କ୍ରିୟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା
ଉଚ୍ଚାରଣ: Kriyā

ସଂ. ବି. ସ୍ତ୍ରୀ. (କୃ ଧାତୁ+ଅ+ସ୍ତ୍ରୀ. ଆ) —

୧: (+ ଭାବ. ଅ)—କରଣ; କରିବା — ୧. Doing; acting.

୨: (+କର୍ମ. ଅ)—କାର୍ଯ୍ୟ — ୨. An cat; action.

୩: ସମ୍ପାଦନ — ୩. Performance; accomplishment.

୪: ବୈଦିକ କର୍ମ — ୪. Vedic ceremony or rite.

୫: ବୈଦିକ ଆଚାର — ୫. Conduct enjoined by the Bedas.

୬: ସତ୍କାର୍ଯ୍ୟ; ପୂଣ୍ୟ ଅନୁଷ୍ଠାନ — ୬. Pious act; meritorious work.

୭: ପରିଶ୍ରମ —୭. Labour.

୮: (ବ୍ୟାକରଣ) ଧାତୁର ଅର୍ଥ — ୮. (grammer) The meaning of a root.

୯: (ବ୍ୟାକରଣ) ଧାତୁର ଅର୍ଥ ବାଚକ ପଦ — ୯. (grammer) Verb; a word expressing the meaning of a root.

[ଦ୍ର—ବ୍ୟାକରଣରେ ଧାତୁର ଅର୍ଥକୁ କ୍ରିୟା କହନ୍ତି ସଂସ୍କୃତ— ଭାଷାର ଦା. କୃ. ପଠ୍ ପ୍ରଭୃତିକୁ ଓଡ଼ିଆରେ ଦେ, କର୍ ଓ ପଢ଼୍ ରୂପରେ ଧାତୁ ବୋଲି ଗ୍ରହଣ କରାଯାଏ କାଳ, ବଚନ, ପୁରୁଷ ଓ ବାଚ୍ୟ ଭେଦରେ ଓଡ଼ିଆରେ କ୍ରିୟାର ଆକୃତି ପରିବର୍ତ୍ତିତ ହୁଏ ଧାତୁରେ ପୂର୍ବୋକ୍ତ ଭିନ୍ନ ଭିନ୍ନ ଭେଦ ଅନୁସାରେ ଭିନ୍ନ ଭିନ୍ନ ପ୍ରତ୍ୟୟ ଯୋଗ ହୋଇ କ୍ରିୟାର ରୂପ ହୁଏ କ୍ରିୟାର କାଳ ପ୍ରଧାନତଃ ତିନି ଗୋଟି—ବର୍ତ୍ତମାନ, ଭୂତ ବା ଅତୀତ ଓ ଭବିଷ୍ୟତ୍ କର୍ତ୍ତାର ଯେଉଁ ବଚନ, ଯେଉଁ ପୁରୁଷ ହୋଇ ଥାଏ କ୍ରିୟାର ସେହି ବଚନ ଓ ସେହି ପୁରୁଷ ହୁଏ ତେଣୁ ଏକ ବଚନ ଓ ବହୁବଚନ ଭେଦରେ ଏବଂ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରୁଷ ଭେଦରେ କ୍ରିୟା—ରୂପର ପରିବର୍ତ୍ତନ ହୁଏ ଓଡ଼ିଆ ଭାଷାରେ ଲିଙ୍ଗଭେଦରେ କ୍ରିୟାର ପରି— ବର୍ତ୍ତନ ହୁଏ ନାହିଁ

ସକର୍ମକ ଓ ଅକର୍ମକ ଭେଦରେ ଧାତୁ ଯେପରି ଦ୍ବିବିଧ କ୍ରିୟା ମଧ୍ୟ ସେହିପରି ଦ୍ବିବିଧ 'ରାମ ଭାତ ଖାଉଅଛି'—ଏ ବାକ୍ୟରେ ଖାଉଅଛି ସକର୍ମକ କ୍ରିୟା, 'ରାମ ଶୋଇବ'—ଏ ବାକ୍ୟରେ 'ଶୋଇବ' ଅକର୍ମକ କ୍ରିୟା ଏ ବାକ୍ୟରେ କର୍ମ ନାହିଁ; ତେଣୁ 'ଶୋଇବ' ଅକର୍ମକ ଅଟେ କୌଣସି କ୍ରିୟାର କରାଇବା ଅର୍ଥ ବୋଧକ ରୂପକୁ ଣିଜନ୍ତ ବା ପ୍ରେରଣାର୍ଥକ କ୍ରିୟା କହନ୍ତି 'ମା ପୁଆକୁ ଚନ୍ଦ୍ର ଦେଖାଉ ଅଛନ୍ତି'—ଏ ବାକ୍ୟରେ 'ଦେଖାଉଅଛନ୍ତି' ଣିଜନ୍ତ କ୍ରିୟା 'ଅକର୍ମକ' କ୍ରିୟାକୁ ଣିଜନ୍ତ କଲେ ଏହା ତାହା ସକର୍ମକ ହୋଇ ଯାଏ ଓ 'ସକର୍ମକ' କ୍ରିୟାକୁ ଣିଜନ୍ତ କଲେ ତାହା ଦ୍ବିକର୍ମକ ହୋଇ ଯାଏ ପୂର୍ବୋକ୍ତ ଉଦାହରଣରେ 'ଦେଖାୟାଉଅଛି' ସକର୍ମକ ଦେଖିବା କ୍ରିୟାର ଣିଜନ୍ତ ଆକୃତି, 'ପୁଅ' ଓ 'ଚନ୍ଦ୍ର' ତାହାର ଦୁଇଟି କର୍ମ 'ମା ପୁଅକୁ ଶୁଆଉଅଛନ୍ତି' ଏ ବାକ୍ୟରେ ଅକର୍ମକ 'ଶୋଇବା' କ୍ରିୟା ଣିଜନ୍ତରେ ସକର୍ମକ ହୋଇଅଛି 'ପୁଅକୁ' ତାହାର କର୍ମ

କେତେକ ସକର୍ମକ କ୍ରିୟା ଅଣିଜନ୍ତ ଅବସ୍ଥାରେ ମଧ୍ୟ ଦୁଇଟି କର୍ମ ଗ୍ରହଣ କରି ଥାଏ ଯଥା— 'ଗୁରୁ ଛାତ୍ରକୁ ପ୍ରଶ୍ନ ପଚାରିଲେ ଏଠାରେ ପଚାରିବା କ୍ରିୟା ଦ୍ବିକର୍ମକ'

ଅସମାପିକା ଓ ସମାପିକା ଭେଦରେ ମଧ୍ୟ କ୍ରିୟା ଦ୍ବିବିଧ ଯେଉଁ କ୍ରିୟାର ପ୍ରଯୋଗରେ ବାକ୍ୟ ସମାପ୍ତ ହୋଇ ଯାଏ ତାହା ସମାପିକା, ଯଥା ରାମ ଶୋଇଲେ ମାତ୍ର ଯେଉଁ କ୍ରିୟାର ପ୍ରଯୋଗରେ ବାକ୍ୟ ସମାପ୍ତ ନ ହୋଇ ସମାପ୍ତି ନିମିତ୍ତ ଅନ୍ୟ କ୍ରିୟାକୁ ଅପେକ୍ଷା କରେ ତାହା ଅସମାପିକା କ୍ରିୟା ଯଥା—ରାମ ଭାତ ଖାଇ ଶୋଇଲେ, ଏଠାରେ 'ଖାଇ' ଅସମାପିକା କ୍ରିୟା

ଓଡ଼ିଆରେ କ୍ରିୟାର ବାଚ୍ୟ ଦୁଇଗୋଟି—(୧: ) କର୍ତ୍ତୃବାଚ୍ୟ ଓ ୨: କର୍ମବାଚ୍ୟ ଓଡ଼ିଆରେ ଭାବବାଚ୍ୟ ନାହିଁ କର୍ତ୍ତୃବାଚ୍ୟରେ କର୍ତ୍ତା— ଠାରେ ପ୍ରଥମା ବିଭକ୍ତି ଓ କର୍ମରେ ଦ୍ବିତୀୟା ବିଭକ୍ତି ହୁଏ ଏବଂ କ୍ରିୟା କର୍ତ୍ତକୁ ଅନୁସରଣ କରେ ମାତ୍ର କର୍ମବାଚ୍ୟରେ କର୍ତ୍ତାଠାରେ ତୃତୀୟା ବିଭକ୍ତି ଓ କର୍ମରେ ପ୍ରଥମା ବିଭକ୍ତି ହୁଏ ଏବଂ କ୍ରିୟା କର୍ମକୁ ଅନୁସରଣ କରେ 'ଧୋବା କାଠ ଚିରୁଅଛି', ଏହା କର୍ମବାଚ୍ୟର ବାକ୍ୟ, 'ଧୋବାଦ୍ବାରା କାଠ ଚିରାହେଉଅଛି'. ଏହା କର୍ମବାଚ୍ୟର ବାକ୍ୟ ବାକ୍ୟ ମଧ୍ୟରେ କର୍ତ୍ତା, କର୍ମ, କରଣ, ସଂପ୍ରଦାନ, ଅପାଦାନ ଓ ଅଧିକରଣ ପ୍ରତ୍ଯେକ କାରକ କ୍ରିୟା ସଙ୍ଗେ ଅନ୍ବିତ ହୁଏ କ୍ରିୟା— ସଙ୍ଗେ ସମ୍ବନ୍ଧ ବା ଅନ୍ବୟ ଥିବାରୁ ଏ ଗୁଡ଼ିକ କାରକ ନାମରେ ଅଭିହିତ ହୁଅନ୍ତି

ଓଡ଼ିଆଭାଷାରେ ମୂଳ କ୍ରିୟାର ସଂଖ୍ୟା ସ୍ବଳ୍ପ ଥିବାରୁ କ୍ରିୟାବାଚକ ବିଶେଷ୍ୟ ଓ ବିଶେଷଣ ସଙ୍ଗେ କରିବା ଓ ହେବା କ୍ରିୟା ଯୋଗ କରି କ୍ରିୟା ସୃଷ୍ଟି କରାଯାଏ ସଂସ୍କୃତରେ 'ସ ତଂ ଶାସ୍ତି'— ଓଡ଼ିଆରେ 'ଶାସ୍' ଧାତୁର ସ୍ବତନ୍ତ୍ର ରୂପର ପ୍ରଯୋଗ ନ ଥିବାରୁ କ୍ରିୟା— ବାଚକ ବିଶେଷ୍ୟ 'ଶାସନ' କରୁଅଛନ୍ତି, ଏହିପରି ଯୋଗ କରା ଯାଇ 'ସେ ତାଙ୍କୁ ଶାସନ କରୁଅଛନ୍ତି, ଏହିପରି ବାକ୍ୟ ହେଲା ସେହିପରି 'ବର୍ଷାସୁ' ଗୃହମିଦମନଶ୍ୟତ୍ ଓଡ଼ିଆରେ 'ନଶ' ଧାତୁର ସ୍ବତନ୍ତ୍ର ରୂପର ପ୍ରଯୋଗ ନ ଥିବାରୁ କ୍ରିୟାବାଚକ ବିଶେଷଣ 'ନଷ୍ଟ' ସଙ୍ଗେ 'ହୋଇଅଛି' କ୍ରିୟା ଯୁକ୍ତ ହୋଇ 'ବର୍ଷାଦିନେ' ଏ ଘର ନଷ୍ଟ ହୋଇ ଅଛି, ଏହିପରି ବାକ୍ୟ ହେଲା]

୧: (ବ୍ୟାକରଣ) କ୍ରିୟାବାଚକ ବିଶେଷ୍ୟ — ୧୦. (grammer) Noun of action; verbal noun.

୧୧: ଗତି —୧୧. Motion.

୧୨: ଉଦ୍ଦେଶ୍ୟ ସାଧନାର୍ଥ ଚେଷ୍ଟା — ୧୨. Efforts for attaining an end.

୧୩: ବେଦ ବିହିତ ପ୍ରାୟଶ୍ଚିତ୍ତ; ହୋମ ଆଦି — ୧୩. Rites or ceremonies enjoined by the Bedas.

୧୪: (ବୈଦ୍ୟକ) ପ୍ରତିକାର; ଉପଚାର; ଚିକିତ୍ସା — ୧୪. Remadying; medical treatment curing.

(ଯଥା—ଶୀତ କ୍ରିୟା)

୧୫: ଫଳ —୧୫. Effect.

୧୬: ପ୍ରାୟଶ୍ଚିତ୍ତକର୍ମ —୧୬. Expiation.

୧୭: ଅନ୍ତ୍ଯେଷ୍ଟି କ୍ରିୟା; ଶୁଦ୍ଧିକ୍ରିୟା — ୧୭. Funeral rites.

ବାପଙ୍କର କ୍ରିୟା କର୍ମକୁ ସେ ପାସୋରିଲେ, ସୈନ୍ୟ ଘେନି ରାମଙ୍କୁ ଆଣି ବାହାରିଲେ କୃଷ୍ଣସିଂହ. ମହାଭାରତ. ବନ

୧୮: ଶ୍ରାଦ୍ଧ ତର୍ପଣାଦି —୧୮. Offering of oblation to the manes of deceased ancestors.

୧୯: ସାମ, ଦାନ, ଦଣ୍ଡ, ଭେଦ ଆଦି ରାଜ୍ୟରକ୍ଷାର ଉପାୟ ପ୍ରଯୋଗ —୧୯. The following of the means for maintaining a kingdom.

୨: ଉପାୟ —୨୦. Means; expedients.

୨୧: ପୂଜା —୨୧. Worship.

୨୨: ଯନ୍ତ୍ର; ହତିଆର — ୨୨. Instrument; implement.

୨୩: ଅଭ୍ୟାସ —୨୩. Habit.

୨୪: ଶିକ୍ଷା —୨୪. Training; education.

୨୫: କର୍ତ୍ତବ୍ୟକର୍ମ —୨୫. Duty.

୨୬: ଶିକ୍ଷାଦାନ; ଅଧ୍ୟାପନା — ୨୬. Teaching; instruction.

୨୭: (ସ୍ନୃତି) ଧର୍ମାଧିକରଣରେ ସାକ୍ଷ୍ୟ ବା ମାଣ୍ଡୁ ଆଦି ଦ୍ବାରା ବିଚାର —୨୭. (Hindu-law) Judicial investing ation (by witnesses or ordeal.)