ଲୟ

ଉଇକିଅଭିଧାନ‌ରୁ

ଲୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ଲୀ ଧାତୁ=ଲୀନ ହେବା; ଅଶ୍ଳିଷ୍ଟ ହେବା+ଭାବ. ଅ)[ସମ୍ପାଦନା]

୧. ଜଳ ଆଦିରେ କୌଣସି ପଦାର୍ଥ ମିଳାଇ ଯିବା — ୧. Solution.
୨. କୌଣସି ବସ୍ତୁରେ ଲୀନ ହେବା ବା ମିଶି ଯିବା — ୨. Being merged in a thing; being dissolved; absorption.
୩. ସୃଷ୍ଟିର ପ୍ରଳୟ; ବିନାଶ, ଧ୍ୱଂସ — ୩. Extinction; utter ruin;dissolution of the universe;destruction.
୪. ସଂଶ୍ଳେଷ —୪. Clinging.
୫. ନୃତ୍ୟ— ଗୀତବାଦ୍ୟାଦିର ତାନ ବା ସମାନ; ଗୀତ ସଙ୍ଗେ ବାଦ୍ୟାଦିର ମେଳ —୫. Measured time in music or dance; equality of measure on music; union of vocal and instrumental music.
୬. ବିଳାସ; କ୍ରୀଡା —୬. Sport; play; enjoyment.
୭. (+ଅଧି. ଅ) ଆବାସ — ୭. Home; habitation; residence.
୮. ସୁଖ— ଭୋଗ — ୮. Felicity; enjoyment of pleasure.
୯. କାଳର ଅବିଚ୍ଛେଦ ଗତି —୯. Continuous passing of time; the speeding away of time.
୧. ଈଶ୍ୱର (ଯାହାଙ୍କଠାରେ ପ୍ରଳୟକାଳରେ ସୃଷ୍ଟି ଲୀନ ହୁଏ) —୧୦. God (in whom the creation merges at the time of dissolution.)
୧୧. ଅଭିନିବେଶ; ଗଭୀର ଅନରାଗ — ୧୧. Attention; deep attachment.
୧୨. କୌଣସି ବିଷୟ ପ୍ରତି ଏକାନ୍ତ ଧ୍ୟାନ ବା ମନୋଯୋଗ, ଏକାଗ୍ର ଚିତ୍ତରେ ଧ୍ୟାନ —୧୨. Concentrated attention to a particular matter; contemplation.

[ଉ—ଦ୍ୱିରଦ ମନ୍ଥର ମନ୍ଥନ କରି କି ଦେଉଛନ୍ତି ବୀରତୂର, ନର୍ତ୍ତକୀ, 'ଲୟ' ଜୁରି ମୁନିଙ୍କର ଭଞ୍ଜ. କୋଟି ବ୍ରହ୍ମାଣ୍ଡସୁନ୍ଦରୀ]

୧୩. କାର୍ଯ୍ୟର କାରଣରେ ପ୍ରବିଷ୍ଟ ହେବା ଓ ପୁଣି କାରଣରୂପେ ପରିଣତି (ହିନ୍ଦୀ - ଶ) —୧୩. Merger of a matter in its cause and being turned into the cause itself.
୧୪. ସ୍ଥିରତା; ବିଶ୍ରାମ (ହିନ୍ଦୀ - ଶ.) — ୧୪. Stillness; rest.
୧୫. ମୂର୍ଚ୍ଛା (ହିନ୍ଦୀ - ଶ.) — ୧୫. Loss of consciousness; fainting
୧୬. (ସଙ୍ଗୀତ) କୌଣସି ସ୍ୱରକୁ ବାହାର କରିବାକୁ ଯେତେ ସମୟ ଲାଗେ (ହିନ୍ଦୀ - ଶ.) —୧୬. The time required to bring out a tune.

[ଦ୍ରଷ୍ଟବ୍ୟ — ଏହା ୩ ପ୍ରକାର, ଦ୍ରୁତ, ମଧ୍ୟ ଓ ବିଳମ୍ୱିତ—ହିନ୍ଦୀ - ଶ.] ===

୧୭. ବୈଦିକଯୁଗରେ ଚାଷ ଜମିକୁ ସମତଳ କରିବା ପାଇଁ ବ୍ୟବହୃତ ଏକପ୍ରକାର ମର (ଶୁକ୍ଳ ଯଜୁର୍ବେଦ ବାଜସନେୟ ସଂହିତା) —୧୭. A kind of ladderlike contrivance used in ancient times for levelling up ploughed up fields.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗାଇବାର ସ୍ୱର — ୧. Tune of a song.
୧. ଗୀତ ଗାଇବାର ଢଙ୍ଗ —୨. Mode of singing.
୩. ଅବଲୟ; ନର୍ତ୍ତକର ହସ୍ତାଦିର ଭଙ୍ଗୀ — ୩. Gestures made by dencers during a song; gesticulations.