଼ି, ଉରିମିଡ଼

ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ=ବେଢ଼ିବା+ଉନ; ଯେ ପୃଥିବୀକୁ ସାଗର—ଦ୍ୱାରା ବେଷ୍ଟନ କରିଅଛନ୍ତି)[ସମ୍ପାଦନା]

୧. ଜଳାଧିପତି; ସମୁଦ୍ରାଧିପତି ଦେବତା —୧. The legendary god of the ocean.

[ଦ୍ରଷ୍ଟବ୍ୟ —ବୈଦିକଯୁଗରେ ବରୁଣ ପ୍ରଧାନ ଦେବତାରୂପେ କଳ୍ପିତ ହୋଇଥିଲେ ତତ୍ପରେ ତାଙ୍କର ପ୍ରାଧାନ୍ୟ କମିଯାଇ ଇନ୍ଦ୍ରଙ୍କ ପ୍ରାଧାନ୍ୟ ବଢ଼ିଲା ବରୁଣ ଅଦିତିଙ୍କ ଆଠ ପୁତ୍ର ମଧ୍ୟରେ ଜଣେ ବୋଲି କଥିତ ବେଦରେ ଏ ଜଳର ଅଧିପତି; ଦସ୍ୟୁମାନଙ୍କ ନାଶକ ଓ ଦେବତା— ମାନଙ୍କ ରକ୍ଷକ ବୋଲି କଳ୍ପିତ ଏହାଙ୍କର ଅସ୍ତ୍ରପାଶ ପୁରାଣମାନଙ୍କରେ ଏ ପଶ୍ଚିମ ଦିଗର ଦିକ୍ପାଳ ଥିବାର ଉଲ୍ଲେଖ ଅଛି କାବ୍ୟାଦିରେ ବରୁଣଙ୍କୁ ବରୁଣରସର ଅଧିଷ୍ଠାତୃ— ରୂପେ କଳ୍ପିତ ଜ୍ୟୋତିଷରେ ବରୁଣ ଶତଭିକ୍ଷା ନକ୍ଷତ୍ରର ଅଧିଷ୍ଠାତୃ ଦେବ ବରୁଣଙ୍କ ଅନ୍ୟ ସଂସ୍କୃତ ନାମ ପ୍ରଚେତା, ପାଶୀ, ଯାଦସାଂପତି, ଅପ୍ପତି, ଯାଦଃପତି, ଜଂବୁକ, ମେଘନାଦ, ପରଂଜୟ ଲୋମ, କୁଣ୍ଡଳୀ]

୨. ସମୁଦ୍ର —୨. Ocean.
୩. ଜଳ —୩. Water.
୪. ଦ୍ୱୀପବିଶେଷ —୪. Name of a legendary island.
୫. ଋଷିବିଶେଷ (ହିନ୍ଦୀ - ଶ.) —୫. Name of a sage.
୬. ବୃକ୍ଷବିଶେଷ —୬. A wild tree; Cratæva Religiosa; Crotseva Aurifolia.

(୧+୫): ବରୁଣ ଶକ୍ରାଦି ସୂମନସ ସ୍ଫଟ ଯହିଁ ଯେ ଭଞ୍ଜ. ବୈଦେହୀଶବିଳାସ

[ଦ୍ରଷ୍ଟବ୍ୟ —ଏହା ମଧ୍ୟାକୃତି ବନ୍ୟ ତରୁ; ବଳ୍କଳ କୁଞ୍ଚିତ, ପତ୍ର ତ୍ରିପର୍ଣ୍ଣ ଓ ଶାଖାର ଅଗ୍ରରେ ଥାଏ; ବର୍ଷକୁବର୍ଷ ଏଥିରେ ପତ୍ର ଝଡ଼େ; କାଠ ପାଣ୍ଡୁର ଓ ଶକ୍ତ; ଫୁଲ ବଡ଼ ବଡ଼ ଓ ଆପୀତ; ଖରାଦିନେ ଫୁଟେ; ଫଳ ଗୋଲ ଓ ବହୁବୀଜ

ମୃତ୍ରରୋଗ, ଜ୍ୱର, କାଛୁକୁଣ୍ଡିଆରବୀ - ବମନ ଓ ପଥୁରିଆ ରୋଗର ଔଷଧ ପାଇଁ ଏହାର ଛେଲି ଓ ପତ୍ର ଓ ମୂଳ ବ୍ୟବହୃତ ହୁଏ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବ୍ରଣ, ବରୁଣ୍ଡ)[ସମ୍ପାଦନା]

କାଠବରୁଣ; ମୁଖବ୍ରଣ; ଯୌବନକଣ୍ଟକ —Pimples on the face of young people.

୨. ମୁଖରେ ହେବା ଭୟାନକ ବ୍ରଣ —୨. Fatal boil on the face.
୩. ନବାବିସ୍କୃତ ଗ୍ରହବିଶେଷ; ନେପଚୂନ୍ ଗ୍ରହ (ହିନ୍ଦୀ - ଶ.) —୩. Neptune (planet).