ବାରୁଣୀ ସ୍ନାନ

ଉଇକିଅଭିଧାନ‌ରୁ

ବାରୁଣୀ ସ୍ନାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବାରୁଣୀ ଯୋଗ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଗଙ୍ଗାରେ ଓ ସମୁଦ୍ରରେ ଘଟିବା ସ୍ନାନଯୋଗ; ସମୁଦ୍ରରେ ସ୍ନାନ କରିବାର ପ୍ରଶସ୍ତ ଯୋଗ —An anspisious time to perform ablutions in the sea and other sacred waters.

[ଦ୍ରଷ୍ଟବ୍ୟ —ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟେତିଷମତରେ ଶୁଭଯୋଗ ପଡ଼େ ତେବେ ଏହାକୁ ବାରୁଣୀଯୋଗ ବୋଲାଯାଏ ଯେବେ ଶନିବାର ଓ ଶତିଭିକ୍ଷା ନକ୍ଷତ୍ର ଉଭୟ ସେ ଦିନ ପଡ଼ନ୍ତି ତେବେ ଏହାକୁ ମହାବାରୁଣୀ ଯଓଗ ବୋହାଯାଏ ଏହି ବାରୁଣୀ ଓ ମହାବାରୁଣୀ ଯୋଗରେ ଗଙ୍ଗାରେ ସାନ୍ନ କଲେ ଶତସଂଖ୍ୟାକ ସୂର୍ଯ୍ୟୋପରାଗରେ ଅନୁଷ୍ଠିତ ଧର୍ମକାର୍ଯ୍ୟର ପୂଣ୍ୟ ଫଳ ମିଳେ ତୂର୍ଥରାଜ ସମୁଦ୍ରରେ ଗଙ୍ଗାନଦୀ ପଡ଼ିଥିବାରୁ ସମୁଦ୍ରରେ ମଧ୍ୟ ଲୋକେ ଏହି ଯୋଗରେ ସ୍ନାନ କରନ୍ତିଓ ଅନ୍ୟାନ୍ୟ ସମୁଦ୍ରଗାମିନୀ ନଦୀମାନଙ୍କରେ ମଧ୍ୟ ସ୍ଥାନୀୟଲୋକ ବାରୁଣୀ ବୁଡ଼ ପାରନ୍ତି

ପୁରୀ ସଦର ସବ୍ଡିଭିଜନରେ ବରାଳ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରର ନିକଟବର୍ତ୍ତୀ ଭାର୍ଗବୀ ନଦୀରେ ଏବଂ ଅନ୍ୟ କେତେକକ ସ୍ଥାନରେ ଏହି ଦିନ ବୁଡ଼ ପଡ଼େ

ଋଷିକୁଲ୍ୟା ନଦୀ ଉତ୍ତରବାହିନୀ ହୋଇଥିବା ସ୍ଥଆନ ଗଞ୍ଜାମରେ ସୋରଡ଼ା ନିକଟସ୍ଥ ପଞ୍ଚାନନ ପ୍ରଭୂଙ୍କ ନିକଟରେ, ଧରାକୋଟର ଚନ୍ଦ୍ରକଳ୍ପେଶ୍ୱରଙ୍କ ନିକଟରେ, ଆସିକା ସୁବର୍ଣ୍ଣେଶ୍ୱରଙ୍କ ନିକଟରେ ପ୍ରତାପପୁର ତୁମ୍ୱେଶ୍ୱର ଓ ଗଞ୍ଜାମ ନଗରୀର ପଶ୍ଚିମରେ ଲୋକନାଥ ସ୍ୱାମୀଙ୍କ ନିକଟସ୍ଥ ସ୍ଥାନୀୟ ଲୋକ ବାରୁଣୀ ସ୍ନାନ କରନ୍ତି ଦୈନିକ ଆଶା]