ସହଯୋଗ:ଉଚ୍ଚାରଣ ରେକର୍ଡ଼ିଂ

ଉଇକିଅଭିଧାନ‌ରୁ

ଏହି ଶିକ୍ଷଣ ପୃଷ୍ଠାରେ ଲିଙ୍ଗୁଆ ଲିବ୍ରେ (Lingua Libre) ଟୁଲ ବ୍ୟବହାର କରି ଓଡ଼ିଆ ଶବ୍ଦର ଉଚ୍ଚାରଣ କରିବା ପଦ୍ଧତି ବତାଯାଇଛି । ତଳେ ଏକ ଭିଡ଼ିଓରୁ ଏହା ଶିଖିପାରିବେ । ଭିଡ଼ିଓ ତଳକୁ ସ୍କ୍ରିନସଟ ଓ ଲେଖା ମାଧ୍ୟମରେ ମଧ୍ୟ ଏହା ବର୍ଣ୍ଣିତ ।

କମ୍ପ୍ୟୁଟରରୁ ରେକର୍ଡ଼ କରୁଥିଲେ[ସମ୍ପାଦନା]

ଉଇକିଅଭିଧାନରେ ଥିବା ଶବ୍ଦସବୁକୁ ରେକର୍ଡ଼ିଂ କରିବା ପାଇଁ ବିଭିନ୍ନ ବାଟ ରହିଛି । ତା' ମଧ୍ୟରୁ ଲିଙ୍ଗୁଆ ଲିବ୍ରେ (Lingua Libre) ଅନ୍ୟତମ । ଏହା ବ୍ୟବହାର କରି ଏକ ତାଲିକା ଭିତରେ ଥିବା ଶବ୍ଦସବୁ ସହଜରେ ରେକର୍ଡ଼ିଂ କରିହେବ ।

ଲଗ ଇନ ବା ନୂଆ ଖାତା ତିଆରି[ସମ୍ପାଦନା]

ଧରନ୍ତୁ ଆପଣ ଶ୍ରେଣୀ:କଳାହାଣ୍ଡିଆ ଶବ୍ଦ ଶ୍ରେଣୀ ଭିତରେ ଥିବା ଶବ୍ଦଗୁଡ଼ିକର ଉଚ୍ଚାରଣ ରେକର୍ଡ଼ କରିବା ପାଇଁ ଚାହାନ୍ତି । ଏଥି ପାଇଁ ଆପଣଙ୍କୁ ଉଇକିଅଭିଧାନରେ ପ୍ରଥମେ ଲଗ ଇନ କରିବାକୁ ପଡ଼ିବ । ଆଗରୁ ଏହି ପ୍ରକଳ୍ପ (ଉଇକିଅଭିଧାନ) ବା ଉଇକିପିଡ଼ିଆରେ ଖାତା (ଆକାଉଣ୍ଟ) ଥିଲେ ସିଧା ଲଗ ଇନ କରିପାରିବେ । ନଥିଲେ ଏହି ଲିଙ୍କରୁ ନୂଆ ଆକାଉଣ୍ଟ ତିଆରି କରିବେ ।

ରେକର୍ଡ଼ିଂ ପାଇଁ ଅନୁମତି[ସମ୍ପାଦନା]

ଆକାଉଣ୍ଟ ତିଆରି ସରିଲେ https://lingualibre.fr ପୃଷ୍ଠା ଖୋଲିବେ । ସେଠାରେ ଡାହାଣ ପଟେ ଉପରେ ଏକ ମଣିଷ ଆଇକନ ଉପରେ ଆପଣଙ୍କ କମ୍ପ୍ୟୁଟର ମାଉସ/ଟ୍ରାକପ୍ୟାଡ୍ କର୍ସର ବୁଲାଇଲେ "Log in on Wikimedia Commons" ଦିଶିବ ।

ଲଗ ଇନ କରିବା ବାଟ

ତା' ଉପରେ କ୍ଲିକ କଲେ https://commons.wikimedia.org ସାଇଟ ଆପେଆପେ ଖୋଲିବ ଆଉ ଆପଣଙ୍କୁ ତଳେ ଦିଶିବା ଭଳି ଅନୁମତି ମାଗିବ । "Allow" ଉପରେ କ୍ଲିକ କରିବେ । ଫଳରେ ଲିଙ୍ଗୁଆ ଲିବ୍ରେ ଆପଣଙ୍କ ଉଇକିଅଭିଧାନ ଆକାଉଣ୍ଟ ବ୍ୟବହାର କରିପାରିବ ଓ ଆପଣଙ୍କୁ ଆଉ ଏକ ନୂଆ ଆକାଉଣ୍ଟ ତିଆରି କରିବାକୁ ପଡ଼ିବ ନାହିଁ ।

"Allow" ଉପରେ କ୍ଲିକ କରିବେ
ଏବେ "Record" ଉପରେ କ୍ଲିକ କରିବେ
ଡାହାଣ ପଟେ ଥିବା "Start the test" ଉପରେ କ୍ଲିକ କରିବେ

ଏବେ ଡାହାଣ ପଟେ ଉପରେ "Record" ଉପରେ କ୍ଲିକ କରିବେ । ନୂଆ ପୃଷ୍ଠାଟେ ଖୋଲିବ । ବାମ ପଟେ କିଛି ସୂଚନା ଥିବ । ପଢ଼ିସାରି ଡାହାଣ ପଟେ ଥିବା "Start the test" ଉପରେ କ୍ଲିକ କରିବେ । ସେଠି "1. Say something" ଦେଖିଲେ ପରଖିବା ପାଇଁ କିଛି କହିବେ । "2. Listen" ଦିଶିବ ଓ ଆପଣ ଯାହା କହିଥିବେ ତାହା ଶୁଣିପାରିବେ ।

ଆପଣ ପରଖ ପାଇଁ ଯାହା କହିଥିବେ ତାହା ଠିକ ଶୁଭୁଥିଲେ "Next" ଉପରେ କ୍ଲିକ କରିବେ । ପର ପୃଷ୍ଠାରେ ଆପଣଙ୍କୁ ଏକ ଫର୍ମ ଦିଶିବ (ତଳେ ଦେଖନ୍ତୁ‌) । ଫର୍ମରେ "Spoken languages" ଘରେ ଓଡ଼ିଆ (Odia) ସହ ନିଜ ଆଞ୍ଚଳିକ ଭାଷା ବାଛିପାରିବେ । ତା' ତଳକୁ "Place of Residence" ଘରେ ଆପଣ ବାଛିଥିବା ଆଞ୍ଚଳିକ ଭାଷା ଆପଣ ଯେଉଁ ସ୍ଥାନରେ ରହିବା ସମୟରେ ଶିଖିଛନ୍ତି ତାହା ଲେଖିପାରିବେ । ଆପଣଙ୍କ ଗାଁ ବା ସହର ନ ଦେଖେଇଲେ ଜିଲ୍ଲା ବାଛିପାରିବେ । ତା' ତଳକୁ "License" (ଲାଇସେନ୍ସ) ଘରେ ବିଭିନ୍ନ ଲାଇସେନ୍ସ ଭିତରୁ ଏକ ବାଛିପାରିବେ । ଏହିସବୁ ଲାଇସେନ୍ସର ବାବଦରେ ଅଧିକ ଜାଣିବାକୁ ଚାହିଁଲେ https://creativecommons.org/licenses/ ପୃଷ୍ଠାରୁ ଦେଖିପାରିବେ । ଏବେ "Next" ଉପରେ କ୍ଲିକ କରି ଆଗକୁ ଯିବେ ।

ଫର୍ମରେ ସୂଚନା ଭରିବେ

ଏବେ ଶବ୍ଦ ତାଲିକା ଭରିବା ବେଳ । ଆପଣଙ୍କ ପାଖେ ଖୁବ କମ ଶବ୍ଦ ଥିଲେ ଗୋଟେ ଗୋଟେ କରି "Type here the word to record" ଘରେ ଟାଇପ କରି, କିବୋର୍ଡ଼ର "Enter" ଦବାଇ ତାଲିକା ତିଆରି କରିପାରିବେ । ଅଧିକ ଶବ୍ଦ ଥିଲେ ଡାହାଣ ପଟେ ଅଲଗା ବାଟ ଅଛି ।

ଆମେ ଏ ଉଦାହରଣରେ ଉଇକିଅଭିଧାନରେ ଆଗରୁ ଥିବା ଶବ୍ଦର ଉଚ୍ଚାରଣ ରେକର୍ଡ଼ କରିବୁ । ଏଥି ପାଇଁ "Wikimedia Category" ଉପରେ କ୍ଲିକ କରିବେ । ଛୋଟ ଘରଟିଏ ଖୋଲିବ ।

ଶବ୍ଦ ତାଲିକା ବଛା

ସେଠାରେ "Source" ଜାଗାରେ ଓଡ଼ିଆର କୋଡ୍ "or" ଆଗରୁ ନ ଥିଲେ ଖୋଜି ବାଛିବେ । ତା' ତଳକୁ "Wikipedia" ଉପରେ କ୍ଲିକ କରି "Wiktionary" ବାଛିବେ ।

"Wikimedia Category" ଉପରେ କ୍ଲିକ କରିବେ

ତା' ତଳକୁ "Category name" ଜାଗାରେ ଆପଣ ଉଇକିଅଭିଧାନରେ ଆଗରୁ ତିଆରି ଏକ ଶ୍ରେଣୀର ନାମ ଟାଇପ କରିବେ । ଏହି ତାଲିକା ଭିତରେ ଅନେକ ଆଞ୍ଚଳିକ ଶବ୍ଦ ତାଲିକା ଆଗରୁ ରହିଛି । ଧରନ୍ତୁ ଆପଣ କଳାହାଣ୍ଡିରୁ ଆଉ ସେଠାର ଆଞ୍ଚଳିକ ଶବ୍ଦ ରେକର୍ଡ଼ କରିବାକୁ ଇଚ୍ଛୁକ । ଶ୍ରେଣୀ:କଳାହାଣ୍ଡିଆ ଶବ୍ଦ ଭିତରେ ଆଗରୁ ଶବ୍ଦସବୁ ରହିଛି । ତେଣୁ ଏ "Category name" ଘରେ "କଳାହାଣ୍ଡିଆ ଶବ୍ଦ" ଟାଇପ କଲେ ଏକ ନୀଳ ଲିଙ୍କ ଦିଶିବ । ସେଥିରେ କ୍ଲିକ କରି ବାଛିବେ । ତା' ତଳକୁ ଆପଣ କେତେ ଶବ୍ଦ ରେକର୍ଡ଼ କରିବାକୁ ଚାହୁଁଛନ୍ତି ବାଛିବେ । ତାଲିକାରେ ଅଳ୍ପ ଥିଲେ ନ ଲେଖିଲେ ମଧ୍ୟ ଚଳିବ । ଯଦି ଆପଣ ଆଗରୁ ସମାନ ଶ୍ରେଣୀ ଭିତରୁ କିଛି ଶବ୍ଦ ରେକର୍ଡ଼ କରିଥାନ୍ତି ତାହେଲେ "Exclude words you have already recorded" ଡାହାଣକୁ ଥିବା ଘରେ କ୍ଲିକ କରିବେ । ଏସବୁ ସରିଲେ ଉପରେ "Done"ରେ କ୍ଲିକ କରିବେ ।

ଏବେ ରେକର୍ଡ଼ିଂ କରିପାରିବେ

ଏବେ ଶବ୍ଦସବୁ ଦିଶିବ । କୌଣସି ଶବ୍ଦ ରେକର୍ଡ଼ କରିବାକୁ ନ ଚାହୁଁଥିଲେ ତାହାକୁ ଏବେ କାଢ଼ିପାରିବେ । ସବୁ ରେକର୍ଡ଼ କରିବାକୁଁ ଚାହୁଁଥିଲେ ତଳେ ଡାହାଣ ପଟେ "Next" ଉପରେ କ୍ଲିକ କରିବେ । ଏବେ ନୂଆ ପୃଷ୍ଠାଟେ ଖୋଲିବ । ସେଠି ମାଇକ୍ରୋଫୋନ ଆଇକନ ଆଇକନ ଉପରେ କ୍ଲିକ କରି ଗୋଟେ ପରେ ଗୋଟେ ଶବ୍ଦ ରେକର୍ଡ଼ କରିବେ । ଶବ୍ଦଟିଏ ଉଚ୍ଚାରଣ କରିସାରିଲେ ଆପେଆପେ ଆଗାମୀ ଶବ୍ଦ ଦେଖାଇବ ।

ରେକର୍ଡ଼ିଂ ସରିଲା ପରେ ଶୁଣିପାରିବେ

ଏବେ ବାମ ପଟେ ତାଲିକାରେ ଶବ୍ଦଗୁଡ଼ିକ ଦେଖିପାରିବେ । ▶︎ ଉପରେ କ୍ଲିକ କରି ଶୁଣିପାରିବେ । ରେକର୍ଡ଼ିଂ ମନକୁ ନ ପାଇଲେ ଆଉଥରେ ରେକର୍ଡ଼ କରନ୍ତୁ ଉପରେ କ୍ଲିକ କରି ଆଉଥରେ ରେକର୍ଡ଼ କରିପାରିବେ । ନଚେତ "Next" ଉପରେ କ୍ଲିକ କରିବେ ।

ଆଗାମୀ ପୃଷ୍ଠା ଖୋଲିବ । ଡାହାଣ ପଟେ ତାଲିକାର ପ୍ରଥମ ଶବ୍ଦର ରେକର୍ଡ଼ିଂ ବାଜିବ । ❯ ଉପରେ କ୍ଲିକ କରି ସବୁ ଶବ୍ଦର ରେକର୍ଡ଼ିଂ ଅପଲୋଡ଼ ଆଗରୁ ଶେଷଥର ପାଇଁ ଶୁଣିପାରିବେ । ଏବେ ବି କୌଣସି ଶବ୍ଦ ମନକୁ ନ ପାଇଲେ ବାମପଟ ତାଲିକରୁ ସେ ଶବ୍ଦ ଡାହାଣକୁ ଥିବା ☑️ ଘରେ କ୍ଲିକ କରି ତାହାକୁ କାଢ଼ିପାରିବେ ।

ଏବେ ତଳେ ଥିବା "Publish on Wikimedia Commons" ଉପରେ କ୍ଲିକ କଲେ ଶବ୍ଦସବୁ ଅପଲୋଡ଼ ହେବ । ଅପଲୋଡ଼ ସରିଲେ "Check your uploads on Wikimedia Commons" ଲିଙ୍କ ଦିଶିବ । କିଛି ଶବ୍ଦ କୌଣସି କାରଣରୁ ଅପଲୋଡ଼ ହୋଇନଥିଲେ "retry failed upload" ଉପରେ କ୍ଲିକ କରି କେବଳ ବିଫଳ ହୋଇଥିବା ଶବ୍ଦସବୁ ଅପଲୋଡ଼ କରିପାରିବେ ।

ଶବ୍ଦସବୁ ଅପଲୋଡ଼ ସରିଲା ପର କାମ ହେଲା ସେସବୁକୁ ଉଇକିଅଭିଧାନରେ ଉପଯୁକ୍ତ ପୃଷ୍ଠା ଭିତରେ ରଖିବା । ଏ କାମ ପାଇଁ ଅଧିକ ସମୟ ଦରକାର । ତେଣୁ ସାଧାରଣତଃ ବଟ (କୋଡିଂ ବ୍ୟବହାର କରି ଏକାଥରେ କରାଯାଉଥିବା କାମ) ଦ୍ୱାରା ପ୍ରତି ଶବ୍ଦର ଉଚ୍ଚାରଣକୁ ସେହି ଶବ୍ଦ ଥିବା ପୃଷ୍ଠା ଭିତରେ ରଖାଯିବ । ତେବେ ତଳକୁ ସେ ବାବଦରେ ଅଧିକ ସୂଚନା ରହିଛି ।