ବାହାରିବା

ଉଇକିଅଭିଧାନ‌ରୁ

ବାହାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ବହିସ୍)[ସମ୍ପାଦନା]

୧. ବହିର୍ଗତ ହେବା — ୧. To come out.
୨. ବାହାରକୁ ବା ପଦାକୁ ଯିବା — ୨. To go out.

(ଯଥା—ଚାରିଟାବେଳେ ସ୍କୁଲରୁ ଶିକ୍ଷକ ଓ ଛାତ୍ର ସମସ୍ତେ ବାହାରିଲେ ଘରେ ଚାବି ପଡ଼ିବ)

୩. ସ୍ଥାୟୀ ନ ହେବା —୩. Not to stay.

(ଯଥା—ତୋ କଥାଗୁଡ଼ା ମୋର ଏ କାନରେ ପଶି ସେ କାନରେ ବାହାରୁଛି)

୪. ଦୃଷ୍ଟିଗୋଚର ହେବା; ଦେଖାଯିବା; ଆବିର୍ଭୁତ ହେବା — ୪. To appear; to be seen.

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ—ଢଗ

୫. ସ୍ଥାନାନ୍ତରକୁ ଗତି କରିବାକକୁ ଆରମ୍ଭ କରିବା; ଯାତ୍ରା— ପାଇଁ ଅନୁକୁଳ କରିବା —୫. To start on a journey.

(ଯଥା—ମୁଁ ଆଜି କଟକରୁ କଲିକତା ବାହାରିଲି)

୬. ପ୍ରକଟିତ ହେବା; ସାଧାରଣରେ ପ୍ରକାଶିତ ହେବା — ୬. To be published.

(ଯଥା—ଭାଷାକୋଷର ୫ ଗୋଟି ଖଣ୍ଡ ବାହାରିଲାଣି)

୭. ଉଚ୍ଚାରିତ ହେବା —୭. To be uttered.

(ଯଥା—ମୋ ମୁହଁରୁ ପୁରାଣ ବାହାରିଯିବ ଯେ)

୮. ପ୍ରସ୍ତୁତ ହେବା; ଉଦ୍ୟତ ହେବା —୮. To be ready for; to prepare for.

(ଯଥା—ମୋ ବର୍ତ୍ତମାନ ଖାଇବାକୁ ବାହାରିଛି)

୯. ଭୂମିରୁ ଉଠିବା —୯. To shoot out of the ground.

(ଯଥା—ଧାନରୁ ଗଜା ବାହାରିଲାଣି)

୧. (ନଦୀ ପର୍ବତାଦିରୁ) ନିର୍ଗତ ହେବା —୧୦. To issue forth; to rise from (said of a river from a mountain or lake.)


(ଯଥା—ଗଙ୍ଗା ହିମାଳୟରୁ ବାହାରିଛି)

୧୧. ଗୃହ ବା ପାତ୍ର ମଧ୍ୟରୁ ବାହାରକୁ ଆନୀତ ହେବା — ୧୧. To be brought out of a receptacle.

(ଯଥା—ଆଜି ଖରା ଦିଆ ଯିବା ନିମନ୍ତେ ବହି ପତ୍ର ଯାକ ଆଲମାରିରୁ ତ ହାରିଛି)

୧୨. ଅଗ୍ରବର୍ତ୍ତୀ ହେବା; ଅଗ୍ରଗାମୀ ହେବା —୧୨. To go ahead; to lead; to come forward.

ସାକ୍ଷାତ ହେଲା ପରି ସାକ୍ଷୀ ଦେବାକୁ ବାହାରି କବିସୂର୍ଯ୍ୟ. ରତ୍ନାକର, ତମ୍ପୁ ସଙ୍ଗୀତ

୧୩. (ଜଳ ଆଦିର) ସମତଳରୁ ଉପରକୁ ଉଠିବା — ୧୩. To shoot out to rise above a level.

(ଯଥା—ପୋଖରୀରେ ଗୁଡ଼ାଏ ବାଉଁଶ ଖେଣ୍ଟା ବାହାରିଛି)

୧୪. ଅନେକ ବସ୍ତୁ ବା ବ୍ୟକ୍ତି ମଧ୍ୟରୁ ଉତ୍କୃଷ୍ଟତମ ହୋଇ ଜଣା ପଡ଼ିବା —୧୪. To rise prominently from amongst a mass.

(ଯଥା—ଆମ ବଂଶରୁ ଜଣେ କେହି ହେଲେ ପାଠପଢ଼ିଆ ହୋଇ ବାହାରିଲେ ନାହିଁ)

୧୫. ଉଇଁବା; ଉଦିତ ହେବା —୧୫. To rise.

(ଯଥା—ପଶ୍ଚିମ କୋଣରୁ ଖଣ୍ଡେ ମେଘ ବାହାରିଲାଣି)

୧୬. ଜଣା ପଡ଼ିବା —୧୬. To become known.

ବହାର ହେବା ବଚନୁ ପ୍ରାକ୍ରମ ଭରସା ଭଞ୍ଜ. ବୈଦେହୀଶବିଳାସ

୧୭. ପୃଥକ୍ ହେବା —୧୮. To be separated from.
୧୮. ବିଭିନ୍ନ ହେବା —୧୮. To be different from.

[ଦ୍ରଷ୍ଟବ୍ୟ —ଏ କ୍ରିୟାରେ ଅସମାପିକା ରୂପ ସଙ୍ଗେ ଆସିବା, ପଡ଼ିବା, ଯିବା କ୍ରିୟାର ସମାପିକା ରୂପ ମଧ୍ୟଯୁକ୍ତ ହୁଏ]