ବୁଝିବା

ଉଇକିଅଭିଧାନ‌ରୁ

ବୁଝିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ବୁଧ୍ ଧାତୁ= ଜ୍ଞାନ କରିବା; ଅବଗମନ କରିବା; ପ୍ରା. ବୁଝ ଧାତୁ)[ସମ୍ପାଦନା]

୧. ଅର୍ଥବୋଧ କରିବା;ଅର୍ଥ ହୃଦୟଙ୍ଗମ କରିବା —୧. To understand the meaning of.

(ଯଥା—ସେ ହିନ୍ଦୀକଥା ବୁଜି ପାରୁ ନାହିଁ )

୨. ଅନୁଭବ କରିବା; ବୋଧ କରିବା —୨. To experience; to feel

(ଯଥା—ମୁଁ ପାପ କରିଛି ବୋଲି ପାପର ଦୂରନ୍ତ ତାଡ଼ନ ବୁଝିଛି )

୩. ଜ୍ଞାତ ହେବା; ଜାଣିବା —୩. To know.

(ଯଥା—ମନୁଷ୍ୟ କାହୁଁ ନିଜର ଭବିଷ୍ୟତ କଥା ବୁଝିବା ?)

୪. ପରୀକ୍ଷା କରିବା —୪. To examine; to test.

(ଉ—ଶିବିଙ୍କି ବୁଝିବାକୁ ଇନ୍ଦ୍ର ଅଗ୍ନି ଭଲେ, ସଞ୍ଚାଣ କପୋତର ସ୍ୱରୂପ ଘେନିଲେ କୃଷ୍ଣସିଂହ. ମହାଭାରତ ବନ )

୫. ବୁଦ୍ଧି ପ୍ରୟୋଗ କରିବା; ମୋନଯୋଗ ଦେବା —୫. To apply one's mind to; to attened to.

(ଯଥା—ସେ ଆସିଲାଦିନୁ ପିଲାପିଲିଙ୍କ ଖବର ବୁଝୁ ନାହିଁ )

୬. ବିଚାର କରିବା —୬. To judge.

(ଯଥା— କଥାଟା ଶୁଣିଲା ବେଳକୁ ଏଡ଼େ ବଡ଼, ବୁଝିଲା ବେଳକୁ କିଛି ନୁହେଁ)

୭. ବିବେଚନା କରିବା —୭. To consider.

(ଉ—ବନାଶରେ ପୂର୍ବ ପୁରିଷ କୀର୍ତ୍ତି, ବୁଝିବା ବୋଲି ରାମ ବୋଲନ୍ତି ଭଞ୍ଜ. ବୈଦେହୀଶବିଳାସ )

୮. ଆଲେଚନା କରିବା; ତର୍କାଦିଦ୍ୱାରା ସ୍ଥିର କରିବା —୮. To discuss.

(ଯଥା—ପଣ୍ଡିତମାନେ ସଭାରେ ଶାସ୍ତ୍ର ବୁଝୁଛନ୍ତି)

୯. ସିଦ୍ଧା—ନ୍ତରେ ଉପନୀତ ହେବା; ସ୍ଥିର କରିବା —୯. To settle; to ascertain.

(ଯଥା—ବୈଜ୍ଞାନିକମାନେ ବୁଝିଅଛନ୍ତି ଯେ ଉଲ୍କାପିଣ୍ଡରେ ଧାତବ ପଦାର୍ଥ ଅଛି)

୧୦. ତୁଳନା କରିବା —୧୦. To compare.

(ଯଥା— ଭଲ ମନ୍ଦ ନ ବୁଝିଲେ ପଛକୁ ହଟହଟାରେ ପଡ଼ିବ)

୧୧. ଭଲ ମନ୍ଦ ବାଛିବା — ୧୧. To discriminate.

(ଯଥା— ଦୋଷ ବା ଗୁଣ ବୁଝି ଦଣ୍ଡ ବା ପୁରସ୍କାର ଦେବା ଉଚିତ)

୧୨. ଜ୍ୟୋତିଷ ମତରେ ପାଞ୍ଜିରୁ ଓ ଜାତକ ଆଦିରୁ ଗ୍ରହନକ୍ଷତ୍ରାଦିଙ୍କ ଅବସ୍ଥିତି ଗଣନାକରି ଦଶା ଓ ବିବାହ ତିଥି ଆଦି ସ୍ଥିର କରିବା —୧୨. To ascertain the future by astrological calculations.

(ଯଥା—ନାହାକ ଚକାଇ ବିଭାଘର ପାଇଁ ଗୋଟିଏ ତିଥି ବୁଝିବାକୁ ହେବ)

୧୩. ମୁକାବିଲା କରିବା; ତୁଳନା କରିବା —୧୩. To compaire.
୧୪. କର୍ମର ତତ୍ତ୍ୱ ନେବା —୧୪. To supervisle.
୧୫. ଜମିଦାରୀ ଆଦି ଚଳାଇବା —୧୫. To manage.
୧୬. କୌଣସି ବିଷୟ ଠିକ୍ ଅଛି କି ନାହିଁ, ଏହା ଦେଖିବା —୧୬. To check.
୧୭. ଠଉରାଇବା —୧୭. To realise.
୧୮. ମାପିବା —୧୮. To fathon; to measure.
୧୯. ଶାନ୍ତ ହେବା; (ମନ) ମାନି ଯିବା — ୧୯. (the mind) To be pursuaded to accept; to be pacified.

(ଯଥା— ଅବୁଝା ମନ ମୋର ଜମାରୁ ବୁଝୁ ନାହିଁ )

୨. ଅନୁମାନ କରିବା; ଅନୁମାନଦ୍ୱାରାସ୍ଥିର କରିବା —୨୦. To suppose; to infer; to conclude.

(ଉ— ସେ ବୁଝିଲେ ରାମଙ୍କୁ ବଣ ଭିତରେ ବିପତ୍ତ ପଡ଼ିଲା ନୀଳକଣ୍ଠ. ପିଲାଙ୍କ ରାମାୟଣ )

୨୧. ଠିକଣା କରିବା; ପତା ଲଗାଇବା —୨୧. To ascertain the whereabouts of.

(ଉ— ଏହା କହିଣ ଦ୍ୱିଜମାନଙ୍କୁ ଡକାଇ, ବୋଇଲେ ବୁଝି ଆସ ନଳଙ୍କୁ ଏବେ ଯାଇ କୃଷ୍ଣସିଂହ. ମହାଭାରତ ବନ )

୨୨. ତନଖିବା; ତତ୍ତ୍ୱ ନେବା —୨୨. To enquire after.

(ଉ— ଏ ବାହାରେ ଚାଣ୍ଡଳୁ ବ୍ରହ୍ମଯାଏ ମୁହିଁ, ଇନ୍ଦ୍ର ପ୍ରସ୍ଥବାସିଙ୍କ ସମସ୍ତ ବୁଝାଇ କୃଷ୍ଣସିଂହ. ମହାଭାରତ ବନ )

୨୩. ହିସାବ ଆଦି ଠିକ୍ଅଛି କି ନାହିଁ ଏହା ପରୀକ୍ଷା କରିବା; ଚେକ୍ କରିବା —୨୩. To examine or check accounts.
୨୪. ପଣ୍ୟଦ୍ରବ୍ୟର ଭାଉ ସମ୍ୱନ୍ଧେ ଏକାଧିକ ସ୍ଥାନରୁ ତତ୍ତ୍ୱ ନେବା —୨୪. To a certain the market price from several places.
୨୫. ଫଳରେ ଦେଖିବା —୨୫. To see or find out by the result.

(ଉ—ମୁହିଁ ଜୀଇଁ ଥିଲେ କିରୂପେ ରାମ ଭାର୍ଯ୍ୟା, ନେବୁ ଆଜି ବୁଝିବା ତୋର ବଳମଜ୍ଜା କୃଷ୍ଣସିଂହ. ମହାଭାରତ ବନ )

୨୬. ଉପଲବ୍ଧି କରିବା —୨୬. To realise.

(ଯଥା— ବର୍ତ୍ତମାନ ମୋ କଥା ପୁଣୁ ନାହୁଁ, ପରେ ମୋ କଥାର ମୂଲ୍ୟ ବୁଝିବୁ ଯେ)

୨୭. ଅନ୍ୟର ମନୋଗତ ଭାବକୁ ହୃଦୟଙ୍ଗମ କରିବା —୨୭. To read an other's mind.

(ଉ— ନବୀନ ଘନ ମୋ ବୁଝିଲୁ ନାହିଁରେ କାମପାଳ. ସୀତାବିବାହ )

(ବୁଝିବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ବୋଧଶକ୍ତିମାନ୍ —Considerate; resonable.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବୋଧଶକ୍ତି —Understanding; intellegence.