ମେଦ

ଉଇକିଅଭିଧାନ‌ରୁ

ବିଶେଷ
ଶରୀରରେ ଚମଡ଼ାତଳେ ଜମାହୋଇଥିବା ଚର୍ବି

ପ୍ରତିଶବ୍ଦ[ସମ୍ପାଦନା]

  1. ସ୍ନେହ
  2. ଚର୍ବିମେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମିଦ୍ ଧାତୁ=ସ୍ନିଗ୍ଧ ହେବା+କରଣ. ଅ. ଅସ୍)[ସମ୍ପାଦନା]

୧. ମଜ୍ଜା; ଚର୍ବି; ବସା —୧. Fat; lymph; adeps.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ମେଦ ମାଂସରୁ ଉତ୍ପନ୍ନ ହୁଏ ଓ ମେଦରୁ ଅସ୍ଥି ହୁଏ—ହିନ୍ଦୀ - ଶ.]

୨. ହାଡ଼ରସା; ଅସ୍ଥିର ମକ୍କା —୨. Bone-marrow.
୩. ମେଦୋବୃଦ୍ଧି; ରୋଗବିଶେଷ —୩. Obesity.
୪. ମ୍ଳେଚ୍ଛ— ଜାତିବିଶେଷ —୪. Name of a low barbarian caste.

[ଦ୍ରଷ୍ଟବ୍ୟ —ମନୁସ୍କୃତି ମତରେ ବୈଦେହିକ ପୁରୁଷ ଓ ନିଷାଦ ସ୍ତ୍ରୀଠାରୁ ଏ ଜାତି ଉତ୍ପନ୍ନ—ହିନ୍ଦୀ - ଶ.]

୫. ଅଳମ୍ୱୁଷା; ମଞ୍ଜିଷ୍ଠା —୫. Indian madder, Rubia Manjith.
୬. (ବୈଦ୍ୟକ) ମେଦା (ଦେଖ) - —୬. Medā (See)
୭. କସ୍ତୂରୀ (ହିନ୍ଦୀ - ଶ.) —୭. Musk.
୮. ନୀଳାରତ୍ନର ଛାୟାବିଶେଷ (ରତ୍ନ ପରୀକ୍ଷା) —୮. A defect or shade in sapphire.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୁମ୍ଭୀର, ବିଲୁଆ ପ୍ରଭୃତି ପ୍ରାଣୀଙ୍କର ମାଂସରୁ ପ୍ରସ୍ତୁତ ଆମତନାଶକ ଔଷଧବିଶେଷ — ୧. A liquid mixture prepared from the flesh of alligators jackals and other lower animals and used in curing rheumatism.

[ଦ୍ରଷ୍ଟବ୍ୟ —ବିଲୁଆ, ନେଉଳ, କୁମ୍ଭୀର ଆଦି ପ୍ରାଣୀଙ୍କ ମାଂସକୁ ଖଣ୍ଡ ଖଣ୍ଡ କରି କାଟି ଗୋଟିଏ ମାଠିଆରେ ପୂରାଇ ତହିଁରେ ଦହି ଓ ଲୁଣ ଦେଇ ପୋତି ରଖିଲେ ତାହା ସଢ଼ିଯାଇ ଏକ ବା ଦୁଇ ବର୍ଷ ପରେ ଜଳୀୟ ପଦାର୍ଥରେ ପରିଣତ ହୁଏ ତାହାକୁ ଖାଇଲେ ଆମବାତ ରୋଗ ଭଲ ହୋଇ ଯାଏ ଏବଂ କ୍ଷୀଣକାୟ ବଳଦମାନେ ସବଳ ହୁଅନ୍ତି]

୨. ବିଷ୍ଠାଦିର ମେଞ୍ଚା —୨. A lump or mass of dung or nightsoil.
୩. ଧାନ ସଞ୍ଚୟ କରିବାର ପାଳ ମରେଇ —୩. A receptacle or rick made of crushed straw for storing paddy.
୪. ପୃଷ୍ଟିକର ଗୋଖାଦ୍ୟବିଶେଷ —୪. A food prepared for improvement of the health of cattle.