ଲୋଡ଼ିବା

ଉଇକିଅଭିଧାନ‌ରୁ

ଲୋଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଲୋଡ଼ା ଯି(ହେ)ବା-କର୍ମବାଚ୍ୟ ରୂପ]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସର୍ବନାମ, ସଂସ୍କୃତ - ଲୁଡ଼୍ ଧାତୁ)[ସମ୍ପାଦନା]

୧. (କୌଣସି ପଦାର୍ଥ) ଖୋଜିବା —୧. To search after.

[ଉ—କିଶୋରି ! ଲୋ଼ଡ଼ିଲେ ଆଉ କେ ଦେବ କବିସୂର୍ଯ୍ୟ ସଙ୍ଗୀତ]

୨. ଦରକାର କରିବା —୨. To want; to required.

[ଉ—ମାର ସୁ ମାରି, ନ ପୁଣ ବଞ୍ଜାରି ଜାରି ଲୋଡ଼ଇ ଏହା ସୁମରି ମରି ଭଞ୍ଜ ପ୍ରେମ.ସୁଧାନିଧୢ ]

୩. ବାଞ୍ଛା କରିବା — ୩. To wish for.
୪. କୌଣସି ବିଷୟ ପ୍ରତି ଲାଳାୟିତ ହେବା —୪. To hankker after something; to long for.

[ଉ—ଲୋଡ଼ି ଶ୍ୟାମ ପ୍ରୀତିକି ଘଟଣ ଯୁବତୀ କି କେ କହୁନାହିଁ ଧରି ଦଶନେ ଘାସ କବିସୂର୍ଯ୍. ସଙ୍ଗୀତ ]

୫. ବିବାହାଦି ଉତ୍ସବରେ ବନ୍ଧୁଙ୍କୁ ନିମନ୍ତ୍ରଣ କରିବା —୫. To invite relatives on special festivals.
୬. (ପାନବରଦିଆଙ୍କ ଭାଷା) ପାନ ଲତାରୁ ପାନ ତୋଳିବା —୬. To pluck betel leaves from creepers.

ପ୍ରାଦେଶିକ - (ଗଞ୍ଜାମ)[ସମ୍ପାଦନା]

୧. ଅନୁରୋଧ କରିବା —୧. To request.
୨. ଡ଼ାକିବା —୨. To call.

[ଉ—ଦୁଆରୀ ସେକ୍ଷଣି କହିଲା ବିଦୁରଙ୍କୁ, ଲୋଡ଼ୁଛନ୍ତି ରଜା ତୁମ୍ଭଙ୍କୁ ଦେଖିବାକୁ—କୃଷ୍ଣସିଂହ. ମହାଭାରତ. ସଭା ]