Jump to content

ରଜା

ଉଇକିଅଭିଧାନ‌ରୁ
  • ରାଜା; ନରପତି
  • ଗଞ୍ଜପା ସାରର ଦ୍ଵାଦଶ ସଂଖ୍ୟାନିର୍ଦ୍ଦିଷ୍ଟ ସାର
  • ତାସ୍ ଖେଳରେ ୧୩ ସଂଖ୍ୟାର ତାସ୍; ସାହେବ
  • ସର୍ବଶ୍ରେଷ୍ଠ ବ୍ୟକ୍ତି
  • ବହୁ ମଧ୍ୟରେ ପ୍ରଧାନରଜା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]
[ରାଣୀ—ସ୍ତ୍ରୀ] 

ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ରାଜନ୍ ଶବ୍ଦର ୧ମା ୧ବ ରାଜା; ଢୁଳ ତେଲୁଗୁ - ରାଜୁ)

[ସମ୍ପାଦନା]
୧. ରାଜା; ନାଗପତି —୧. King.
୨. ଗଞ୍ଜପା ସାରର ଦ୍ୱାଦଶ ସଂଖ୍ୟାନିର୍ଦ୍ଦିଷ୍ଟ ସାର (ଏଥିରେ ରଜାଙ୍କ ରୂପ ଚିତ୍ରିତ ଥାଏ) —୨. The ୧୨th card in a set of country cards.
୩. ତାସ୍ ଖେଳରେ ୧୩: ସଂଖ୍ୟାର ତାସ୍; ସାହେବ — ୩. The king of cards.
୪. ସର୍ବଶ୍ରେଷ୍ଠ ବ୍ୟକ୍ତି — ୪. An eminent person.

[ଉ—ବ୍ରାହ୍ମଣ ଚାରି ବର୍ଣ୍ଣରେ ରଜା—ଢ଼ଗ]

୫. ବହୁ ମଧ୍ୟରେ ପ୍ରଧାନ — ୫. Chief amongst many.

[ଉ—ବାଳିଆ ମାଛ ଥାଇ ବୋଇଲା ମୁଁ ମାଛଙ୍କ ଭିତରେ ରଜା—ଢ଼ଗ]

[ଦ୍ରଷ୍ଟବ୍ୟ —ହିନ୍ଦୁମାନେ ରାଜାଙ୍କୁ ଦେବତାରୂପେ ମାନନ୍ତି, ଏଥିପାଇଁ ସାଧାରଣଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ ବ୍ୟବହାର କରାଯାଏ ରାଜାଙ୍କ ପ୍ରତି ସେ ଶବ୍ଦମାନ ବ୍ୟବହୃତ ହୁଏ ନାହିଁ ରାଜାଙ୍କର ଦୈନିକ କ୍ରିୟାକଳାପକୁ 'ନିତି' ବୋଲା ଯାଏ ଭିନ୍ନ ଭିନ୍ନ ନିତିମାନଙ୍କର ମଧ୍ୟ ବିଶେଷ ବିଶେଷ ନାମ ଅଛି ରାଜାଙ୍କ ଘରଦ୍ୱାର, ହାତୀ ଓ ଘୋଡ଼ା ଇତ୍ୟାଦିଙ୍କର ମଧ୍ୟ ସ୍ୱତନ୍ତ୍ର ନାମ ଅଛି ରାଜାଙ୍କୁ ଛାମୁ, ମଣିମା, ଗୋସେଈଁ, ହଜର୍ ବୋଲି ସମ୍ୱୋଧନ କରାଯାଏ ଏଠାରେ ଉଦାହରଣ ସ୍ୱରୂପ ରାଜାଙ୍କ ସମ୍ୱନ୍ଧେ ବ୍ୟବହୃତ କେତେକ ଶବ୍ଦ ଓ ବାକ୍ୟ ଦିଆଗଲା

ରଜାଙ୍କ ନିକଟ—ରଜାଙ୍କ ଛାମୁ

ରଜାଙ୍କ ଘର—ନଅର, ନବର

ରଜାଙ୍କ ଅନ୍ତଃପୁର—ଉଆସ, ନହର, ଅନ୍ତଃପୁର

ରଜାଙ୍କ ଅଗଣା—ପାଟ ଅଗଣା

ରଜାଙ୍କ ବ୍ୟବହାର୍ଯ୍ୟ ହାତୀ—ପାଟ ହାତୀ

ରଜାଙ୍କ ଘୋଡ଼ା—ପାଟ ଘୋଡ଼ା

ରଜାଙ୍କ ନିଦ୍ରା—ପହଡ଼

ରଜାଙ୍କ ଚେଇଁ ଶୋଇବା—ଚିଆଁ ପହଡ଼

ପାନ ଖାଇବା—ବିଡ଼ିଆଲାଗି ହେବା

ଦାନ୍ତଘସା—ଦାନ୍ତୁଆଣି; କାଠଲାଗି

ଭୋଜନ—ମୁଣେହି, ଯୋଗଣ, ଠାଆଲାଗି

ଜଳଖିଆ—ଶୀତଳ ମୁଣୋହିଁ

ଦୁଧ ପିଆ—ଓଖର ଯୋଗଣ

ଗାଧଅ—ମାଜଣା, ଦେହପାଣି

ବସିବା—ବେହେରଣ

ବସିବା ମେଲା—ବେହେରଣ ମଣ୍ଡପ

ଔଷଧ ଖାଇବା—ଓଷଦ ଯୋଗଣ

ଜୋତା ପିନ୍ଧିବା—ମହତ୍ରାଣ ଲାଗି

ଅନ୍ଧାରରେ ବା ରାତ୍ରିରେ, ଛଦ୍ମବେଶରେ ବୁଲିଯିବା—ଅନ୍ଧାରି ବିଜେ

ଖିଅର ହେବା—ମୁଖ ସିଂଘାର; ପନିଅରି

ଝାଡ଼ା ଫେରିବା—ଶୁଳେଇ ବିଜେ

ଲୁଗା ପିନ୍ଧିବା—ଖଟଣିଲାଗି, ତଡ଼ପଲାଗି

ପୀଡ଼ିତ ହେବା—ଶ୍ରୀଅଙ୍ଗ ଅଳସ ହେବା

ଝାଡ଼ା ଫେରି ଆସି ମାଟିହାତ କରିବା— ଧୂଳିପାଣି ବଢ଼ିବା

ତେଲ ଲଗାଇବା—ଫୁଲୁରିଲାଗି, ମର୍ଦ୍ଦନ

ଶିକାର କରିବା—ପାରିଧି, ଆଡ଼ି

ଯିବା, ଆସିବା, ଉପସ୍ଥିତ ହେବା—ବିଜେ କରିବା; ବିଜେ ହେବା

ଠାକୁର ପୂଜା—ଦେବାର୍ଚ୍ଚନ

ବିବାହ—ମଙ୍ଗଳକୃତ୍ୟ

ମହାପ୍ରସାଦ ନିର୍ବ୍ୱନ୍ଧ—ପାଟମୁଦି, ଟୀକା

ବେଶ ହେବା—ଶିଂଘାର ବଢ଼ିବା

କୌଣସିସ୍ଥାନରୁ ଫେରି ଆସିବା—ବାହୁଡ଼ାବିଜେ କରିବା

ରଜା କେଉଁଠାକୁ ଯିବାବେଳେ, ରଜା ଆଗେ ଆଗେ ଜଣେ, ପାଇବ ଡ଼ାକିଡ଼ାକି ବାଟ କଢ଼େଇବା—ପହଣ୍ଡ ମଣେଇବା

ରାଜାଙ୍କ ପିନ୍ଧିବା ଲୁଗା—ଖଟଣୀ, ତଡ଼ପ

ରାଜାଙ୍କ ଧନାଗର— ଭଣ୍ତାର

ବସ୍ତ୍ରାଗାର—ଗନ୍ତା, ଗନ୍ତାଘର

ରଜାଙ୍କ ପାଖକୁ ଦୋଷୀ ବ୍ୟକ୍ତିକୁ, ଯିବାର ନିଷେଧାଜ୍ଞା—ଛାମୁ ମନା

ରଜାଙ୍କ ଚିଠି—ଚିଟାଉ

ମୁଣ୍ଡ ମୁଣ୍ଡ—ଗଭା

ରଜାଙ୍କ ଦେହ—ଶ୍ରୀଅଙ୍ଗ

ରଜାଙ୍କ ହାତ—ଶ୍ରୀହସ୍ତ

ରଜାଙ୍କ ହାତବାକ୍ସ—ଶ୍ରୀହସ୍ତ ବାକ୍ସ

ରଜାଙ୍କ ବ୍ୟବହୃତ ଅନ୍ନ—ଓରିଆ

ରଜାଙ୍କ ଲଗାଇବା ତେଲ—ଫୁଲୁରି

ରଜାଙ୍କ ଗୋଡ଼—ପାଆ

ରଜାଙ୍କ ପ୍ରଧାନ ରାଣୀ—ପାଟରାଣୀ, ପାଟ ମହାଦେଈ, ପାଟମଣିମା


ରାଜାଙ୍କ କନ୍ୟାଭାରିଜା—ନୂଆମଣିମା, କନ୍ୟାମଣିମା

ରାଜାଙ୍କ ସାଧାରଣସ୍ତ୍ରୀ—ମହାଦେଈ

ରାଜାଙ୍କ ରକ୍ଷିତା ଦାସୀ—ବେହେରାଣୀ

ରାଜାଙ୍କ ଅନୁଗୃହୀତା ଦାସୀ—ଛାମୁଆ, ଝରା

ରାଜା ଫୁଲଟିଏ ଦେଇ ଗାନ୍ଧର୍ବ, ମତରେ ମନୋନୀତ କରିବା ସ୍ତ୍ରୀ—ଫୁଲବାଈ

[ଏହିପରି ମାଳବାଈ, ଚଉକିବାଈ ଆଦି ଶବ୍ଦ ଅଛି]

ରଜାଙ୍କ ବଡ଼ ପୁଅ—ଗମ୍ଭୀରି ସାଆନ୍ତ; ଦେଉ; ପାଟଦେଉ; ଟିକାଏତ

ବଡ଼ପୁଅଙ୍କ ତଳିପୁଅ—ପଟାଏତ

ଅନ୍ୟ ରାଜପୁତ୍ରଗଣ—ଲାଲ୍ସାହେବ; ରାଉତରା

ରାଜାଙ୍କ ଭାୟା ବା କୁଟୁମ୍ୱୀ—ବିରାଦର; ସାଆନ୍ତ; ଭାଇପୁଅ

ରାଜାଙ୍କ ଦାସୀପୁତ୍ର—ଅନ୍ତର

ରଜାଙ୍କ ଝିଅ—ଜେମା, ଜେମାଦେଈ, ଜେମାଦେଈ ମଣିମା

ରଜାଙ୍କ ଗୃହପାଳିତା ଦାସୀ—ଘରଝିଅ

ରଜାଙ୍କ ପାଚିକା ବ୍ରାହ୍ମଣୀ—ନାନୀ

ପାଚକ—ସୁଆର, ମହାସୁଆର

ଆଗନ୍ତୁକମାନଙ୍କ, ଚର୍ଚ୍ଚା ବୁଝିବା ଲୋକ—ଚର୍ଚ୍ଚାବେହେରା,ଚର୍ଚ୍ଚାଇତ

ରଜାଙ୍କ ପିନ୍ଧାଲୁଗାର ଓ, ଅଳଙ୍କାରାଦିର ରକ୍ଷକ—ଚାଙ୍ଗଡ଼ା ମେକାପ

ଭଣ୍ଡାର ଘର ରକ୍ଷକ—ଗନ୍ତାଇତ; ମେକାପ

ରାଣୀଙ୍କ ଭଣ୍ଡାର, ରକ୍ଷିକା ଦାସୀ—ସରାଣୀ, ଗନ୍ତାଣୀ, ଗନ୍ତାଘରିଆଣୀ

ଗୀତ ଗାଇବା ଦାସୀ—ଗାଆଣୀ

ବାଦ୍ୟ ବଜାଇବା ଦାସୀ—ବାଆଣୀ

ରଜା ଓ ରାଣୀଙ୍କ ସେବାର, ପାଳି ଯାହାର ପଡ଼ିଥାଏ—ପାଳିଆ

(ଯଥା—ପାଳିଆ ପାଇକ, ପାଳିଆ ଆପଟ)

ରଜାଙ୍କ ଗଉଡ଼—ଆପଟ

ଅନ୍ତଃପୁରକୁ ଯିବା ଆସିବା କରିବା ପିଲା—ଭିତରିଆ ପିଲା

ମୃତ ରାଜାଙ୍କ ଅନ୍ତ୍ୟେଷ୍ଠି କ୍ରିୟା କରିବା ବ୍ରାହ୍ମଣ— ପୁଅବ୍ରାହ୍ମଣ

ରାଜାଙ୍କ ଅଙ୍ଗ ସେବାକାରୀ ଦାସ—ଛାମୁଆ, ପାଖଲୋକ

ଧାଈmdash;ଧାଈବେହେରା, ମୁଦୂସୁଲୀ

ପାକାର୍ଥ ଦବ୍ୟାଦି ପାଚକ ନିକଟକୁ, ଯୋଗାଇବା ଚାକର—ଯୋଗଣିଆ

ରଜାଙ୍କ ଖାଦ୍ୟଦ୍ରବ୍ୟକୁ ଦେଖି, ପରୀକ୍ଷା କରିବା ବ୍ୟକ୍ତି—ଦେଖୁଣିଆ

ରାଜାଙ୍କ ଖାଦ୍ୟଦ୍ରବ୍ୟକୁ ପ୍ରଥମେ, ଚାଖି ପରୀକ୍ଷା କରିବା ବ୍ୟକ୍ତି—ଚାଖୁଣିଆ

ଚପରାସୀ—ଖୁଣ୍ଟିଆ, ଛାମୁଖୁଣ୍ଟିଆ, ଭିତର ଖୁଣ୍ଟିଆ

ଆର୍ଦ୍ଦଳୀ—ସଙ୍ଖୁଳିଆ; ପଢ଼ିଆରି

ଯେ ରାଜାଙ୍କୁ ବା ରାଣୀଙ୍କୁ ବେଶ କରେ—ଶିଙ୍ଘାରୀ

ସର୍ଦ୍ଦାର ବେହେରୀ—ଖଟଣି ସେବକ

ମେହେନ୍ତର—ମାହାର

ମୋହରିର—ଛାମୁକରଣ

ବେଶ୍ୟା—ମାହାରୀ

ଅନ୍ତଃପୁରର ହିସାବରକ୍ଷକ—ନଅର ବିଷୋଈ

ମନ୍ତ୍ରୀ—ତଢ଼ଉ, ପାତ୍ର, ଖରସୁଧା, ଦେବାନ, ବେବର୍ତ୍ତା

ପିଆଦା—ପାଇକ

ପ୍ରହରୀ—ପାହାରୀ ପାଇକ

ଦେବସେବା କର୍ମଚାରୀ—ପରିଛା, ପରକରଣ, ଦେଉଳକରଣ, କୋଠକରଣ

ଗ୍ରାମର ରାଜକର୍ମଚାରୀ—ଦଳେଇ, ଦଳବେହେରା, ପ୍ରଧାନ

ରାଜାମାନେ ରାଜ୍ୟରେ ନାନା ଉପାଧି ବାଣ୍ଟି ଉପାଧିପ୍ରାପ୍ତ ବ୍ୟକ୍ତି ମୁଣ୍ଡରେ ଶାଢ଼ୀ ବା ଶିରୋପା ବାନ୍ଧନ୍ତି

ଉଦାହରଣ ସ୍ୱରୂପ କେତେଗୁଡ଼ିଏ ରାଜପ୍ରଦତ୍ତ ଉପାଧିର ନାମ ଦିଆଗଲା

ବ୍ରାହ୍ମଣମାନଙ୍କୁ—ସାମନ୍ତରାୟ (ସାଆନ୍ତରା), ପ୍ରହାରାଜ

(ପହରାଜ), ପଟ୍ଟଜ୍ୟୋତିଷୀ—ପାଟଜୋଷୀ (ପାଡୁଶୀ), ରାଏଗୁରୁ (ରାଜଗୁରୁ), ସଦଶ୍ୟ, ବ୍ରହ୍ମା, ସାଆନ୍ତରା ମହାପାତ୍ର, ବିଦ୍ୟାରତ୍ନ, ବଡ଼ପଣ୍ଡା, ବିଦ୍ୟାଭୂଷଣ, ବାହାନପତି, (ବାହିନୀ ପତି), ପରମଗୁରୁ, ଭଟ୍ଟମିଶ୍ର

କ୍ଷତ୍ରିୟମାନଙ୍କୁ—ବୀରବର, ହରିଚନ୍ଦନ, ନରେନ୍ଦ୍ର, ମର୍ଦ୍ଦରାଜ, ଶ୍ରୀଚନ୍ଦନ, ଭ୍ରମରବର, ଚମ୍ପତି, ବିଦ୍ୟାଧର, ରାଉତରା, ରାଏଟସିଂହ, ରାଏସିଂହ, ବକସୀ, ମାନ୍ଧତା, ମଙ୍ଗରାଜ, ଦେଓ, ବଳିଆରସିଂହ

ପାଇକମାନଙ୍କୁ—ଝପଟସିଂହ, ବାଘସିଂହ, ଚମ୍ପତି ବାହାବଳୀନ୍ଦ୍ର, ଦଳବେହେରା, ଦଳେଇ, ବଳିଆରସିଂହ, ବଳବନ୍ତରାଏ, ଉତ୍ତର କବାଟ, ଦକ୍ଷିଣ କବାଟ, ପଶ୍ଚିମ କବାଟ, ପାଇକରା, ବଡ଼ଯେନା, ଉଦ୍ଦଣ୍ଡରାଏ, ଉଦଣ୍ଡସିଂହ, ମର୍ଦ୍ଦଗାଜୀ, ପାହାଡ଼ (ଡ଼ା) ସିଂହ, ପାଲଟା ସିଂହ, ବିଧାର ଛୁଆଳ ସିଂହ, ଖଣ୍ଡାସିଂହ, ରଣସିଂହ, ବାହାଦୂର ସିଂହ ଚମ୍ପତିରା, ରାଉତରା, ମତ୍ତଗଜସିଂହ, ଶତ୍ରୂଶଲ, ଐରିଶଲି ପ୍ରତାପ ରାୟ (ଇ), ବୈରିଗଞ୍ଜନ, ରଣଭାନୁ, ବଳିଆର ସିଂହ, ରାୟ (ଇ) ପତାମ, ଯୁଗସାଇ ଦେଓ

କରଣମାନଙ୍କୁ—ଚ୍ୟାଉ ବା ଚେଉ ପଟନାଏକ, ପଟ— ନାଏକ— ପାଞ୍ଜିଆ ଖରସୁଧା ପଟନାଏକ, ତଡ଼ାଉ ପଟନାଏକ ବେବର୍ତ୍ତା ପଟନାଏକ, କାନଗୋଇ, ଭିତର ଛଉ, ବକସି ପଟନାଏକ

ଜ୍ୟୋତିଷୀଙ୍କୁ—ଖଡ଼ିରତ୍ନ, ଖଡ଼ିକାରରତ୍ନ ପାଚକକୁ—ସୁଆରରତ୍ନ

ଗାୟକକୁ—ସଙ୍ଗୀତରତ୍ନ, ଗୁଣିରତ୍ନ, ଗାୟକରତ୍ନ

କଥକକୁ—ରସବିନୋଦ, ହାସ୍ୟବିନୋଦ, ଗଳ୍ପସାଗର କାରିଗରକୁ—ବିନ୍ଧାଣିରତ୍ନ

ଉତ୍କଳୀୟ ରାଜା ଓ କ୍ଷତ୍ରିୟମାନଙ୍କର ଭିନ୍ନ ଭିନ୍ନ ବଂଶଗତ ଉପାଧି ଅଛି ଉଦାହରଣସ୍ୱରୂପ କେତେଗୁଡ଼ିଏ ଦିଆଗଲା


ପାଟଣା, ସୋନପୁର, ଖରସୁଆ, ଷଡ଼େଇକଳାସିଂହ ଦେଓ (ବ)

ମୟୂରଭଞ୍ଜ, କେନ୍ଦୁଝର, କନିକା, ଘୁମୁସର, ହଳଦିଆଭଞ୍ଜ; ଭଞ୍ଜଦେଓ (ବ)

ଢ଼େଙ୍କାନାଳ—ମହୀନ୍ଦ୍ର ବାହାଦୂର

ଆଠଗଡ଼—ବେବର୍ତ୍ତା ପଟନାଏକ

ଖଣ୍ଡପଡ଼ା—ମର୍ଦ୍ଦରାଜ ଭ୍ରମରବର ରାୟ

ହିନ୍ଦୋଳ—ମର୍ଦ୍ଦରାଜ ଜଗଦ୍ଦେବ

ପାଳ ଲହଡ଼ା—୧ ପୁରୁଷ—ଗଣେଶ୍ୱର ପାଳ,ଅନ୍ୟପୁରୁଷ—ମୁନିପାଳ

ତାଳଚେର—ବୀରବର ହରିଚନ୍ଦନ

ଦଶପଲ୍ଲା—ଦେଓଭଞ୍ଜ

ଗାଙ୍ଗପୁର, ବୌଦ୍ଧ ଓ ଆଠମଲ୍ଲିକ—ଦେଓ, ଦେବ

ବଡ଼ାମ୍ୱା—ବୀରବର ମଙ୍ଗ (ର୍ଦ୍ଦ) ରାଜ ମହାପାତ୍ର

ନୂଆଗଡ଼—ସିଂହ ମାନ୍ଧତା

ବାମଣ୍ଡା—୧ମ ପୁରୁଷ—ତ୍ରିଭୃବନ ଦେବ, ଅନ୍ୟପୁରୁଷ—ସୂଢ଼ଳଦେବ

ରେଢ଼ାଖୋଲ—ଯେନାମଣି ଦେଓ

ରଣପୁର—ବଜ୍ରଧର ନରେନ୍ଦ୍ର ମହାପାତ୍ର

ତିଗିରିଆ—କ୍ଷତ୍ରିୟ ବୀରବର ଚମ୍ପତିସିଂହ ମହାପାତ୍ର

ଖଲ୍ଲିକୋଟ—ମଦ୍ଦରାଜ ଦେବ

କଳାହାଣ୍ଡି—ଦେଓ (ଦେବ)

ସୁକିନ୍ଦା—ହରିଚନ୍ଦନ ମହାପାତ୍ର

ମଧୁପୁର—ଧୀର ନରେନ୍ଦ୍ର

ବଣାଇ—ଇନ୍ଦ୍ରଦେଓ

ବଳରାମପୁର—ଧୀର ବୀରବର ହରିଚନ୍ଦନ ମହାପାତ୍ର

ବାଣପୁର (ଆଧୁନିକ ପାରିକୁଦ)—ମାନସିଂହ ହରିଚନ୍ଦନ ମର୍ଦ୍ଦରାଜ ଭ୍ରମରବର ରାୟ

ଆଳୀ—ଦେଓ

ପାରଳାଖେମୁଣ୍ଡୀ, ପୁରୀ, ବଡ଼ଖେମୁଣ୍ଡି, ସାନଖେମୁଣ୍ଡି—ଗଜପତି ଦେବ

ନୀଳଗିରି—ମର୍ଦ୍ଦରାଜ ହରିଚନ୍ଦନ

ଧଳଭୂମି—ରଣ ସର୍ଦ୍ଦାର

ଟିକାଲି, ସୁରଙ୍ଗୀ—ହରିଚନ୍ଦନ ଜଗଦ୍ଦେବ

ଚିକିଟି—ରାଜେନ୍ଦ୍ର ଦେଓ

ତରଳା—ହରିଚନ୍ଦନ

ଡ଼ମ୍ଫଡ଼ା—ଭ୍ରମରବର

ନିମାପଡ଼ା—ରାଏଟ ସିଂହ

କୁଜଙ୍ଗ—ଷଣ୍ଡ

ବାଙ୍କି—ଶ୍ରୀଚନ୍ଦନ

ରାଜାମାନଙ୍କ ସମ୍ୱନ୍ଧେ କେତେକ ଢ଼ଗ ପ୍ରଚଳିତ ବଚନ:— ରଜା ଗୋଜା—ରାଜାଙ୍କର ଅଖାଡ଼ୁଆ ବୁଝାମଣା

ରଜା ଭୋଜ—ରାଜା ଆଗପଛକୁ ଖିଆର ନ ରଖି କାର୍ଯ୍ୟ କରନ୍ତି

ରଜା ଅନୁଗତେ ଧର୍ମ—(ସଂସ୍କୃତ - ରଜାନୁଗତୋ ଧର୍ମଃ) ରାଜା ପ୍ରଜାମାନଙ୍କ ଧର୍ମ ରକ୍ଷା ନ କଲେ ଧର୍ମ ଲୋପ ହୁଏ ରଜା ଘରେ ଦଇବ ପାତ୍ର—ରାଜାମାନଙ୍କ ବିବାହରେ ବର— କନ୍ୟାଙ୍କର ଜାତକ ମେଳ କରା ନ ଯିବା ପ୍ରଥାକୁ ଲକ୍ଷ୍ୟ କରି ଏ ପ୍ରବଚନ ଚଳିଛି

ରଜା ନିଏ ତଣ୍ଡି, କେଳା ନିଏ ଭଣ୍ଡି, ଭଳେଇ ନିଏ ରାଣ୍ଡି, ଚିନ୍ତା ନିଏ ଗଣ୍ଡି—ରାଜା ଅନ୍ୟାୟରେ ମଧ୍ୟ ଅର୍ଥଦଣ୍ଡ କରନ୍ତି

ରଜା ଆଗରେ କହିବ ସତ, ମାଇପ ଆଗରେ କହିବ ମିଛ—(ଉପଦେଶ) ରାଜା ଦେବତା ସ୍ୱରୂପ ଥିବାରୁ ତାଙ୍କ ଆଗରେ ମିଥ୍ୟା କହିବା ପାପ

ରଜାଙ୍କୁ ଘାଏ ଘାଏ, ରାଣୀଙ୍କି ଯୁଗୁ ବୁଡ଼ୁ—ଅତ୍ୟାଚାର କରିବା ବ୍ୟକ୍ତି ଦଣ୍ଡର ଗୁରୁତା ବୁଝି ପାରେ ନାହିଁ, ଅତ୍ୟାଚାରିତ ବ୍ୟକ୍ତି ଦଣ୍ଡର ଗୁରୁତାକୁ ଅନୁଭବ କରେ ରଜା ପୁଅକୁ କି ଖଜା ଅପୂର୍ବ?—ନ୍ୟାୟ—ରଜାପୁଅଙ୍କ ଖଜା ପରି ସାମାନ୍ୟ ପଦାର୍ଥ ଅଲଭ୍ୟ ନୁହେଁ ରଜା ପୁଅ ଯୋଗୀ ହେଲେ କି ସେ ରଜାବୁଦ୍ଧି ଛାଡ଼ିବ? ଯୋଗୀ ପୁଅ ରଜା ହେଲେ କି ସେ ଯୋଗୀ ବୁଦ୍ଧି ଛାଡ଼ିବ? —ରାଜବଂଶୀୟ ବ୍ୟକ୍ତି ଗରିବ ହେଲେ ମଧ୍ୟ ତାର ମହାନୁ— ଭବତା ଛା଼ଡ଼େ ନାହିଁ

ରଜା, ବର, ବାଈ, ଏ ତିନିଙ୍କି ଦେଖିଯାଏ—ରାଜା, ବର ଓ ବେଶ୍ୟା (ନର୍ତ୍ତକୀ)କୁ ଦେଖିବାକୁ ଲୋକେ ରୁଣ୍ଡ ହୁଅନ୍ତି ଅବୁଝାମଣା ରଜାକୁ ପାଳବିଣ୍ଡା ମନ୍ତ୍ରୀ—ନ୍ୟାୟ—ଅନ୍ୟାୟ ବିଚାରକ ରାଜାଙ୍କ ନିର୍ବୁଦ୍ଧିଆ ଉପଦେଶକ ମିଳିବା ନ୍ୟାୟ ଅବୁଝା ରଜାକୁ ବେବୁଝା ମନ୍ତ୍ରୀ, ତହିଁ କାଣୀଦାରୀ ନାଚ ନ୍ୟାୟ—ରାଜା ଓ ମନ୍ତ୍ରୀ ଉଭୟେ ଅବିଚାରୀ ହେବା ସ୍ଥଳରେ ନାନା ମନ୍ଦ ଓ ଅସୁନ୍ଦର କାର୍ଯ୍ୟ ଘଟିବା ନ୍ୟାୟ ରଜା ବରକୋଳି ସାହା— ରଜା ଶୁଳେଇ ବିଜେ କରି ବରକୋଳିଟାଏ ଟୋକିଦେଲା ନ୍ୟାୟ—

(କାହାଣୀ) ଜଣେ ଅପରାଧୀ ଗଛ ଉପରେ ଲୁଚି ବସିଥିବା— ବେଳେ ଗଛତଳେ ରାଜା ଝାଡ଼ାଫେରି ବସି ଗଛମୂଳେ ଝଡ଼ିପଡ଼ିଥିବା ଗୋଟିଏ ପାଚିଲା ବରକୋଳିକୁ ଖାଇଦେଇ— ଥିବା କଥା ଦେଖି ଆସି ବିଚାର ସମୟରେ ଉକ୍ତ ଅପରାଧୀ ପ୍ରଥମୋକ୍ତ ବାକ୍ୟ ଉଚ୍ଚାରଣପୂର୍ବକ ରାଜାଙ୍କଠାରେ ଦଣ୍ଡରୁ ମୁକ୍ତିପାଇଥିବା କାହାଣୀ

ରଜାପୁଅ ସଙ୍ଗେ ଶୁଖୁଆବଣିଜ ବାଇ—ନ୍ୟାୟ, ବଡ଼ ଲୋକଙ୍କ ସଙ୍ଗେ ଗରିବ ଲୋକ ମାତିଲେ ଦୁଃଖ ଭୋଗ କଲେ

ରାଜ୍ୟଯାକର ପାପ ରଜାମୁଣ୍ଡରେ ଯାଏ (ଶାସ୍ତ୍ରବଚନ)— ରାଜ୍ୟର ଲୋକଙ୍କ ପାପର ଫଳ ରାଜା ଭୋଗ କରନ୍ତି ନଅର ଦାରୀ ସଂସାର ବୁଲେ, ରଜା ବିଜେ କଲେ ଜଳାକବାଟି ପଡ଼େ—ଢ଼ଗ


ରାଜାଙ୍କ ରକ୍ଷିତା ବେଶ୍ୟା ରାଜାଙ୍କ ଅନୁପସ୍ଥିତିରେ ଅବରୋଧ ପ୍ରଥା ରକ୍ଷା କରେ ନାହିଁ, କିନ୍ତୁ ରଜାଙ୍କ ଆସିବା ସମୟରେ ରଜାଙ୍କ ଜାଣିବା ପାଇଁ ତା ଘରର ଝରକାକୁ ସୁଦ୍ଧା ବନ୍ଦ କରି ଘର ଭିତରେ ରହିଥାଏ

ରଜାର ପ୍ରଜା ନୁହେଁ କି ସାହୁର ଖାତକ ନୁହେଁ— ଯେଉଁ ବ୍ୟକ୍ତି ସ୍ୱାଧୀନ ଓ ଅଋଣୀ ହଇ ଜୀବିକା ନିର୍ବାହ କରେ