ବାଲା

ଉଇକିଅଭିଧାନ‌ରୁ

ବାଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରା. ଦେଶଜ - ବିଶେଷ୍ୟ - (ବାଲେଶ୍ୱର; ମେଦିନୀପୁର; ସଂସ୍କୃତ - ବଳୟ)[ସମ୍ପାଦନା]

ବଳୟ — Wristlet.

[ଦ୍ରଷ୍ଟବ୍ୟ —ବଙ୍ଗାଳୀମାନଙ୍କ ବଳୟ ଅଳଙ୍କାର ବାଲା'ର ଓ ଓଡ଼ିଆଙ୍କ ବଳୟ (ହାତ ଖଡ଼ୁ)ର ଗଢ଼ଣ ପୃଥକ୍ ଅଟେ ଯେଉଁ ଓଡ଼ିଆ ରମଣୀମାନେ ବଙ୍ଗଳଲୀଙ୍କ 'ବାଲା' ଅଳଙ୍କାର ବ୍ୟବହାର କରନ୍ତି ସେମାନେ ଏହାକୁ 'ହାତଖଡ଼ୁ' ନ କହି 'ବାଲା' କହନ୍ତି ସଂସ୍କୃତ - ବାଲା ଶବ୍ଦର ଅର୍ଥ ପ୍ରକୃତିବାଦରେ 'ବଳୟ ଭୂଷଣ' ବୋଲି ଲେଖା ଅଛି ଏହାର ଅନ୍ୟ ଆକାର 'ବାଲୀ' ବୋଲି ମଧ୍ୟ ଲେଖାଅଛି]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ବଡ଼ କାନ ଫାସିଆ — A ring for the ear; big ear-ring.

(ବାଲୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

(ବୁଆଲା—ଅନ୍ୟରୂପ)

ବୈଦେଶିକ - ବିଶେଷଣ - ପୁଲିଙ୍ଗ - (ଫାରାସୀ - ପ୍ରତ୍ୟୟ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ)[ସମ୍ପାଦନା]

୧. (ଅମୁକର) ଅଧିକାରୀ; ମାଲିକ; ସ୍ୱାମୀ — ୧. Owning (a certain thing).

(ଯଥା—ଘରବାଲା)

୨. (ଅମୁକ ଦ୍ରବ୍ୟର) ବିକ୍ରୟକାରୀ —୨. Selling (a certain thing).

(ଯଥା—ବରଫ ବାଲା, ମାଛ ବାଲା)

୩. (ଅମୁକ ବିଷୟ ବା ପଦାର୍ଥ) ଯାହାର ଅଛି — ୩. having (a certain thing).

(ଯଥା—ପଇସା ବାଲା)

୪. ଯେ (ଅମୁକ କର୍ମ) କରେ —୪, Doing (a certain work).

(ଯଥା—ଯିବା ବାଲା; ଖାଇଲା ବାଲା)

୫. ଯେ (ଅମୁକ) କାର୍ଯ୍ୟରେ ନିଯୁକ୍ତ —୫. Engaged in (a certain work); enlisted in.

(ଯଥା—କଂଗ୍ରେସ ବାଲା)

ଦେଶଜ - ବିଶେଷ୍ୟ - (ଅନାଦର୍ଥକ)[ସମ୍ପାଦନା]

ବାଳକୃଷ୍ଣର ଡାକ ନାମ — A name for calling Bāḻakṛushṇa.