Jump to content

ତମାଖୁ

ଉଇକିଅଭିଧାନ‌ରୁ

ତମାଖୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ତମାକୁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାମ୍ରକୂଟ; ତୁଳ. ପର୍ତ୍ତୁ. ତାବାକୋ)

[ସମ୍ପାଦନା]
୧. ଦୋକତା; ଧୁଆଁପତ୍ର; ତମାକୁ —୧. Tobacco; Nicotiana; Nicotiana Tabacum. (Kirtikar).

[ଦ୍ରଷ୍ଟବ୍ୟ —ତମାଖୁ ବଙ୍ଗନାଦି ବର୍ଗର ବଷାୟୁ ଶାକ ଗୁଳ୍ମ ବର୍ତ୍ତମାନ ଆସିଆ, ଆମେରିକା, ଇଉରୋପ, ଆଫ୍ରିକା ଆଦିରେ ଏହାର କୃଷି ହେଉଅଛି ତମାଖୁ ଗଛ ୩ ଠାରୁ ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ ଏଥିର ପତ୍ର ୨୩: ଫୁଟ ପର୍ଯ୍ୟନ୍ତ ଲମ୍ୱ ଓ ୧୧: ଫୁଟ ଚଉଡ଼ା ହୁଏ ଯେଉଁ ଜମିରେ ଖାର ଅଂଶ ବେଶି ଓ ନଈର ପଟୁ ଜମିରେ ଏ ଫସଲ ହୁଏ ପ୍ରଥମେ ଏ ଗଛର ମଞ୍ଜି ବୁଣାଯାଏ ଚାରାମାନ ୫୬: ଇଞ୍ଚ ଉଚ୍ଚ ହେଲେ ତଳି ମାନଙ୍କୁ ନେଇ ବହୁବାର ହଳ କରାଯାଇଥିବା ଜମିରେ ୩ ଫୁଟ ଲେଖାଏଁ ଛଡାରେ ରୋଇବାକୁ ହୁଏ ଏ ଫସଲପାଇଁ ଖୁବ୍ ପାଣି ଲୋଡ଼ା ଯେଉଁ ଜମିରେ ଏ ଫସଲ ହୁଏ, ବରଷକ ଭିତରେ ସେ ଜମିରେ ଅନ୍ୟ ଫସଲ ହୋଇ ପାରେ ନାହିଁ ଗଛରେ ଫୁଲ ହେବା ପୂର୍ବରୁ କଢ଼ ଓ କଅଁଳ ଅଗମାନ ଭାଙ୍ଗି ଦିଆଯାଏ ଓ ମୂଳପତ୍ର ମାନ ମଧ୍ୟ ଭାଙ୍ଗି ଦିଆଯାଏ ଏ ଗଛରେ ଅନେକ ରୋଗ ହୁଏ ଓ ପୋକ ଲାଗନ୍ତି ଏଥିପାଇଁ ସାବଧାନ ରହିବାକୁ ହୁଏ ଗଛର ପତ୍ରମାନ ଟିକିଏ ହଳଦିଆ ପଡ଼ି ଆସିଲେ ଓ ତା ଉପରେ ଧଳା ଧଳା ଟୋପି ଟୋପି ଦାଗ ଦେଖା— ଗଲେ ଏ ଗଛମାନ କାଟି ପତ୍ରମାନଙ୍କୁ କେତେଦିନ ଖରାରେ ଓ କେତେଦିନ ଛାଇରେ ଟାଙ୍ଗି କରି ଶୁଖାଇବାକୁ ହୁଏ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦି ପୂର୍ବେ ଏହା କେବଳ ଆମେରିକାର ଆଦିମ ନିବାସୀ— ମାନେ ବ୍ୟବହାର କରୁଥିଲେ କଲମ୍ୱସ ଖ୍ରୀ. ୧୪୬୨:ରେ ଆମେରିକା ଆବିଷ୍କାର କରିବା ସମୟରେ ଏହା ଦେଖିଲେ ଓ ୧୫୩୬: ସାଲରେ ସ୍ପେନ ଦେଶ ବାସୀମାନେ ଏହାକୁ ଇଉରୋପକୁ ପ୍ରଥମେ ଆଣିଲେ ପର୍ଟୁଗାଲ ଦେଶୀୟ ଖ୍ରୀଷ୍ଟାନ୍ ପାଦ୍ରୀମାନେ ଷୋଡ଼ଶ ଶତାବ୍ଦିରେ ଏହା ଭାରତକୁ ଆଣିଲେ ଏହି ପାଦ୍ରୀମାନଙ୍କୁ ଏହା ବ୍ୟବହାର କରିବା ଦେଖି ଦାକ୍ଷିଣାତ୍ୟ ଗୋଲକୁଣ୍ଡା ବୀଜାପୁରର ନବାବ ଏହା ବ୍ୟବହାର କରି ହୁକ୍କା ଓ ଚିଲମରେ ଏହାର ଧୁଆଁ ପିଇବା ମାର୍ଗ ଉଦ୍ଭାବନ କରି ଏହାକୁ ଦିଲ୍ଲୀ ନେଲେ ଓ ମୋଗଲ ସମ୍ରାଟ ଆକବରଙ୍କୁ ଏହା ସେବନ କରିବାକୁ ମାର୍ଗ ମଡ଼ାଇଲେ କିନ୍ତୁ ହକିମ୍ମାନେ କହିଲେ ଯେ ଏହା ସେବନ କଲେ ରୋଗ ଜନ୍ମିବ, ଏଥିଲାଗି ଆକବର ଏହା ସେବନ କଲେ ନାହିଁ; କିନ୍ତୁ ବୀଜାପୁରର ନବାବଙ୍କ ଦେଖାଦେଖି ଏହା କ୍ରମଶଃ ବଡ଼ଲୋକଙ୍କ ମଧ୍ୟରେ ଓ ପରେ ଜନସାଧାରଣରେ ପ୍ରବେଶ ଲାଭ କଲା ଇଉରୋପ ଓ ଆସିଆରେ ତମାଖୁର ପିକାରେ ଧୁଆଁ ଖାଇବା ଏପରି ଚଳିଲା ଯେ ଇଁଲଣ୍ଡ, ଫ୍ରାନ୍ସ ଓ ଭାରତରେ ରାଜାମାନେ ଆଇନଦ୍ୱାରା ତମାଖୁ ସେବନ ନିଷିଦ୍ଧ କଲେହେଁ ଏଥିର ବ୍ୟବହାର କ୍ରମଶଃ ବଢ଼ିଲା ଡାକ୍ତର ଓ ଚିକିତ୍ସକମାନେ କହି ଆସୁ ଅଛନ୍ତି ଯେ ତମାଖୁରେ ବିଷ ଓ ନୀଶା ଅଛି ଓ ଏହା ସେବନ କଲେ ସ୍ୱାସ୍ଥ୍ୟହାନି ଓ ବିଶେଷତଃ ଦୃଷ୍ଟିଶକ୍ତିର ହାନି ହୁଏ ତଥାପି ଏହାର ପ୍ରଚାର ଆବାଳବୃଦ୍ଧ— ବନିତା ଓ ରାଜା ମହାରାଜାଙ୍କଠାରୁ କୁଟୀର ବାସୀ ଭିକ୍ଷୁକ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ସର୍ବତ୍ର ବଢୁଛି ତମାଖୁ ପତ୍ରକୁ ବଳି ପିକା କଚି, କିମ୍ୱା ଟିକି ଟିକି କରି କାଟି ବା ମଳି ଚିଲମ ଓ ପାଇପ୍ରେ ଏବଂ ତମାଖୁ ପତ୍ରର ଗୁଣ୍ଡାରେ ଗୁଡ଼ ଓ ସୁବାସିତ ଦ୍ରବ୍ୟ ମିଶାଇ ଗୁଡ଼ାଖୁ ରୂପେ ହୁକ୍କାରେ ଲୋକେ ଏଥିର ଧୁଆଁ ପିଅନ୍ତି ଏଥିର ଗୁଣ୍ଡାରେ ଧନିଆ ଓ ପାନ ମହୁରି ଆଦି ମିଶାଇ ପାନ ସଙ୍ଗେ ଗୁଣ୍ଡି ରୂପେ, ଏଥିର ଚୁନାରେ ମସଲା ମିଶାଇ ସୁର୍ତୀରୂପେ ଓ ଏ ପତ୍ରକୁ ଚୂନ ସଙ୍ଗେ ଦଳି ଚୂନ— ପତ୍ରରୂପେ ଲୋକେ ପାଟିରେ ଜାକନ୍ତି ଏହି ପତ୍ରକୁ ଚୁରି ଲୋକେ ନାସ କରି ଶୁଂଘନ୍ତି ପୂର୍ବେ ଏ ଦେଶରେ ଏକ ପ୍ରକାର ଧୂଆଁପତ୍ର ବଣରେ ଜାତ ହେଉଥିଲା; କିନ୍ତୁ କେହି ତାର ବ୍ୟବହାର ଜାଣୁ ନ ଥିଲେ ଚରକାଦି ଆୟୁର୍ବେଦ ଶାସ୍ତ୍ରରେ 'ଧୁମ୍ରପାନ'ର ଉଲ୍ଲେଖ ଅଛି, ମାତ୍ର 'ତାମ୍ରକୂଟ' ଶବ୍ଦର ଉଲ୍ଲେଖ ନାହିଁ ଅନେକ ପ୍ରକାରର ଧୂଆଁପତ୍ର ଦେଖାଯାଏ; ଯଥା—ଦେଶୀ, ବାଲେଶ୍ୱରୀ, ମୋତିହାରୀ, ସିଂଘିପୁରୀ, ବାଇଁଗଣୀ ଓ ବିଷ୍ଣୁପୁରୀ ବା ବିଡ଼ିପତ୍ର ବୈଦ୍ୟକ ମତରେ ତମାଖୁ ତୀକ୍ଷ୍ଣ, ଗରମ, କଡ଼ୁଆ, ବମନ କାଚକ, ମତ୍ତତାଜନକ ଓ ଦୃଷ୍ଟିଶକ୍ତିର ହାନିକାରକ ଏଥିରେ ନିକୋଟୀନା ନାମକ ମାରାତ୍ମକ ବିଷ ଅଛି]

୨. ଗୁଡ଼ାଖୁ —୨. A smoking mixture made of tobacco powder kneaded with molasses.