ବସିବା
ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ବସା(ସେ)ଇବା—ଣିଜନ୍ତ]
(ଉଠିବା—ବିପରୀତ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଉପପୂର୍ବକ ବିଶ୍ ଧାତୁ ବା ଆସ୍ ଧାତୁ)
[ସମ୍ପାଦନା]- ୧. ଉପବେଶନ କରିବା —୧. To sit; to take one's seat.
- ୨. ଶରୀରର ନିମ୍ନାର୍ଦ୍ଧକୁ ଭୂମିରେ ସ୍ଥାପନ କରି ଉପବିଷ୍ଟ ହେବା —୨. To squat.
- ୩. ଅବସ୍ଥାନ କରିବା; ରହିବା —୩. To stay.
ଯେ ଯାହାର ବସାରେ ସୁଖରେ ବସିଲେ ଦମୟନ୍ତୀଠାରେ ମାନସ ନିବେଶିଲେ— କୃଷ୍ଣସିଂହ, ମହାଭାରତ ବନ
ଅନୁବାଦ
[ସମ୍ପାଦନା]- ୪. ବିଶ୍ରାମ କରିବା —୪. To take rest.
(ଯଥା—ଦିନଯାକ ମିହନ୍ତ କରି କରି ବସିବାକୁ ମତେ ଫୁରୁସେତ୍ ନାହିଁ)
ଅନୁବାଦ
[ସମ୍ପାଦନା]- ୫. ଅପେକ୍ଷା କରିବା —୫. To wait.
ଅନୁବାଦ
[ସମ୍ପାଦନା]- ୬. ନିଷ୍କର୍ମା ହୋଇ ରହିବା —୬. To sit idle.
(ଯଥା—ଦରମା ନେଇ କିଛି କାମ ନ କରି ତୁ କେତେ ଦିନ ଯାକେ ବସିବୁ?)
- ୭. ଘନୀଭୂତ ହେବା; ଜମାଟ ହେବା —୭. To coagulate to be congealed; to curdle; to thicken.
(ଯଥା—ଥଣ୍ଡା ହେତୁ ଘିଅ ବସିଗଲା)
ଅନୁବାଦ
[ସମ୍ପାଦନା]- ୮. ଭୂମିରେ ଚଉରସ ହୋଇ ସଂଲଗ୍ନ ହେବା — ୮. To be set firmly on the ground.
(ଯଥା—ଏ ଟେବଲ୍ଟି ଅସମତଳ ଭୂଇଁରେ ବସିବ କିପରି?)
ଅନୁବାଦ
[ସମ୍ପାଦନା]- ୯. (ପୋକ, ଅଂଶେଇ, ମାଛି) ଉପୁଜିବା; ଜାତ ହେବା; ଦେଖାଯିବା —୯. To appear (said of maggots).
(ଯଥା—ତା ଘାଆରେ ଅଂଶେଇ ବା ମାଛି ବସିଲେଣି)
- ୧. (ଶୁଭବଚନା) (ଘୋଡ଼ା, ହାତୀ) ମୃତ ହେବା; ମରିବା —୧୦. (euphemism) To die; to sink down (said of horses and elephant).
(ଯଥା—ଏ ବରଷ ରାଜାଙ୍କର ୩ ଘର ହାତୀ ବସିଗଲେ)
ଅନୁବାଦ
[ସମ୍ପାଦନା]
|
- ୧୧. ଘନଭାବରେ ମାଡ଼ିଯିବା; ଅଧିକଭାବରେ ଜାତ ହେବା — ୧୧. To preponderate; to spread thickly.
(ଯଥା—ପୋଖରୀରେ ବଧ ବସିଗଲାଣି; ଦିହରେ ମଳି ବସି— ଗଲାଣି)
ଅନୁବାଦ
[ସମ୍ପାଦନା]- ୧୨. ଦବିଯିବା; ତଳକୁ ପଶିବା —୧୨. To sink down; to go down.
(ଯଥା—ଏ ମୂଳଦୁଆର ମାଟି ବର୍ଷା ପାଣି ଖାଇ ବସି ନ ଥିବାରୁ ଖୁଣ୍ଟାଗୁଡ଼ାକ ବସିଗଲାଣି)
ଅନୁବାଦ
[ସମ୍ପାଦନା]- ୧୩. (କଣ୍ଠସ୍ୱର ବା ଗଳା) କାର୍ଯ୍ୟକାରିତା ଶକ୍ତି ହରାଇବା — ୧୩. To lose the power of action.
(ଯଥା—ଶରଦରେ ମୋ ଗଳା ବସିଗଲା)
- ୧୪. ସ୍ଥିରଭାବରେ ରହିବା —୧୪. To remain still.
ଅନୁବାଦ
[ସମ୍ପାଦନା]- ୧୫. ଉନ୍ନତ ଅବସ୍ଥାରୁ ଅବନତ ଅବସ୍ଥାକୁ ଗତି କରିବା; ଅଧୋଗତି କରିବା; ଅବନତିର ଅବସ୍ଥାପନ୍ନ ହେବା — ୧୫. To come down a higher position; to deteriorate.
(ଯଥା—ପୂର୍ବେ ସେ ଭାରୀ ଧନୀ ଥିଲେ; ମାତ୍ର ଏବକୁ ବସି— ଗଲେଣି)
ଅନୁବାଦ
[ସମ୍ପାଦନା]
|
- ୧୬. କଷି ହେବା; ଚୁସ୍ତ ହେବା —୧୬. To become tight.
(ଯଥା—ଶିଶୁଟି ବଡ଼ ହୋଇଯିବାରୁ ତାର ପିଲାଦିନର ଖଡ଼ୁ ହାତରେ ବସିଗଲାଣି)
ଅନୁବାଦ
[ସମ୍ପାଦନା]- ୧୭. ଖାପ ଖାଇବା; ଅଙ୍ଗର ମାପସହ ହେବା — ୧୭. To fit in; to suit.
(ଯଥା—ଏ କୁର୍ତ୍ତାଟା ମୋ ଦିହରେ ଠିକ୍ ହୋଇ ବସୁଛି)
ଅନୁବାଦ
[ସମ୍ପାଦନା]- ୧୮. କାଳଯାପନ କରିବା; ଚିଳିବା; ବଢ଼ିବା — ୧୮. To spend time; to be brought up.
(ଯଥା—ସେତ ସଭ୍ୟସମାଜରେ ବସି ନାହିଁ; ଭଦ୍ରତା କାହୁଁ ଜାଣିବ?)
ଅନୁବାଦ
[ସମ୍ପାଦନା]
|
- ୧୯. କୌଣସି କାର୍ଯ୍ୟରେ କିଛିକାଳ ନିଯୁକ୍ତ ହେବା — ୧୯. To be engaged in any work for a protracted period.
ପୁରୁଷ ବସି ଯେତେ ଶାସ୍ତ୍ର ପଢ଼ୁୁୁୁଥାଏ ତେତିକି ଜାଣ ଜ୍ଞାନ ବୃଦ୍ଧି ତାର ହୁଏ—କୃଷ୍ଣସିଂହ ମହାଭାରତ. ଶାନ୍ତି
ଅନୁବାଦ
[ସମ୍ପାଦନା]- ୨. ଦଖଲ କରିବା; ଅଧିକାର କରିବା; ପ୍ରଜାରୂପେ ଜମିରେ ଦଖଲ ପାଇବା —୨୦. To settle on land (said of tenants).
(ଯଥା—ସେ ଅନାବାଦି ଜମିରେ ଗୁଡ଼ିଏ ପ୍ରଜା ବସିଲେଣି)
ଅନୁବାଦ
[ସମ୍ପାଦନା]- ୨୧. ଚିହ୍ନିତ ହେବା; ଦାଗ ରହିବା — ୨୧. To be left as a marks.
(ଯଥା—ତା ଦେହରେ ବେତର ନୋଳା ବସିଲାଣି)
ଅନୁବାଦ
[ସମ୍ପାଦନା]- ୨୨. ଈଶ୍ୱରକୁ ବା ମହାପ୍ରସାଦକୁ ସାକ୍ଷୀ ରଖି ଅନ୍ୟର ସଙ୍ଗେ ମିତ୍ରତାସୁତ୍ରରେ ଆବଦ୍ଧ ହେବା — ୨୨. To establish god-relationship.
ଅନୁବାଦ
[ସମ୍ପାଦନା]- ୨୩. (ଉଠୁଥିବା ବ୍ରଣ ଆଦି) ନ ପାଚି ଦେହରେ ଲୀନହେବା — ୨୩. To be assimilated to the body; to sink again into the body (said of bolis); to be absorbed.
(ଯଥା—ଥଣ୍ଡା ମଲମ ବୋଳିବାରୁ ବଥାଟା ନ ପାଚି ବସିଗଲା)
ଅନୁବାଦ
[ସମ୍ପାଦନା]- ୨୪. (ଜଳରେ ଭାସମାନ ପଦାର୍ଥ ବା ଜନ୍ତୁ) ଜଳରେ ନିମ୍ନଦେଶକୁ ଯାଇ ଅବସ୍ଥିତ ହେବ; ତଳକୁ ଲାଗିଥିବା; ତଳତଳେଇବା —୨୪. To precipitate; to sink down to the bottem.
(ଯଥା—ଗୋଳିଆ ପାଣିରେ ଫିଟିକିରି ଗୋଳି ମାଠିଆରେ ରଖିଦେଲେ ପଙ୍କ ତଳକ ବସିଯାଏ)
ଅନୁବାଦ
[ସମ୍ପାଦନା]
|
- ୨୫. (ଅମୁକ ଉପରେ) କର ଆଦି ଧାର୍ଯ୍ୟ ହେବା — ୨୫. To be assessed (said of tax etc.)
(ଯଥା—ସବୁ ଜମିରେ ଅଣାଏ ଲେଖାଏ ଟିକସ ବସିଗଲା)
ଅନୁବାଦ
[ସମ୍ପାଦନା]- ୨୬. ସ୍ଥାପିତ ହେବା; ପ୍ରତିଷ୍ଠିତ ହେବା — ୨୬. To be held or established.
(ଯଥା—ଅଳ୍ପ ଦିନ ହେଲା ସେଠାରେ ଗୋଟିଏ ସ୍କୁଲ୍ ବସିଛି)
ଅନୁବାଦ
[ସମ୍ପାଦନା]- ୨୭. କଚେରି ଆଦିର କାର୍ଯ୍ୟ ଚଳିବା ବା ଆରମ୍ଭ ହେବା —୨୭. To go on; to be begun; to be opened; to be started.
(ଯଥା—ଖରାଦିନେ ସକାଳ ଓଳି କଚେରୀ ବସେ)
ଅନୁବାଦ
[ସମ୍ପାଦନା]- ୨୮. ଜୀବିତ ରହିବା; ଜୀଇଁବା; ବଞ୍ଚିବା — ୨୮. To live;
(ଯଥା—ବୁଢ଼ା ବୁଢ଼ୀ ବସିଛନ୍ତି, ମାତ୍ର ପୁଅ ନାତି ଚାଲି ଗଲେ)
ଅନୁବାଦ
[ସମ୍ପାଦନା]- ୨୯. ଉଦ୍ୟତ ହେବା; ପ୍ରସ୍ତୁତ ହୋନା — ୨୯. To be ready for; to be about to do a thing.
(ଯଥା—ସେ ତ କାଲି ବୁଡ଼ି ମରିବାକୁ ବସିଥିଲା)
ଅନୁବାଦ
[ସମ୍ପାଦନା]- ୩. ଆରମ୍ଭ କରିବା; ବ୍ୟାପୃତ ହେବା — ୩୦. To begin; to be engaged in.
କଳି ଯେବେ କରବସିବ ସଙ୍ଗେ ଥିବ ଭାଇ ଦୁଧ ଯେବେ ଖାଇବସିବ ଘରେ ଥିବ ଗାଈ ଘର ଯେବେ କରିବସିବ ସଙ୍ଗେ ଥିବ ମାଈ—ଢଗ
ଅନୁବାଦ
[ସମ୍ପାଦନା]
|
- ୩୧. ଗ୍ରଥିତ ହେବା — ୩୧. To be laid or set.
(ଯଥା—ଏ ପିଣ୍ଡାରେ ଗୁଡ଼ିଏ ମାକଡ଼ାପଥର ବସିଛି)
ଅନୁବାଦ
[ସମ୍ପାଦନା]- ୩୨. ସାନ୍ଦ୍ର ହେବା; ଘନ ହେବା — ୩୨. To thicken; to become closer.
(ଯଥା—ନୂଆ ଲୁଗା ଥରେ ଦୁଇ ଥର ଧୋବା ଘରେ ପଡ଼ିଲେ ବସିଯାଏ)
ଅନୁବାଦ
[ସମ୍ପାଦନା]- ୩୩. ଉନ୍ନିଦ୍ର ହୋଇ ରହିବା; ଚେଇଁ ରହିବା — ୩୩. To watch; to keep waking.
(ଯଥା—ଆମର ରୋଗୀପାଖେ ବସି ବସି ରାତି ପାହିଲା)
ଅନୁବାଦ
[ସମ୍ପାଦନା]
|
- ୩୪. ମନରେ (ଦୟାଦିଭାବ) ଉଦ୍ରେକ ହେବା — ୩୪. To arise in the mind.
ଦୟା ନ ବସିବା ତାହାଙ୍କର ନିଜ ଅଙ୍ଗ ବଳରାମ. ରାମାୟଣ
ଅନୁବାଦ
[ସମ୍ପାଦନା]- ୩୫. ବାସ କରିବା —୩୫. To live.
ମହିମା ଏହାର ଜାଣି ବସନ୍ତି ଏ ଦେଶେ ନାନା ସ୍ଥାନ ଋଷିବୃନ୍ଦ ରାଧାନାଥ. ମହାଯାତ୍ରା
ଅନୁବାଦ
[ସମ୍ପାଦନା]- ୩୬. କୌଣସିଠାରେ ରହିବାର ସ୍ଥାନ ପାଇବା — ୩୬. To get a place or footing in.
ବସୁଧାରା ତୀର୍ଥରେ ଯେ କରଇ ସ୍ନାନ ବସଇ ସେହି ନଇ ବୈକୁଣ୍ଠଭୂବନ କୃଷ୍ଣସିଂହ. ମହାଭାରତ. ବନ
ଅନୁବାଦ
[ସମ୍ପାଦନା]
|
- ୩୭. ଅବସ୍ଥିତ ହେବା —୩୭. To be set up.
(ଯଥା—ଆଶ୍ୱାନ ସପ୍ତମୀ ଦିନ ଦୁର୍ଗାପୂଜାର ଘଟି ବସିବା)
- ୩୮. (ନାକ) ଚେପା ହୋଇ ଯିବା —୩୮. (the nose) To become flattened.
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର)କ୍ରିୟାପଦ -
[ସମ୍ପାଦନା]ରଖାଯିବା; ଥୁଆଦେବା — To be placed; to be kept.
[ଯଥା—ଘଟି ବସିଛି (ଢାଳ ଥୁଆ ହୋଇଛି) ]
[ଦ୍ରଷ୍ଟବ୍ୟ —ବସିବା ସମାପିକା କ୍ରିୟାର ଅସମାପିକାରୂପେ ସଙ୍ଗେ ପଡ଼ିବା, ରହିବା, ଯିବା କ୍ରିୟାର ସମାପିକା ରୂପେ ବ୍ୟବହୃତ ହୁଏ]