ବିଦ୍ୟା

ଉଇକିଅଭିଧାନ‌ରୁ

ବିଦ୍ ଧାତୁ (ଜାଣିବା) + କରଣ ଯ+ ସ୍ତ୍ରୀ. ଆ

  1. ଜ୍ଞାନ (ହିନ୍ଦୁ ଶାସ୍ତ୍ର ମତରେ ବିଦ୍ୟାର ସଂଖ୍ୟା ଅଠର, ଯଥା : ଚାରି ବେଦ (ଋକ୍, ଯଯୁଃ, ସାମ, ଅଥର୍ବ), ଛଅ ବେଦାଂଗ (ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, ଛଂଦ, ଜ୍ୟୋତିଷ) ମୀମାଂଶା, ନ୍ୟାୟ, ଧର୍ମଶାସ୍ତ୍ର ବା ସ୍ମୃତି, ପୁରାଣ, ଆୟୁର୍ବେଦ, ଗାନ୍ଧର୍ବ ବେଦ ଓ ଅର୍ଥଶାସ୍ତ୍ର

ଅମର କୋଷ ମତରେ ବିଦ୍ୟା ଚଉଦଟି ଯଥା :ଚାରି ବେଦ, ଛଅ ବେଦାଂଗ, ମୀମାଂସା, ନ୍ୟାୟ, ପୁରାଣ ଓ ଧର୍ମଶାସ୍ତ୍ର)

  1. ଅଧ୍ୟୟନାଦି ଜନିତ ବୋଧ
  2. ପାଠ
  3. ପାଣ୍ଡିତ୍ୟ
  4. ଦର୍ଶନଶାସ୍ତ୍ର
  5. ତତ୍ଵଜ୍ଞାନ, ଦୁଇ ପ୍ରକାରର ବିଦ୍ୟା - ପରା ବିଦ୍ୟା (ଯଦ୍ଵାରା ବ୍ରହ୍ମଜ୍ଞାନ ପ୍ରାପ୍ତ ହୁଏ) ଅପରା ବିଦ୍ୟା (ସାଂସାରିକ ବସ୍ତୁ ସକଳ ସମ୍ବଧିତ)
  6. ଦେହାତ୍ମବୋଧ
  7. ବିଜ୍ଞାନ
  8. ଦୁର୍ଗା
  9. ସରସ୍ଵତୀ
  10. ଧର୍ମଶାସ୍ତ୍ର
  11. ମନ୍ତ୍ର
  12. ଅଗବଥୁ (ଏକ ଗଛ)
  13. ସୀତାଙ୍କର ଏକ ସଖି
  14. ସଂସ୍କୃତ ଭାଷାରେ ଆର୍ଯ୍ୟା ଛନ୍ଦର ଏକ ଭେଦ

ବିଦ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବିଦ୍ ଧାତୁ= ଜାଣିବା+କରଣ ଯ+ସ୍ତ୍ରୀ. ଆ)[ସମ୍ପାଦନା]

୧. ଜ୍ଞାନ (ଯାହାଦ୍ୱାରା ବ୍ରହ୍ମଠାରୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଯାବତୀୟ ବିଷୟର ସତ୍ୟଜ୍ଞାନ ଲାଭ କରାଯାଏ) — ୧. Knowledge.

[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ରମତରେ ବିଦ୍ୟାର ସଂଖ୍ୟା ୧୮: ଯଥା—ଚାରି ବେଦ, ଛଅ ବେଦାଙ୍ଗ (ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, ଛନ୍ଦଃ ଓ ଜ୍ୟୋତିଷ); ମୀମାଂସା, ନ୍ୟାୟ, ଧର୍ମଶାସ୍ତ୍ର ବା ସ୍ମୃତି, ପୁରାଣ, ଆୟୁର୍ବେଦ, ଧନୁର୍ବେଦ, ଗାନ୍ଧର୍ବବେଦ ଓ ଅର୍ଥଶାସ୍ତ୍ର—ହିନ୍ଦୀ - ଶ. ଅମର— କୋଷ ମତରେ ବିଦ୍ୟା ଚତୁର୍ଦ୍ଦଶ, ଯଥା—ଚାରି ବେଦ, ଛଅ ବେଦାଙ୍ଗ, ମୀମାଂସା, ନ୍ୟାୟ, ପୁରାଣ ଓ ଧର୍ମଶାସ୍ତ୍ର ]

୨. ଅଧ୍ୟୟନାଦି ଜନିତ ବୋଧ —୨. Understanding derived from reading; learning.
୩. ପାଠ —୩. Reading; study.
୪. ପାଣ୍ଡିତ୍ୟ — ୪. Learning.
୫. ଦର୍ଶନ ଶାସ୍ତ୍ର —୫. Philosophy.
୬. ତତ୍ତ୍ୱଜ୍ଞାନ —୬. Knowledge of fundamental principles or realities.

[ଦ୍ରଷ୍ଟବ୍ୟ —ବିଦ୍ୟ ଦୁଇ ପ୍ରକାର:—ପରା ଓ ଅପରା; ଯଦ୍ଦ୍ୱାରା ବ୍ରହ୍ମଜ୍ଞାନ ହୁଏ ତାହା ପରା ଓ ଏତଦତିରିକ୍ତ ଅନ୍ୟ ଲୌକିକ ବା ପଦାର୍ଥ ବିଷୟକ ଜ୍ଞାନ ଯଦ୍ଦ୍ୱାର ହୁଏ ତାକୁ ଅପରା ବୋଲାଯାଏ— (ହିନ୍ଦୀ - ଶ) ]

୭. ଦେହତ୍ମବୋଧ —୭. Knowledge regarding the body and soul.
୮. ବିଜ୍ଞାନ, ବିଶେଷ ବିଷୟ ସମ୍ୱନ୍ଧୀୟ ଜ୍ଞାନ ସମ୍ୱଳିତ ବୋଧଶାସ୍ତ୍ର — ୮. Science.

[ଦ୍ରଷ୍ଟବ୍ୟ —ବିଜ୍ଞାନର ଭିନ୍ନ ଭିନ୍ନ ଶାଖା ଭିନ୍ନ ଭିନ୍ନ ବିଦ୍ୟା ନାମରେ ପରିଚିତ ; ଯଥା—ପଦାର୍ଥବିଦ୍ୟା ବା ଜଡ଼ବିଜ୍ଞାନ, ଉଦ୍ଭିଦବିଦ୍ୟା, ପ୍ରାଣିବିଦ୍ୟା, ଗଣିତବିଦ୍ୟା; ସୁପ୍ରଜନନବିଦ୍ୟା, ଭୂଗୋଳବିଦ୍ୟା, ଭୂତତ୍ତ୍ୱବିଦ୍ୟା, ଗାନ୍ଧର୍ବ ବିଦ୍ୟା, ଜୀବବିଦ୍ୟା, ଭୈଷଜ୍ୟ ବିଦ୍ୟା, ପ୍ରତ୍ନବିଦ୍ୟା, ସାମାଜନୀତି— ବିଦ୍ୟା ଇତ୍ୟାଦି ]

୯. କଳାବିଦ୍ୟା —୯. An art; fine art.
୧. ଦୁର୍ଗା —୧୦. Durgā.
୧୧. ସରସ୍ୱତୀ — ୧୧. Goddess of learning.
୧୨. ଧର୍ମ ଶାସ୍ତ୍ର — ୧୨. Scripture.
୧୩. ଇନ୍ଦ୍ରଜାଲ —୧୩. Magic.
୧୪. ମନ୍ତ୍ର —୧୪. A vedic text.
୧୫. ଅଗବଥୁ (ହିନ୍ଦୀ - ଶ) —୧୫. Premna Integrifolia tree.
୧୬. ସୀତାଙ୍କର ଏକ ସଖୀ (ହିନ୍ଦୀ - ଶ) — ୧୬. Name of a female companion of Sītā.
୧୭. ଆର୍ଯ୍ୟ ଛନ୍ଦର ଏକ ଭେଦ —୧୮. One of the Sanscrit vedic metres.

(ଦ୍ର—ଏଥିରେ ୨୩: ଗୁରୁ ଓ ୧୧: ଲଘୁ ମାତ୍ରା ରହେ (ହିନ୍ଦୀ - ଶ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ପୁଂ)—ବିଦ୍ୟାକର, ବିଦ୍ୟାସୁନ୍ଦର, ବିଦ୍ୟାଧରର ଡାକ ନାମ —A name for calling males named Bidyākara etc.
୨. (ସ୍ତ୍ରୀ)—
ବିଦ୍ୟାଧରୀ, ବିଦ୍ୟାସୁନ୍ଦରୀ ଆଦିଙ୍କ ଡାକ ନାମ —୨. A name for calling females named Bidyādharī etc.