ଭାଷା

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ବିଶେଷାଣ (ସଂସ୍କୃତ)[ସମ୍ପାଦନା]

  • ମନର ଭାବର ଅଭିବ୍ୟକ୍ତି; ଯାହା ଦ୍ଵାରା ମନର ଭାବ ପ୍ରକାଶିତ ହୁଏ
  • ଏକ ବ୍ୟକ୍ତିର ମନୋଗତ ଭାବ ଅନ୍ୟ ବ୍ୟକ୍ତିର ବୋଧଗମ୍ୟ ହେବା ନିମନ୍ତେ ପ୍ରଯୁକ୍ତ ସଙ୍କେତ ବା ଶବ୍ଦ
  • କଥ୍ୟ ଭାଷା
  • ଅର୍ଥଯୁକ୍ତ ଭାଷା
  • କଥ୍ୟ ଭାଷାର ପ୍ରାଦେଶିକ ବୋଲି; ଭାକା; ଭାଖା
  • ପ୍ରାକୃତ ଭାଷା; ଦେଶୀୟ ଭାଷା
  • ବାକ୍ୟ ରଚନାର ଛଟା
  • ବାଗଦେବୀ; ସରସ୍ଵତୀ
  • ରାଗିଣୀ ବିଶେଷ
  • ଅରଜୀ; ଅଭିଯୋଗ ପତ୍ର

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଚିଠି; ପତ୍ରଭାଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - (ଭାଷ୍ ଧାତୁ+ଭାବ. ଅ+ଆ)[ସମ୍ପାଦନା]

୧. ମନର ଭାବର ଅଭିବ୍ୟକ୍ତ; ଯାହା ଦ୍ୱାରା ମନର ଭାବ ପ୍ରକାଶିତ ହୁଏ — ୧. Vehicle of thought; outward expresssion of one's inmost thoughts.

[ଦ୍ରଷ୍ଟବ୍ୟ — କଣ୍ଠ ସ୍ୱର ହାବଭବ, ଆକକାର, ଇଙ୍ଗିତ ପ୍ରଭୃତି ଏହି ଅର୍ଥରେ 'ଭାଷା' ରୂପରେ ଗଣ୍ୟ ଏହି ଅର୍ଥରେ ସବୁ ଜୀବଙ୍କର ଭାଷା ଅଛି, ଯଦ୍ଦ୍ୱାରା ପ୍ରତ୍ୟୋକ ଜୀବ ନିଜର ସୁଖ ଦୁଃଖ, ହର୍ଷ ବେଦନା, ମୃତ୍ୟୁ ଯନ୍ତ୍ରଣା, ଇଚ୍ଛା, ବିରାଗ ଓ ଭୟାଦି ପ୍ରକାଶ କରନ୍ତି

୨. ଏକ ବ୍ୟକ୍ତିର ମନୋଗତ ଭାବ ଅନ୍ୟ ବ୍ୟକ୍ତିର ବୋଧଗମ୍ୟ, ହେବା ନିମନ୍ତେ ପ୍ରଯୁକ୍ତ ସଙ୍କେତ ବା ଶବ୍ଦ —୨. Expression; signals and words by which a person's intentions and thought are conveyed to another.

[ଦ୍ରଷ୍ଟବ୍ୟ —ବ୍ୟକ୍ତି ନାଦର ସମଷ୍ଟି, ଯାହାଦ୍ୱାରା କୌଣସି ସମାଜରେ ବା ଦେଶର ଲୋକ ଆପଣା ମନୋଗତ ଭାବ ଅନ୍ୟ ନିକଟରେ ପ୍ରକାଶ କରନ୍ତି ଓ ଯାହାକୁ ଅଭିପ୍ରେତ ବ୍ୟକ୍ତି ବୁଝନ୍ତି ତାହା ଭାଷା ଅଟେ କଥା ନ କହି ମଧ୍ୟ ସଙ୍କେତ ବା ଅଙ୍ଗଭଙ୍ଗୀ ଦ୍ୱାରା ମନୋଗତ ଭାବ ପ୍ରକାଶ କରାଯାଇ ପାରେ ସାଙ୍ଗେତିକ ବା ଅନୁଚ୍ଚାର୍ଯ୍ୟ ଭାଷା ଯଥା,—ଅଙ୍ଗଭଙ୍ଗୀ, ହାବ ଭାବ, ଆକାର, ଇଙ୍ଗିତ, ଗତି, ଚେଷ୍ଟା, ନେତ୍ରବକ୍ରବିକାର ଶାବ୍ଦିକ ବା ଉଚ୍ଚର୍ଯ୍ୟ ଭାଷା, ଯଥା—ବର୍ଣ୍ଣଦ୍ୱାରା ଗଠିତ ବାକ୍ୟ ଏହା ପୁଣି ୨ ଭାଗରେ ବିଭିକ୍ତ, ଯଥା, କଥ୍ୟ ଭାଷା ଓ ଲେଖ୍ୟଭାଷା ବା ସାହିତ୍ୟ ଭାରତବର୍ଷରେ ୧୪୭: ଗୋଟି ଭାଷା ପ୍ରଚଳିତ ଏଥୁ ମଧ୍ୟରୁ ହାରାହାରି ୧ ଲକ୍ଷ ଲେଖାଁଏ ଲୋକ ୨୩: ଟି ବିଭିନ୍ନ ଭାଷାରେ ଥା କହନ୍ତି ଭାରତରେ ବିଭିନ୍ନ ଭାଷା ବ୍ୟବହାର କରିବା ବ୍ୟକ୍ତିଙ୍କ ମୋଟାମୋଟି ସଂଖ୍ୟା— ହିନ୍ଦି ୧ କୋଟି, ବଙ୍ଗଳା ୫ କୋଟି, ତୈଲଙ୍ଗ ୩କୋଟି, ମରହଟ୍ଟୀ ୨କୋଟି, ତାମିଲୀ ୨ କୋଟି, ଓଡ଼ିଆ ୧କୋଟି, ରାଜସ୍ଥାନୀ ୧ କୋଟି, ଗୁଜୁରାଟି ୧କୋଟି, ବ୍ରାହ୍ମ ଭାଷା ୧

କୋଟି, କର୍ଣ୍ଣାଟୀ ୧ କୋଟି, ଅନ୍ୟ୍ୟାନ୍ୟ ଭାଷା ୬ କୋଟି ସମଗ୍ର ପୃଥିବୀରେ ସହସ୍ରାଧିକ ଭାଷା ବ୍ୟବହୃତ ହୁଏ ଏକ ସମାଜର ବା ଦେଶର ବା ଅଞ୍ଚଳର ଭାଷାକୁ ଅନ୍ୟ ସମାଜରେ, ଦେଶର ବା ଅଞ୍ଚଳର ଲୋକ ବୁଝିପାରନ୍ତି ନାହିଁ ଏକାଧିକ ଭାଷାର ଶବ୍ଦ ଓ ବିଶେଷତ୍ୱମାନଙ୍କର ପର୍ଯ୍ୟାଲୋଚନ କରି ଭାଷାବିଜ୍ଞାନବିଦ୍ ପଣ୍ଡିତମାନେ ପୃଥିବୀର ଭାଷାମାନଙ୍କୁ ଭିନ୍ନ ଭିନ୍ନ ର୍ଗରେ (ଯଥା ଆର୍ଯ୍ୟ, ସେମେଟିକ୍ ହେମଟିକ୍, ଦ୍ରାବିଡ଼ୀୟସ, ଓ ଏକ ବର୍ଗର ଭାଷାକୁ ଭିନ୍ନ ଭିନ୍ନ ଶାଖାରେ ବିଭକ୍ତ କରିଅଛନ୍ତି ଓ ପ୍ରତ୍ୟେକ ଶାଖାକୁ କେତେଗୁଡ଼ିଏ ଭାଷାରେ ଓ ପ୍ରତ୍ୟେକ ଭାଷାକୁ କେତେଗୁଡ଼ିଏ ଉପଭାଷାରେ ବା ଭାଗରେ ବିଭକ୍ତ କରିଅଛନ୍ତି ଏଗ୍ରନ୍ଥର ପ୍ରଥମ ଖଣ୍ଡର ଇଂରାଜୀ ଓ ଓଡ଼ିଆ ଅବତରଣିକାରେ ଭାରତବର୍ଷ ପ୍ରଚଳିତ ଭାଷାମାନଙ୍କ ସମ୍ୱନ୍ଧେ କେତେକ ସୂଚନା ଦିଆ ଯାଇଅଛି] 

୩. କଥ୍ୟ ଭାଷା —୩. Spoken language.
୪. ଅର୍ଥଯୁକ୍ତ ଭାଷା —୪. Words having meaning.
୫. (+କର୍ମ ଅ) ବଚନ; ଉକ୍ତି, ବାକ୍ୟ; କଥା —୫. Speech; utterance.
୬. କଥ୍ୟ ଭାଷାର ପ୍ରାଦେଶି ବୋଲି; ଭାକା; ଭାଖା —୬ Dialect.
୭. ପ୍ରାକୃତ ଭାଷା; ଦେଶୀୟ ଭାଷା — ୭. Vernacular; the current language of a country.
୮. ବାକ୍ୟ ରଚନାର ଛଟା —୮. Style of composition.
୯. ବାଗ୍ଦେବୀ; ସରସ୍ୱତୀ — ୯. The Goddess of learning.
୧. ରାଗିଣୀ— ବିଶେଷ —୧୦. name of a musical air.
୧୧. ଅରବୀ; ଅଭିଯୋଗ ପତ୍ର (ହିନ୍ଦୀ - ଶ) —୧୧. A complaint; plaint.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚିଠି; ପତ୍ର —A letter; an epistle.