ଲହଲାଙ୍ଗୁଳିଆ

ଉଇକିଅଭିଧାନ‌ରୁ

ଲହଲାଙ୍ଗୁଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳୀ)[ସମ୍ପାଦନା]

ଆଙ୍ଗଳିଆ; ବିଷଲାଙ୍ଗୁଲିୟା; ଏକପ୍ରକାର କ୍ଷୁଦ୍ର— ବୃକ୍ଷର ମୂଳ —Gloriosa Superba; Methonica Superba (M.W.); wolfsbane; Aconitum Napellus; Hydroba Zeylancia.

[ଦ୍ରଷ୍ଟବ୍ୟ —ଏହା ଗୋଟିଏ ଉପବିଷ; ରଜନୀଗନ୍ଧାଦିବର୍ଗର ଆରଣ୍ୟ ରୋହିଣୀ ବର୍ଷାଦିନେ ଚେରରୁ ଜନ୍ମେ, କିନ୍ତୁ ଶରତ୍କାଳରେ ଫଳ ପାଚିଲେ ଗଛ ମରିଯାଏ ଓ ଗଛର ଚିହ୍ନମାନ ନ ଥାଏ ଏହାର ପତ୍ର ଏକୋତ୍ତର, ମତ୍ସାକାର ଓ ଅଙ୍କୁଶଯୁକ୍ତ; ଫୁଲ ବଡ ବଡ ଓ ଅଗ୍ନିବର୍ଣ୍ଣ ଫୁଲରେ ୬ ଗୋଟି ପୁଂକେଶର ଥାଏ; ଗର୍ଭକେଶର ବଙ୍କେଇ ଯାଇ ପୁଂକେଶର ଉପରେ ପଡ଼େ ଓ ଦେଖିବାକୁ ଲଙ୍ଗଳର ଇଶ ପରି ଅଟେ ଫୁଲର ଡେମ୍ଫ ଓ ଫୁଲ ଅଧୋମୂଖ; ଫଳ ପାଚିଲେ ଫାଟିଯାଏ ବୈଦିକ— କାଳରୁ ଏହା ଗର୍ଭପାତର ଔଷଧରୂପେ ଖ୍ୟାତ ଏହାକୁ ଔଷଧାର୍ଥ ବ୍ୟବହାର କରିବାକୁ ହେଲେ ଏକ ଦିବସ— କାଳ ଗୋମୂତ୍ରରେ ଭାବନା ଦେଇ ଶୋଧନ କରିବାକୁ଼ ହୁଏ

ଏହା ଦକ୍ଷିଣ ଭାରତରେ ବିଶେଷ ଦେଖାଯାଏ ଏହା କଟୁତିକ୍ତକଷାୟ, ଉଷ୍ଣବୀର୍ଯ୍ୟ, ତୀକ୍ଷ୍ମ, କ୍ଷାରଗୁଣଯୁକ୍ତ, ସାରକ, ପିତ୍ତବର୍ଦ୍ଧକ, ଗର୍ଭପାତକ, କଫ, ଶୋଥ ଓ ବ୍ରଣ— ନାଶକ ଅଟେ ଏହା କୁଷ୍ଠ, ଶୋଥ, ଅର୍ଶଃ, ବ୍ରଣ, ଶୂଳ, କଫ ଓ କ୍ରିମି ନାଶକ—ଦ୍ରବ୍ୟଗୁଣ]