କାଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳି
ଉଚ୍ଚାରଣ: Kāḻi

ଦେ. ବି. (ସଂ. କାଳ) —

୧: ସ୍ୟାହି; ମସୀ —୧. Ink.

୨: କୃଷ୍ଣବର୍ଣ୍ଣ ଜଳୀୟପଦାର୍ଥ —୨. Black liquid.

(ଯଥା—ଗୋବର କାଳି, ଦେଇଛି ଢାଳି—ସବାରି ବେହେରାଙ୍କ ଡାକି)

୩: ମସୀଗୁଣ୍ଡ —୩. Ink powder.

୪: କାଳିମା; କଳଙ୍କ —୪. Stain.

ନିଜ ମୁଖେ କାଳି ଦେଇ ସେହି କାଳି ଦେଲୁ ମୋହର ବଦନେ ରାଧାନାଥ. ପାର୍ବତୀ

୫: କଳାରଙ୍ଗ —୫. Black colour.

୬: ଦୋକାନୀଠାରୁ ଉଧାର କରି ପଣ୍ୟବସ୍ତୁ ବା ସଉଦା କିଣିବା; ଉଠାଣ —୬. Purchase of commodities on credit.

ସେମାନେ ସଉଦା କାଳି ଦେଲେ ନାହିଁ ଫକୀରମୋହନ. ଛମାଣଆଠଗୁଣ୍ଠ

୭: ସଉଦା ନେଇଥିବା ଯୋଗୁ ଦୋକାନୀର ଗ୍ରାହକ ଉପରେ ଥିବା ବାକୀ —୭. Arrears due to a grocer from a purchaser on credit.

୮: ଶଗଡ଼ର ଅଖର ଅଗରେ (ଚକର ନାଭିରନ୍ଧ୍ର ଘୁରିବା ଅଂଶରେ) ଦିଆଯିବା ତେଲର କାଣ୍ଟି —୮. Sediment of oil given on ends of the axle of a cart for lubricating the nave-hole of the cartwheel.

୯: (ସଂ. କାଳୟ)—କାଳିୟ ନାଗ (ଦେଖ) ୯. Kāḻiya nāga (See)

୧: କାଳୀଚରଣର ଡାକ ନାମ — ୧୦. Name for calling Kāḻīcharaṇa.

୧୧: ବିଛୁଆତି (ଦେଖ) ୧୧. Bichhuāti (See)

ପ୍ରାଦେ. (ଗଡ଼ଜାତ) ବି. —

ବହୁଲୋକ ଘେରି କରି ଜଙ୍ଗଲର ଚାରି ଆଡ଼ୁ ବଣଜନ୍ତୁମାନଙ୍କୁ ଶିକାର ନିକଟକୁ ଘଉଡ଼ାଇ ଆଣିବା କର୍ମ —Act of driving wild beasts to the hunter by beating the jungle; beat.