ଭାରତ

ଉଇକିଅଭିଧାନ‌ରୁ

ଭାରତ

ଉଇକିପିଡ଼ିଆରେ ଏହି ବିଷୟରେ ଏକ ଲେଖା ଅଛି:

Wikipedia

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଭରତ+ଅ; ଭରତ ନାମକ ରାଜପୁତଙ୍କୁ ଦାନ କରା ଯାଇ ଥିବାରୁ, କିମ୍ୱା ଦୁଷ୍ୟନ୍ତକୁମାର ଭରତଙ୍କଦ୍ୱାରା ଶାସିତ ହୋଇଥିବାରୁ)[ସମ୍ପାଦନା]

୧. ଭାରତବର୍ଷ —୧. India.
[ଦ୍ରଷ୍ଟବ୍ୟ — ଏହା ଜମ୍ୱୁଦ୍ୱାପର ନଅଟି ବର୍ଷ ମଧ୍ୟରୁ ଏକ ]
୨. ଭରତ ରାଜାଙ୍କ ତନୟ —୨. Name of the son of king Bharata.
୩. (ଭରତ+କୃତାର୍ଥେ. ଅ ଭରତ ବଂଶୀୟମାନଙ୍କୁ ଅବଲମ୍ୱନ କରି ଯେଉଁ ଗ୍ରନ୍ଥ କରାଯାଇ ଅଛି) ବେଦବ୍ୟାସ ରଚିତ ମହାଭାରତ ନାମକ ମହାକାବ୍ୟ —୩. The great Indian epic Mahābhārata.
[ଦ୍ରଷ୍ଟବ୍ୟ — ମହାଭାରତ ଅତି ବିଶାଳଗ୍ରନ୍ଥ ଏବଂ ଏଥିରେ ଭାରତବର୍ଷର ସବୁ ବିଷୟ ବର୍ଣ୍ଣିତ ହୋଇଅଛି ଏଥିପାଇଁ ଲୋକେ କହିଥାଆନ୍ତି—ଯାହା ନାହିଁ ଭାରତେ ତାହା ନାହିଁ ଭାରତେ, ଅର୍ଥାତ୍ ମହାଭାରତ ଗ୍ରନ୍ଥରେ ଯାହା ନାହିଁ ତାହା ଭାରତବର୍ଷରେ ନାହିଁ ]
୪. ନଟ —୪. An actor.
୫. ଅଗ୍ନି —୫. Fire.
୬. ଭରତଙ୍କ ସଂକଳିତ ସଂଙ୍ଗୀତ, ବାଦ୍ୟ ଓ ନାଟ୍ୟ ବିଷୟକ ଶାସ୍ତ୍ର —୬. The science of music and dramaturgy compiled by Bharata [Apte].

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଭରତ ବଂଶୀୟ —Belonging to the race of Bharata.