ବ୍ରତ

ଉଇକିଅଭିଧାନ‌ରୁ

ବ୍ରତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବୃ. ଧାତୁ=ପ୍ରାର୍ଥନା କରିବା+କର୍ମ. ଅତ; ଯାହାଦ୍ୱାରା ସ୍ୱର୍ଗାଦି ପ୍ରାର୍ଥନା କରଯାଏ)[ସମ୍ପାଦନା]

୧. ସ୍ୱର୍ଗସୁଖ, ଧନାଦି କାମନାରେ ନିୟମିତ ବା ସଂକଳ୍ପିତ ଧର୍ମକର୍ମାନୁଷ୍ଟାନ ଓ ଉପବାସାଦି —୧. A voluntry religious observance; the carrying out a religious vow or fast.
୨. ପ୍ରାୟଶ୍ଚିତ୍ତ; ପାପକ୍ଷୟକର ଚାନ୍ଦ୍ରାୟଣାଦି କର୍ମ —୨. Religious atonment;expitation.
୩. ତପସ୍ୟା; ତପଶ୍ଚରଣ —୩. Religious penance or austerity.
୪. ପୁଣ୍ୟଜନକ ଓ ପାପକ୍ଷୟକର କର୍ମ; ଧର୍ମନିୟମ; ଯମନିୟମାଦି — ୪. Religious observance act of devotion.
୫. (ବୈଦିକ ଅର୍ଥ) କର୍ମ; କାର୍ଯ୍ୟ —୫. Act; action; work.
୬. ଶାସନ —୬. Rule.
୭. ସଂକଳ୍ପ —୭. A vow.
୮. ଭକ୍ଷଣ —୮. Eating; partaking of food.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବ୍ରାହ୍ମଣର ଉପନୟନ — ୧. The putting on of the sacred thread ceremony of a twice-born boy amongst the Hindus.
୨. ପୁଣ୍ୟ ପର୍ବ —୨. Religious ceremonies and festivals.
୩. ବ୍ରତଧାରୀମାନେ ହାତରେ ଯେଉଁ ସୂତ୍ର ବାନ୍ଧନ୍ତି —୩. A thread worn round the arm of the person observing a certain religious vow.

[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ବରତ, ବର୍ତ

୪. ଧର୍ମସମ୍ପର୍କୀୟ ଉପବାସ —୪. Religious fast.

[ଦ୍ରଷ୍ଟବ୍ୟ —ଆମ ଦେଶରେ ଅନେକ— ଗୁଡ଼ିଏ ବ୍ରତପାଳିତ ହୁଏ ଯଥା—ଅନନ୍ତବ୍ରତ; ସୁଦସାବ୍ରତ, ସୋମନାଥବ୍ରତ, କୁକ୍କୁଟୀ ବ୍ରତ ଇତ୍ୟାଦି

ବ୍ରତ, ଉଫବାସ (ଓଷା), ପର୍ବ, ଯାତ୍ରା ଆଦି ଶବ୍ଦମାନଙ୍କ ବ୍ୟବହାରରେ ଗୋଳମାଳ ଦେଖାଯାଏ ସ୍ତ୍ରୀମାନଙ୍କ ବ୍ରତକୁ ଓଷା ବୋଲାଯାଏ ଓ ଦେବତାମାନଙ୍କ ଉତ୍ସବକୁ ଯାତ୍ରା ବୋଲାଯାଏ]

୫. ଦୃଢ଼ ସଂକଳ୍ପପୂର୍ବକ ନିଷ୍ଠା ବା ଐକାନ୍ତିକତା ସହକାରେ କରାଯିବା କର୍ମ — ୫. Any work undertaken to be performed after a firm resolve.
୬. ଅଣ୍ଡିରା ବାଛୁରୀକୁ 'ଧରିବା' ବା ତାର ମୁଷ୍କଚ୍ଛେଦନ କରିବାରୂପ କରମ — ୬. The act of castrating a bull calf.

[ଦ୍ରଷ୍ଟବ୍ୟ —ଦ୍ୱିଜାତି ବାଳକର ବ୍ରତ ବା ଉପନୟନଦ୍ୱାରା ଦ୍ୱିଜତ୍ୱ ପ୍ରାପ୍ତି ହେବାପରି ଆମ ଦେଶରେ ଅଣ୍ଡିରା ବାଛୁରୀଙ୍କର ମୁଷ୍କଚ୍ଛେଦନଦ୍ୱାରା 'ବଳଦତ୍ୱ' ପ୍ରାପ୍ତି ହୁଏ; ଏଥିପଇଁ ବାଛୁରୀ— ଧରାକୁ ବାଛୁରୀହ୍କ ବ୍ରତ ବୋଲାଯାଏ ପୁଣି ବାଛୁରୀଙ୍କୁ ଧରି ସାରି ତାଙ୍କ ପାର୍ଶ୍ୱ ଦେଶରେ ତାତିଲା ଲୁହାରେ (ଦ୍ୱିଜାତି ବାଳକ ଦେହରେ ପଇତା ପଡ଼ିଲାପରି) ଲମ୍ୱ ଚିହ୍ନ ଲଛାଯାଏ ଏଥିପାଇଁ ବାଛୁରିଙ୍କ ମୁଷ୍କଚ୍ଛେଦନ ପ୍ରତି 'ବ୍ରତ' ଶବ୍ଦ ବ୍ୟବହୃତ ହୁଏ]