ଛେନା

ଉଇକିଅଭିଧାନ‌ରୁ

ଛେନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସନ୍ତାନିକା=ଦୂଧସର, ସଂସ୍କୃତ - ଚ୍ଛିନ୍ନ; ସଂସ୍କୃତ - ନାମ ଅମିକ୍ଷା)[ସମ୍ପାଦନା]

୧. ଦଧି ଓ ଦୁଗ୍ଧରୁ ଅଗ୍ନିସଂଯୋଗରେ ବା ଅମ୍ଳରସଯୋଗେ ଯେଉଁ ପିଣ୍ଡ ବାହାରେ; ଅମିକ୍ଷା; ପନୀର —୧. Posset; cheese; curd.

[ଦ୍ରଷ୍ଟବ୍ୟ —ଦୂଧ ଛିଣ୍ଡିଗଲେ ଛେନା ହୁଏ, ଦହି ନିଆଁରେ ବସିଲେ ଛେନା ହୁଏ;୧ମକୁ ଦୁଧଛେନା ଓ ୨ୟକୁ ଦହିଛେନା କହନ୍ତି]

୨. (ବିରକ୍ତିରେ ବ୍ୟବହୃତ ଶବ୍ଦ)—କିଛି ନାହିଁ — ୨. (a term used in displeasure) Nothing.

(ଯଥା—ମୁଁ ପୁଅ ପିଛା ଶହ ଶହ ଖରଚ କଲି, ସେ ଛେନାଟା ପଢିଲା)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ଛେନା)[ସମ୍ପାଦନା]

୧. ଘସି —୧. Dry cowdung-cakes (used as fuel)
୨. ପାଉଁଶ —୨. Ashes.