ବାର ବେଳା
ବାର ବେଳା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବି—(ବାର=ଅଶୁଭ ବା ନିଷିଦ୍ଧ+ବେଳା= ସମୟ)[ସମ୍ପାଦନା]
ଫଳିତ ଜ୍ୟୋତିଷ ମତରେ ସପ୍ତାହର ବିଭିନ୍ନ ବାରରେ ସର୍ବ କର୍ମ କରିବାର ନିଷିଦ୍ଧ କାଳ —Fixed periods in different week-days which is pronounced as inauspicious (in astrology) for any undertaking.
[ଦ୍ରଷ୍ଟବ୍ୟ —ଦିନର ଚାରି ପ୍ରହରକୁ ୮ ଭାଗରେ ବିଭକ୍ତ କଲେ ପ୍ରତ୍ୟେକ ଭାଗକୁ ଯାମାର୍ଦ୍ଧ ବୋଲାଯାଏ ସପ୍ତାହର ପ୍ରତ୍ୟେକ ବାରର ୨ ଗୋଟି ଓ ଶନିବାରର ଆଉ ଗୋଟିଏ ନିର୍ଦ୍ଦିଷ୍ଟ ଯାମାର୍ଦ୍ଧ ସମୟକୁ ବାରବେଳା ଓ କାଳବେଳା ବୋଲାଯାଏ ବାରବେଳାରେ ଯାତ୍ରା କଲେ ମୃତ୍ୟୁ, ବିବାହ କଲେ କନ୍ୟା ବିଧବା ଓ ଉପନୟନ କଲେ ବ୍ରାହ୍ମଣ ବଧ ପାପ ହୁଏ
ରବିବାର—୪ର୍ଥ ଓ ୫ମ ଯାମାର୍ଦ୍ଧ(୫ମଟି ବାରବେଳା)
ସୋମବାର—୭ମ ଓ ୨ୟ ,, (୨ୟଟି ,,)
ମଙ୍ଗଳବାର—୬ଷ୍ଠ ଓ ୨ୟ ,,(୬ଷ୍ଠଟି ,,)
ବୁଧବାର—୫ମ ଓ ୩ୟ ,, (୩ୟଟି ,,)
ଗୁରୁବାର—୭ମ ଓ ୮ମ ,,(୭ମଟି ,,)
ଶୁକ୍ରବାର—୩ୟ ଓ ୪ର୍ଥ ,, (୪ର୍ଥଟି ,,)
ଶନିବାର—୧ମ, ୬ଷ୍ଠ ଓ ୮ମ ,, (୧ମ ଓ ୮ମ ,,)
ଏ ସମସ୍ତ ବାରବେଳା ଓ କାଳବେଳା ବୋଲି ନିର୍ଦ୍ଦିଷ୍ଟ ଅଛି ଏଥିରୁ ଗୋଟିଏ ବାରବେଳା ଓ ଗୋଟିଏ କାଳବେଳା ଓଡ଼ିଶାରେ ଏ ସମ୍ୱନ୍ଧରେ ଗୋଟିଏ ଡାକଋଷି ବଚନ ଅଛି, ଯଥା—ରବି ଦଶ ଘଡ଼ି, ସୋମ ଚଉଠା, ବାର ମଙ୍ଗଳ, ପଣ୍ଡିତ ଷଠା, ଗୁରୁ ଚଉଦ, ଶୁକ୍ର ଆଠ, ଉଦୟ ଅସ୍ତ ଶନିର ଘାଟ
ଦିନର ୧୬: ଘଡ଼ିକୁ ଆଠ ଭାଗ କଲେ ୧ ଯାମାର୍ଦ୍ଧ=୨ ଘଡ଼ି ଏହିପରି ରାତ୍ରିର କେତେକ ଯାମାର୍ଦ୍ଧକୁ କାଳରାତ୍ରି ବୋଲାଯାଏ ଏ ସମୟରେ ସବୁକର୍ମ ନିଷିଦ୍ଧ]