ମାଣ୍ଡୁ

ଉଇକିଅଭିଧାନ‌ରୁ

ମାଣ୍ଡୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି(ତୁଳ. ସଂସ୍କୃତ - ମଣ୍ଡଳ; ଦେବତାଙ୍କୁ ଆବାହନ)[ସମ୍ପାଦନା]

କରିବା ପାଇଁ ଭୁମିରେ ଅଙ୍କିତ ଚିତ୍ର ବିଶେଷ — A particular mystical diagram used in invoking a Divinity. (Apte)

୧. ଧର୍ମମାଣ୍ଡୁ; ଅଭିପୁକ୍ତ ବ୍ୟକ୍ତିକୁ ପରୀକ୍ଷା କରିବା ପାଇଁ ପୂର୍ବ କାଳରେ ବ୍ୟବହୃତ ଅଗ୍ନିଆଦିଦ୍ୱାରା ପରୀକ୍ଷା; ଧର୍ମ ପରୀକ୍ଷା; ଧର୍ମମାଣ୍ଡୁ —୧. Ordeal [of fire, hot iron, etc) thruogh which an accused person had to pass, before he was declared innocent.

[ଦ୍ରଷ୍ଟବ୍ୟ —ଅଭିଯୁକ୍ତ ବ୍ୟକ୍ତି ନିଜ ହାତରେ ତାତିଲା ଲୁହା ଧରିଲେ, କିମ୍ୱା ନିଆଁ ଉପରେ ଚାଲିଗଲେ, କିମ୍ୱ ବିଷଧର ସର୍ପ ଥିବା ମାଠିଆ ମଧ୍ୟରେ ହାତ ପୂରାଇ ଦେଲେ, କିମ୍ୱା ଫୁଟିଲା ତେଲରେ ହାତ ବୁଡ଼ାଇ ଦେଲେ ଯେବେ ଉକ୍ତ ବ୍ୟକ୍ତି ଆହତ ହେଉ ନ ଥିଲା, ତେବେ ସେ ନିର୍ଦ୍ଧୋଷ ବୋଲି ପ୍ରତିପାଦିତ ହେଉଥିଲା ଅଭିଯୁକ୍ତ ବ୍ୟକ୍ତିର ଅଗ୍ନିଦ୍ୱାରା ପରୀକ୍ଷାକୁ ଅଗ୍ନିମାଣ୍ଡୁ, ଉତ୍ତପ୍ତ ତୈଳଦ୍ୱାରା ପରୀକ୍ଷାକୁ ତୈଳମାଣ୍ଡୁ, ତପ୍ତଲୌହଦ୍ୱାରା ପରୀକ୍ଷାକୁ ଲୌହ— ମାଣ୍ଡୁ, ଉତ୍ତପ୍ତ ଜଳଦ୍ୱାରା ପରୀକ୍ଷା ଜଳମାଣ୍ଡୁ, ସର୍ପଦ୍ୱାରା ପରୀକ୍ଷାକୁ ସର୍ପମାଣ୍ଡୁ ବୋଲା ଯାଉଥିଲା ]

୨. ତେନ୍ତରା; ଶଗଡ଼ର ଦୁଇ ତଳେ ଅଖ ଉପରେ ଅଖର ଆଡ଼ବାଗରେ ବସା ଯାଇଥିବା ଦୁଇଖଣ୍ଡ ଲମ୍ୱା କାଠ —୨. Two long bits of wood put crosswise on the axle and over which the beams of a cart are securely set by means of wooden pins.

[ଦ୍ରଷ୍ଟବ୍ୟ —ତେନ୍ତରା କାଠରେ ଘରା କରାଯାଇ ଏହା ଅଖ ଉପରେ ଆଡ଼ବାଗରେ ଦୃଢ଼ଭାବରେ ବସାଯାଏ ଓ ଏହି କାଠ ଦୁଇଖଣ୍ଡି ଉପରେ ଶଗଡ଼ର ଦୁଇ ଦଣ୍ଡକୁ ରଖି ମାଣୁକୀଳାଦ୍ୱାରା ଆବଦ୍ଧ କରାଯାଏ ]

୩. (ସଂସ୍କୃତ - ମଣ୍ଡା) ମାଡ଼ (ଦେଖ) - —୩. Māṟḍ̠u (See)

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ)[ସମ୍ପାଦନା]

କଷି ତାଳ — Green or raw plam fruit.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଏକଜାତୀୟ ଧାନ —A species of paddy.