ନକ୍ଷତ୍ର

ଉଇକିଅଭିଧାନ‌ରୁ

ନକ୍ଷତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନ=ନୁହେ+କ୍ଷି ଧାତୁ =କ୍ଷୟପାଇବା+କର୍ତ୍ତୃ. ଅତ୍ର; କିମ୍ୱା ନକ୍ଷ ଧାତୁ+କର୍ତ୍ତୃ. ଅତ୍ର)[ସମ୍ପାଦନା]

୧. ତାରକା; ତାରା —୧. Star.

[ଆକାଶରେ ରାତିରେ ଦେଖାଯିବା ଚନ୍ଦ୍ର ଛଡ଼ା ଆଉ ଉଜ୍ଜ୍ୱଳ ଜ୍ୟୋତିଷ୍କମାନଙ୍କୁ ତାରା ବୋଲାଯାଏ ସେଥି ମଧ୍ୟରେ ୫ଟି ଜ୍ୟୋତିଷ୍କ ଗ୍ରହ ଅଟନ୍ତି ଓ ଅନ୍ୟ ସମସ୍ତେ ତାରା ତାରାଗଣ ଆମ୍ଭମାନଙ୍କ ଆଖିକୁ ଛୋଟ ଦେଖାଗଲେ ସୁଦ୍ଧା ସେମାନେ ସୂର୍ଯ୍ୟ ପରି ବା ସୂର୍ଯ୍ୟଙ୍କଠାରୁ ବଡ଼ ସୌରଜଗତ ପରି ପ୍ରତ୍ୟେକ ତାରାର ଗୋଟିଏ ଗୋଟିଏ ଜଗତ ଅଛି ସୂର୍ଯ୍ୟ ଆମ୍ଭମାନଅହକ ଠାରୁ ଯେତେଦୂର ଅଛନ୍ତି ତାରାମାନେ ତଦପେକ୍ଷା ବହୁଦୂରରେ ଅଛନ୍ତି କୌଣସି କୌଣସି ତାରା ପୃଥିବୀ ଠାରୁ ଏତେ ଦୂରରେ ଅଛନ୍ତି ଯେ ସୋମାନଙ୍କର ଆଲୋକ ପ୍ରତି ସେକେଣ୍ଡରେ ୧ ଳକ୍ଷ ୮୩: ହଜାର ମାଇଲ୍ ଗତିକରି ପୃଥିବୀରେ ପହଞ୍ଚିବାକୁ ଚାରିଶହ ବର୍ଷ ଲାଗେ ପୃଥିବୀର ଖୁବ୍ ନିକଟବର୍ତ୍ତୀ ତାରାର ଆଲୋକ ପୃଥିବୀରେ ପହଞ୍ଚିବାକୁ ୩ ବରଷ ଲାଗେ ପୃଥିବୀଠାରୁ ସୂର୍ଯ୍ୟ ଯେତେ ଦୂରରେ ଅବସ୍ଥିତ କୌଣସି କୌଣସି ତାରା ତହିଁ ଅପେକ୍ଷା ୨ ହଜାର ୬ ଶହ ଗୁଣ ଦୂରରେ ଅଛନ୍ତି ସୂର୍ଯ୍ୟଙ୍କ ଚାରି ପାଖେ ଯେଉଁ ପରି ପୃଥିବୀ ଓ ଗ୍ରହମାନେ ବୁଲୁଅଛନ୍ତି ସେହିପରି ଗୋଟିଏ ଗୋଟିଏ ତାରାର ଚାରି ପାଖେ ଗୁଡ଼ିଏ ଗ୍ରହ ବୁଲୁଛନ୍ତି ଏପରି ଅଗଣିତ ସୌରଜଗତ୍ ସମ୍ୱଳିତ ବିଶ୍ୱ ବ୍ରହ୍ମାଣ୍ଡ ବିଶେଷ୍ୟ - ପ୍ରକାଣ୍ଡ ତାହା କଳ୍ପନାରେ ସୁଦ୍ଧା ଠଉରାଇ ହେବ ନାହିଁ ହିନ୍ଦୀ - ଶ]

୨. ତାରା ପୁଞ୍ଜ —୨. Constellation of stars

[ଦ୍ରଷ୍ଟବ୍ୟ — କେତେକ ତାରା ପୁଞ୍ଚ ନକ୍ଷତ୍ରରୂପେ ଓ କେତେକ ରାଶି ରୂପେ କଳ୍ପିତ ଏବଂ ଆଉ କେତେକ ନକ୍ଷତ୍ରକୁ ମନୁଷ୍ୟର କଳ୍ପନାନୁସାରେ ବା ପୌରାଣିକ ଉପଖ୍ୟାନମତେ ଭିନ୍ନ ଭିନ୍ନ ନାମ ଦିଆ ଯାଇଅଛି]


୩. ହିନ୍ଦୁ ଜ୍ୟୋତିଷୋକ୍ତ ୨୭: ଗୋଟି ତାରା ବା ତାରାପୁଞ୍ଜ, ଯାହାଙ୍କ ପାଖ ଦେଇ ଚନ୍ଦ୍ରମା ଗତି କରନ୍ତି —୩. The ୨୭ constellations of stars in Hindu astronomy; the lunner manusions.

[ଦ୍ରଷ୍ଟବ୍ୟ —୨୭: ନକ୍ଷତ୍ରର ନାମ:—ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବଫାଲ୍ଗୁନୀ, ଉତ୍ତରଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ, ବିଶାଖା, ଅନୁରାଧା, ଜ୍ୟୋଷ୍ଠା, ମୂଳା, ପୂର୍ବାଷାଢା, ଉତ୍ତରାଷାଢା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ ଓ ରେବତୀ]

ନକ୍ଷତ୍ରମାନଙ୍କ ସମ୍ୱନ୍ଧରେ ବିଶେଷ ବିବରଣ—

[ଦ୍ରଷ୍ଟବ୍ୟ —ପୃଥିବୀ ବର୍ଷକେ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୂରି ଆସେ କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରି ଅଛନ୍ତି ଯେ ସମୁଦାୟ ଅକାଶ ବା ଖ ଗୋଳରେ ଥାଇ ସୂର୍ଯ୍ୟ ୧୨: ମାସ ବା୩୬୫: ଦିନରେ ବା ଏକ ସୌର ବର୍ଷରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି ବର୍ଷକ୧୨: ମାସ ଥିବାରୁ ଖ—ଗୋଳ(୩୬: ଡିଗ୍ରୀ) କୁ୧୨: ଭାଗରେ ବିଭକ୍ତ କରା ଯାଇଅଛି ଏହା ପ୍ରତ୍ୟେକ ଭାଗ୩ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ୱଳ ନକ୍ଷତ୍ରମାନଙ୍କୁ ଯେଗ କରି ଗୋଟିଏ ଗୋଟିଏ ଜୀବ(ଯଥା—ମେଷ, ବୃଷ, ମିଥୁନ, କଙ୍କଡ଼ା, ସିଂହ, କନ୍ୟା, ବିଚ୍ଛା, ମକର, ମୀନ)ର ବା ବସ୍ତୁ(ଯଥା—ତୁଳାଯନ୍ତ୍ର, ଧନୁ, କୂମ୍ଭ)ର ଛବି କଳ୍ପନାସାହାଯ୍ୟରେଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ସେହି ଜୀବ ବା ବସ୍ତୁ ନାମରେ ଡକାଯାଇଅଛି ଉଦାହରଣ ସ୍ୱରୁପଦେଖାଯିବ ଯେଉଁ୩ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ୱଳ ତାରାଗୁଡିକ ଯୋଗ କଲେ ଗୋଟିଏ କଙ୍କଡା ବିଛାର ରୂପ କଳ୍ପିତ ହୋଇ ପାରିବ ଏଥି ପାଇଁ ଉକ୍ତ୩ ଡିଗ୍ରୀକୁ ବିଛାରାଶି ନାମରେ ଡକା ଯାଏ ଏହାହିଁ ରାଶିମାନଙ୍କ ନାମକରଣ

ଚନ୍ଦ୍ର ପୃଥିବୀର ଚାରିଆଡ଼େ୩ ଦିନରେ ଥରେ ଘୁରି ଆସନ୍ତି ଏଥିପାଇଁ ଚାନ୍ଦ୍ରମାନ ମାସକ ୩ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬: ଦିନ

ପ୍ରତ୍ୟେକ ନକ୍ଷତ୍ର ପୃଥିବୀର ଚାରୀଆଡେ ୨୭: ଦିନରେ ଥରେ ଘୁରି ଆସେ ଏଥିପାଇଁ ନାକ୍ଷତ୍ରିକ ମାସ ୨୭: ଦିନ ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷିକମାନେ ୨୭:ଟି ସ୍ୱତନ୍ତ୍ର ତାରକା ବା ତାରକାପୁଞ୍ଜରେ ବିଭକ୍ତ କରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏଁ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି ନକ୍ଷତ୍ରମାନଙ୍କ ଅବସ୍ଥିତି ବିଷୟ ଭାବୟଭଗବତ୫ମ ସ୍କନ୍ଧ୨୩ଶ ଅଧ୍ୟାୟରେ ବିବୃତ ହୋଇଅଛି ସୂର୍ଯ୍ୟ ଓ ଚନ୍ଦ୍ରଙ୍କପରି ନକ୍ଷତ୍ରା ମାନେ ପୂର୍ବରେ ଉଦିତହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି ସବୁ ନକ୍ଷତ୍ର ଆକାଶର ଉତ୍ତରଦିଗରେ ଥିବା ଧ୍ରୁବ ନକ୍ଷତ୍ରକୁ କେନ୍ଦ୍ର (ବା ବେଙ୍ଗଳାର ମେରୀ ଖୁଣ୍ଟ)କରି ତାହାର ଚାରିଆଡେ ପୂର୍ବରୁ ପଶ୍ଚିମକୁ ଘାଉଁରି ଖାଇ ବୁଲୁଅଛନ୍ତି ଧ୍ରୁବନକ୍ଷତ୍ର ପୃଥିବୀର ଉତ୍ତରମେରୁର ଠିକ ମୁଣ୍ଡଉପରେ ଆକାଶରେ ଅବସ୍ଥିତ ଏହା ସର୍ବଦା ଆକାଶରେ ଏକା ସ୍ଥାନରେ ସ୍ଥିର ହୋଇଥାଏ,ଏହାର ଉଦୟ ବା ଅସ୍ତ ନାହିଁ ନାବିକମାନେ ଓ ମରୁଭୂମିରେ ଭୂଆଁବୁଲିବା ବାଟୋଇମାନେ ଏହି ଧ୍ରୁବନକ୍ଷତ୍ରକୁ ଦେଖି ଅକୂଳ ସମୂଦ୍ରରେ ଓ ଅପନ୍ତରା ମରୁଭୂମିରେ ରାତ୍ରିରେ ଦିଗ ମିର୍ଣ୍ଣୟ କରନ୍ତି ଏ ଧ୍ରୁବ ନକ୍ଷତ୍ରକୁଚିହ୍ନିବା ସହଜ ଅଟେ ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳ ନାମକ ୭ଟି ଉଜ୍ୱଳ ନକ୍ଷତ୍ର ବିଶିଷ୍ଟ ଗୋଟିଏ ନକ୍ଷତ୍ରପୁଞ୍ଜ ଅଛି;ଏହି ମଣ୍ଡଳର ମୁଣ୍ଡ ପାଖରେ ୨ଟି ନକ୍ଷତ୍ରକୁ ଯୋଗକରି ସେହି ଗାରକୁ ବଢାଇଦେଲେ ତାହା ଧ୍ରୁବ ତାରା ପାଖ ଦେଇଯିବ ଥରେ ଧ୍ରୁବକୁ ଓ ସପ୍ତର୍ଷିମଣ୍ଡଳକୁ ଚିହ୍ନ ରଖିଲେ ତାରାମାନଙ୍କୁ ଚିହ୍ନିବାକୁ ସହଜ ହୁଏ ପ୍ରତିଦିନ ପ୍ରତି ନକ୍ଷତ୍ର ପୂର୍ବଦିନ ଅପେକ୍ଷା ୪ମିନିଟ୍ ଲେଖାଏଁ ଡେରି କରି ଉଦିତ ହୁଏ; ଅର୍ଥାତ ଆଜି ଯେଉଁ ତାରା ସନ୍ଧ୍ୟା ୭ ଟା ବେଳେ ଉଇଁଛି କାଲି ସେ ତାରା ଉଇଁଲାବେଳକୁ ୭ଟା ବାଜି ୪ମିନିଟ ହୋଇଥିବ ସୂର୍ଯ୍ୟ ଯେଉଁ ରାଶିରେ ଯେଉଁ ମାସରେ ଅବସ୍ଥାନ କରୁଥାଆନ୍ତି ସୌର ମାସର ନାମକରଣ ସେହି ରାଶିର ନାମ ଅନୁସାରେ ହୁଏ ଯେଉଁ ଚାନ୍ଦ୍ର ମାସର ପୂର୍ଣ୍ଣିମାର ସନ୍ଧ୍ୟାରେ ଚନ୍ଦ୍ର ଯେଉଁ ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ସେହି ନକ୍ଷତ୍ରର ନାମ ଅନୁସାରେ ତତ୍ ପୂର୍ବବର୍ତ୍ତୀ ଚାନ୍ଦ୍ରମାସର ନାମକରଣ ହୁଏ ଯଥା—ବୈଶାଖ ପୂର୍ଣ୍ଣିମାରେ ଚର୍ନ୍ଦ୍ର ବିଶାଖା ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ବୋଲି ପୂର୍ବବର୍ତ୍ତୀ ମାସର ନାମ ବୈଶାଖ ଆକାଶରେ ନକ୍ଷତ୍ର ଓ ନକ୍ଷତରପୂଞ୍ଜମାନଙ୍କ ଅବସ୍ଥିତି— ମାନଙ୍କୁ ଧ୍ରୁବର ଅବସ୍ଥିତି ସଙ୍ଗେ ଓ ପରସ୍ପରର ଅବସ୍ଥିତି ସଙ୍ଗେ ତୁଳନା କଲେ ଧ୍ରୁବର ଅବସ୍ଥିତି ଅପରିବର୍ତ୍ତନୀୟ ବୋଲି ଜଣାଯାଏ କିନ୍ତୁ ଆକାଶରେ ଆଉ କେତେଗୁଡିଏ ଉଜ୍ଜ୍ୱଳ ବସ୍ତୁ ବେଳେ ବେଳେ ଦେଖାଦିଅନ୍ତି; ସେମାନଙ୍କ ଗତି ଓ ଅବସ୍ଥିତି ନିୟମିତ ନୁହେ ଏମାନଙ୍କୁ ଗ୍ରହ ବୋଲାଯାଏ ଏମାନେ ତାରା ନୁହନ୍ତି କିନ୍ତୁ ତାରାପରି ଉଜ୍ଜ୍ୱଳ ଦେଖାଯିବାରୁ ଲୋକେ ଏହାଙ୍କୁ ବେଳେ ବେଳେ ଭ୍ରମରେ ତାରା ନାମରେ ଡାକନ୍ତି;ଯଥା—ପାହାନ୍ତି ତାରା ବା ପହରିକିଆ ତାରା;ଏହା ସୁକ୍ର ନାମକ ଗୋଟିଏ ଗ୍ରହ ଆଖିକୁ ଦେଖା ଯିବା ଗ୍ରହମାନଙ୍କ ସଂଖ୍ୟା୫ ଅଟେ—ଯଥା—ଶୁକ୍ର, ବୃହସ୍ପତି, ବୁଧ, ଶନି ଓ ମଙ୍ଗଳ ଚନ୍ଦ୍ରର କକ୍ଷ ଓ କ୍ରାନ୍ତିରେଖାର ଅଧଃପାତ ବିନ୍ଦୁକୁ କେତୁ ଓ ଉର୍ଦ୍ଧପାତ ବିନ୍ଦୁକୁ ରାହୁ ବୋଲି ଦୁଇଟି ଗ୍ରହରୂପେ ହିନ୍ଦୁ ଜ୍ୟୋତିଷୀମାନେ ଗଣନା କରଅଛନ୍ତି ଚନ୍ଦ୍ର, ସୂର୍ଯ୍ୟ, କେତୁ, ରାହୁ ଓ ଉପରୋକ୍ତ ୫ଟି ଗ୍ରହକୁ ହିନ୍ଦୁମାନେ ନବଗ୍ରହ ରୂପେ ତଣନା କରନ୍ତି ଓ ସୂର୍ଯ୍ୟଙ୍କୁ ଗ୍ରହରାଜ କହନ୍ତି

ପ୍ରାଚୀନ ହିନ୍ଦୁମାନେ ଚନ୍ଦ୍ରର ଗତିପଥର ସୀମା ମଧ୍ୟରେ ଥିବା ଭିନ୍ନ ଭିନ୍ନ ନକ୍ଷତ୍ରମାନଙ୍କୁ ୨୭: ଟିନାମ ଦେଇଥିଲେ ଓ ଏ୨୭: ନକ୍ଷତ୍ରରୁ ଅଧିକ ଅଭିଜିତ୍ ନାମରେ ଆଉ ଗୋଟିଏ ନକ୍ଷତ୍ରକୁ ଗଣୁ ଥିଲେ ଏହା ଛଡା ଆକାଶର ଭିନ୍ନ ଭିନ୍ନ ଅଞ୍ଚଳରେ ଥିବା ଆଉ ଗୁଡିଏ ନକ୍ଷତ୍ରକୁ ହିନ୍ଦୁମାନେ ନାମ ଦେଇଥିଲେ ହିନ୍ଦୁମାନଙ୍କ ବାରଟିରାଶିର ନାମ ସଙ୍ଗେ ପ୍ରାଚୀନ ମିଶର, ଆରବ, ଗ୍ରୀସ୍ ଓ ରୋମବାସୀମାନଙ୍କ ପ୍ରଦତ୍ତ ନାମର ସାମଞ୍ଜସ୍ୟ ଅଛି ଯଥା— ହିନ୍ଦୁମାନଙ୍କ ସିଂହ ରାଶି=ଗ୍ରୀକମାନଙ୍କର ଲିଓ=ସିଂହ; କିନ୍ତୁ ହିନ୍ଦୁମାନଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମ ସଙ୍ଗେ ଗ୍ରୀକ୍ ଆଦିଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମର ସାମଞ୍ଜସ୍ୟ ଦେଖା ଯାଏ ନାହିଁ

ହିନ୍ଦୁ ଜ୍ୟୋତିଷୋକ୍ତ ୨୭: ନକ୍ଷତ୍ର ଯଥାକ୍ରମେ ପଶ୍ଚିମରୁ ପୂର୍ବଆଡ଼କୁ ଉଣ୍ଡିବାକୁ ହେବ ଏ ନକ୍ଷତ୍ରମାନଙ୍କ ଆକାରର ସୁଚନା ବରାହ ମିହିର ଓ କାଳିଦାଶକୃତ ସଂସ୍କୃତ କଟପାୟା ନାମକ ଗ୍ରନ୍ଥରେ ଓ କବିସୂର୍ଯ୍ୟଙ୍କ ସମକାଳୀନ କବିଚନ୍ଦ୍ରଙ୍କର ଓ ଆଧୁନିକ ଜ୍ୟୋତିଷୀ ଧନୀ ଦାଶଙ୍କ ରଚିତ ଓଡ଼ିଆ ପଦ୍ୟ କଟପାୟାରେ ସୁଚିତ ହୋଇଅଛି ଖ ଗୋଳ=୪ ସମକୋଣ=୩୬: ଡିଗ୍ରୀ ଏହି ୩୬: ଡୀଗ୍ରୀକୁ ୧୨:ଟି ରାଶି ଏବଂ ୨୭:ଟି ନକ୍ଷତ୍ର ଅଧିକାର କରିଅଛି ପ୍ରତ୍ୟେକ ରାଶିର ଅଧିକୃତ ସ୍ଥାନ=୩୬/୧୨=୩: ଡିଗ୍ରୀ, ଏବଂ ପ୍ରତ୍ୟେକ ନକ୍ଷତ୍ରର ଅଧିକୃତ ସ୍ଥାନ=୩୬/୨୭=୧୩ ୧/୩: ଡିଗ୍ରି; ଅର୍ଥାତ୍ ପ୍ରତ୍ୟକ ରାଶିର ସୀମା ମଧ୍ୟରେ୨ ୧/୪: ନକ୍ଷତ୍ର ଅଛି 

୧. ମେଷ ରାଶି (ଲାଟିନ Aries;ଇଂ . The ram)= ୧ ଅଶ୍ୱିନୀ ନକ୍ଷତ୍ର+୧ ଦ୍ୱିଜା+୧/୪: କୃତ୍ତିକା
୨. ବୃଷ ରାଶି (ଲାଟିନ୍ —Taurus,ଇଂ The bull) =୩/୪: କୃତ୍ତିକା+୧ ରୋହିଣୀ+୧/୨: ମୃଗଶିରା
୩. ମିଥୁନ ରାଶି (ଲାଟିନ୍ Gemini;ଇଂ . The twins) =୧/୨: ମୃଗଶିରା+୧ ଆର୍ଦ୍ରା+୩/୪: ପୂନର୍ବସୁ
୪. କକଡ଼ା ରାଶି ଲାଟିନ Cancer,ଇଂ . The crab) =୧/୪: ପୂନର୍ବସୁ+୧ ପୁଷ୍ୟା+୧ ଅଶ୍ଳେଷା
୫. ସିଂହ (ଲାଟିନ୍ Leo;ଇଂ . Lion)=୧ ମଘା+ ୧ ପୂର୍ବଫାଲଗୁନୀ+୧/୪: ଉତ୍ତରଫାଲଗୁନୀ
୬. କନ୍ୟା(ଲା. Virgo;ଇଂ . virgin)=୩/୪: ଉତ୍ତର ଫାଲଗୁନୀ+୧ ହସ୍ତା+୧/୨: ଚିତ୍ରା
୭. ତୁଳା (ଲା. Libraଇଂ . The scales)=୧/୨: ଚିତ୍ରା+୧ ସ୍ପାତି+୩/୪: ବିଶାଖା
୮. ବିଚ୍ଛା (ଲା . Scorpio;ଇଂରାଜୀ - Scorpion)୧/୪: ବିଶାଖା;୧ ଅନୁରାଧା+୧ ଜ୍ୟେଷ୍ଠା
୯. ଧନୁ (ଲା. Sagitarius ଇଂରାଜୀ - The archer)= ୧ମୂଳା+୧ ପୂର୍ବାଷାଢ଼ା+୧/୪: ଉତ୍ତରାଷାଢ଼ା
୧. ମକର (ଲା. Capricornus ଇଂରାଜୀ - capricorn) ୩/୪: ଉତ୍ତରାଷାଢ଼ା+୧ ଶ୍ରବଣା+୧/୨: ଧନିଷ୍ଠା
୧୧. କୁମ୍ଭ (ଲା Aquarius ଇଂରାଜୀ - water-bearer) =୧/୨: ଧନିଷ୍ଠା+୧ ଶତଭିଷା+୩/୪: ପୂର୍ବଭାଦ୍ରପଦ
୧୨. ମୀନ (ଲା. Pisces ଇଂରାଜୀ - Fishes)=୧/୪: ପୂର୍ବ ଭାଦ୍ରପଦ+୧ ଉତ୍ତର ଭାଦ୍ରପଦ+୧ ରେବତୀ ନକ୍ଷତ୍ରମାନଙ୍କ ପରିଚୟ: ===
୧. ହିନ୍ଦୁମତରେ ନାମ— ଅଶ୍ୱିନୀ ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—ମେଷରେ ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ଆକାର ଓ ତାରାଙ୍କ ସଂଖ୍ୟା—୩ଟି ଅନୁଜ୍ୱଳ ତାରା ଏ ତିନି ତାରାକୁ ଯୋଗ କଲେ ଗୋଟିଏ ସ୍ଥୁଳକୋଣୀ ତ୍ରିଭୂଜ ହେବା; ଏହାକୁ ଘୋଡ଼ାର ମୁଣ୍ଡପରି କଳ୍ପନା କରାଯାଇ ପାରେ ପଶ୍ଚାତ୍ୟ ନାମ —୧. Hamal;୨. Sheritan; ୩. Mesarthen.

ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Aries— ୧. Alpha Arietes;୨. Beta Arietes;୪. Gamma Arietes.

କଟପାୟୀରେ ଲିଖିତ ସୂଚନା—ଅଶ୍ୱମସ୍ତକାକାର ୩ ତାରକା ମନ୍ତବ୍ୟ—ଚିତ୍ରରେ ୧ ଚିହ୍ନିତ ତାରା ଏ ନକ୍ଷତ୍ରର ଉଜ୍ୱଳତମ ତାରା ବା ଯୋଗତାରା ଏହି ଯୋଗତାଚାର ନାମ ସଂସ୍କୃତ - ମୁଖରାଶ୍ମି ଆଶ୍ୱିନ ପୂର୍ଣ୍ଣୀମା ଦିନ ଚନ୍ଦ୍ର ଏହି ନକ୍ଷତ୍ର ସଙ୍ଗେ ଥାଆନ୍ତି

୨. ହିନ୍ଦୁମତରେ ନାମ—ଦ୍ୱିଜା, ଭରଣୀ ବା ଯମ ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—ମେଷରେ ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ, ଅଶ୍ୱିନୀର ପଶ୍ଚିମରେ ଆକାର ଓ ତାରକା ସଂଖ୍ୟା—୩ଟି କ୍ଷୀଣତାରା; ଏ ତିନି ତାରାକୁ ଯୋଗକଲେ ଗୋଟିଏ ସମବାହୁ ତ୍ରିଭୂଜ ହେବ ପାଶ୍ଚାତ୍ୟ ନାମ —Musca Borealis.

ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Aries- ୧. ୩୫ Arietes;୨. ୩୯ Arietes.୩. ୪୧ Arietes.

କଟପାୟାରେ ଲିଖିତ ସୁଚନା—ତ୍ରିକୋଣାକାର ତିନିତାରା ମନ୍ତବ୍ୟ—ଏଥିର ଯୋଗତାରା ୩ ଚିହ୍ନିତ

୩. ହିନ୍ଦୁମତରେ ନାମ—କୃତ୍ତକା, ମାତୃମଣ୍ଡଳ, ବହୁଳା ବା ଅନଳ ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—ମେଷରେ୧/୪: ଓ ବ଼ୃଷରେ ୩/୪: ଆକାର ଓ ତାରକା ସଂଖ୍ୟା—୬ଟି ତାରା; ଏମାନଙ୍କୁ ଯୋଗ କଲେ ଗୋଟିଏ କଟାର ବା ବଢ଼େଇର କାଠମୁଗୁରାର ଆକାର ହେବ ସଂସ୍କୃତ - ନାମ—୧ ସଂଭୁତି,୨ ଅନସୂୟା, ୩ ସନ୍ନତି,୪ ଲଜ୍ଜା, ୫ ପ୍ରୀତି,୬ ଦେବସେନା ବା ଷଷ୍ଠୀ
ଓଡ଼ିଆ ବା ଦେଶୀୟନାମ—କାର୍ତ୍ତୀକପୂଞ୍ଜା; ସମ୍ୱଲପୁରୀ ନାମ କଠଲା ତାରା (କଠଲା=ବଢ଼େଇର ମୁଗୁର) 

ପାଶ୍ଚାତ୍ୟ ନାମ—ଇଂ —Hen and chickens; the Pleidas. ଆ —Ath thuraya.ଗ୍ରୀକ୍ —Pleides; Virgilii; Atlantaides.ହେବ୍ରୁ —Kimah ଲା.୧. Maia. ୨. Taygeta;୩. Celoeno;୪. Electra;୫. Merobe; ୬. Alcyone.

ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Taurus— ୧. ୧୯ Tauri;୨. ୧୬ Tauri;୩. ୧୭ Tauri;୪. ୨୩ Tauri; ୫. ୨୭ Tauri;୬. Pi Tauri.

କଟପାୟାରେ ଲିଖିତ ସୂଚନା—ଅଗ୍ନିଶିଖାତୁଲ୍ୟ ୬ ତାରା ମନ୍ତବ୍ୟ—ଏଥିରେ ଯୋଗତାରା୬ଚିହ୍ନିତ ପାଶ୍ଚାତ୍ୟ ମାନେ ଏହି ପୁଞ୍ଜରେ ୧ ନମ୍ୱରର ଉତ୍ତରପୂର୍ବକୁ ଆଉ ଗୋଟିଏ ତାରା (Asterope;Eta Tauri)କୁ ମିଶାଇ ଏ ପୁଞ୍ଜରେ ୭ଟି ତାରା ଗଣନା କରନ୍ତି ପୂରଣା ମତରେ ବିଶିଷ୍ଟପତ୍ନୀ ଅରୁନ୍ଧତୀଙ୍କ ଛଡା ଏମାନେ ଅନ୍ୟ ୬ଜଣ ସପ୍ତର୍ଷିପତ୍ନି ଅଟନ୍ତି ଏ ୬ ଜଣ କାର୍ତ୍ତୀକେୟଙ୍କୁ ୬ ମୂଖରେ ସ୍ତନ୍ୟପାନ କରାଇଥିଲେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଏହି ପୁଞ୍ଜ ସଙ୍ଗେ ଥାଆନ୍ତି

୪. ହିନ୍ଦୁ ମତରେ ନାମ—ରୋହିଣୀ ବା ପ୍ରଜାପତି ବା ରୋହିତ ତାରା ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—ବୃକ୍ଷ ରାଶିରେ ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ;ଏହା ତ୍ରିଭୂଜାକୃତି ଆକାର ଓ ତାରକା ସଂଖ୍ୟା—୫ ଗୋଟି ତାରା, ଏ ୫ ତାରାକୁ ଯୋଗକଲେ ଗୋଟିଏ ସମଦ୍ୱିବାହୁ ତ୍ରିଭୁଜ ବା ଶଗଡ଼ଦଣ୍ଡାର ଆକାରହେବ ଓଡ଼ିଆ ବା ଦେଶୀୟ ନାମ—ରୋହିଣୀ ଶକଟ ପାଶ୍ଚାତ୍ୟ ନାମ —Hyades. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Taurus; ୧. Alpha Tauri; ୨. Theta Tauri;୩. Gamma Tauri;୪. Delta Tauri;୫. Epsilon Tauri. କଟପାୟାରେ ଲିଖିତ ସୁଚନା—ଶକଟାକୃତି ୫ତାରା ମନ୍ତବ୍ୟ—ଏ ନକ୍ଷତ୍ରର ସମଦ୍ୱିବାହୁ ତ୍ରିଭୂଜର ଭୂମିର ଦକ୍ଷିଣ କୋଣର ଉଜ୍ୱଳତମତାରା ହଳଦିଆ ୧ଚିହ୍ନିତ; ଏହି ତାରାର ପାଶ୍ଚାତ୍ୟ ନାମ Aldeberan. ତ୍ରିଭୂଜର ଦୁଇ ବାହୁର ମଝିରେ ଥିବା ତାରା ଦ୍ୱୟ ଖାଲି ଆଖିକୁ ପ୍ରଥମେ ଗୋଟିଏ ଲେଖାଏଁ ଦେଖା ଯାଆନ୍ତି, କିନ୍ତୁ ସେମାନେ ଏକାଧିକ ଅଟନ୍ତି ଚନ୍ଦ୍ର ଯେବେ ରୋହିଣୀ— ଶକଟକୁ ଭେଦ କରିବାର ଦେଖାଯାଏ ତେବେ ଅନିଷ୍ଟ ଅଶଙ୍କା କରାଯାଏ
୫. ହିନ୍ଦୁମତରେ ନାମ—ମୃଗଶିରା ବା ବିଧୁ ବା ଏଣକ ଗଠନ ବା ଚିତ୍ର କେଉଁ ରାଶିରେ ଅବସ୍ଥିତ—ବୃଷରେ୧/୨: , ମିଥୁନରେ୧/୨: ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ଏହା ତ୍ରିଭୂଜାକୃତି ଆକାର ଓ ତାରକା ସଂଖ୍ୟା—୩ ଗୋଟି ତାରା ଏ ୩ ତାରାକୁ ଜୋଗକଲେ ଗୋଟିଏ ସୁକ୍ଷ୍ମକୋଣୀ ତ୍ରିଭୂଜ ହେବ ଏହ ହରିଣର ମସ୍ତକରୂପ କଳ୍ପିତ ଓଡ଼ିଆ ବା ଦେଶିୟ ନାମ—କାଳପୁରୁଷର ମୁଣ୍ଡ ପାଶ୍ଚାତ୍ୟ ନାମ —Heka; Orion's head. ପାଶ୍ଚାତ୍ୟ ରାଶିଅନୁସାରେ ଜ୍ୟୋତିଷିକ ପରିଚୟ —୧. Lambda Orionis;୨. Phi୧ Orionis;୩. Phi୨ Orionis. କଟପାୟାରେ ଲିଖିତ ସୂଚନା—ବିଡ଼ାଳପଦାକୃତି ୩ ତାରା ମନ୍ତବ୍ୟ—ଏଥିରେ ଯୋଗତାରା ୧ ଚିହ୍ନିତ ମାର୍ଗଶିର ପୂର୍ଣ୍ଣୀମାରେ ଚନ୍ଦ୍ର ଏହି ନକ୍ଷତ୍ର ସଙ୍ଗେ ଥାଆନ୍ତି
୬. ହିନ୍ଦୁ ମତରେ ନାମ—ଆର୍ଦ୍ରା ବା ଶୂଳିନୀ ଗଠନ ବା ଚିତ୍ର * କେଉଁ ରାଶିରେ ଅବସ୍ଥିତ—ମିଥୁନ ରାଶିରେ ଆକାଶର କେଉଁଠାରେ ଅବସ୍ଥିତ—ଏହା ମୃଗ ଶିରାର ଦକ୍ଷିଣ ପଶ୍ଚିମରେ ଆକାର ଓ ତାରକା ସଂଖ୍ୟା—ଗୋଟିଏ ହଳଦିଆ ଉଜ୍ଜ୍ୱଳ ତାରା ଓଡ଼ିଆ ଦେଶୀୟ ନାମ—କାଳପୁରୁଷର ଡାହାଣ ଖୁଆ ମୁଣ୍ଡ ପାଶ୍ଚାତ୍ୟ ନାମ —Betelgeus. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ— କଟପାୟାରେ ଲିଖିତ ସୂଚନା—କୁରୁବିନ୍ଦ ବର୍ଣ୍ଣର (ରକ୍ତାଭ) ଗୋଟିଏ ଉଜ୍ଜ୍ୱଳ ତାରା ମନ୍ତବ୍ୟ—'କାଳପୁରୁଷ'ପୂଞ୍ଜ ତଳେ ଦେଖ—ଏହା କାଳପୁରୁଷର ଡାହାଣ ଖୁଆ ମୁଣ୍ଡିରେ ଅବସ୍ଥିତ
୭. ହିନ୍ଦୁ ମତରେ ନୀମ—ପୁନର୍ବସୁ ବା ସୁରମାତା ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—ମିଥୁନରେ୩/୪: , କକଡ଼ାରେ୧/୪: ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରୁ ଦକ୍ଷିଣାକାଶ
ପର୍ଯ୍ୟନ୍ତ ବିସ୍ତୃତ ଧନୁକାକାରରେ ଅବସ୍ଥିତ ୬ଟି ତାରା ଧନୁର ଦକ୍ଷିଣାର୍ଦ୍ଦ ଛାୟାପଥକୁ କାଟିଛି୧ଓ୨,୩ଓ୪ ଚିହ୍ନିତ ତାରା ଉତ୍ତରାକାଶରେ,୫/୬: ଦକ୍ଷିଣାକାଶରେ୩/୪: ଓ ୫/୬: ମଧ୍ୟରେ ଛାୟାପଥ୧ ସୋମ ତାରା,୨ ବିଷ୍ଣତାରା,୩ ପ୍ରତ୍ୟୁଷ, ୪ ସରମା ବା ଶ୍ୱା,୫ (ନାମ ଜଣା ନାହିଁ),୬ ପ୍ରଶ୍ୱା ବା ଲୁବ୍ଧକ ଆକାର ଓ ତାରକା ସଂଖ୍ୟା—ଛଅ ଗୋଟି ତାରା ଏମାନଙ୍କୁ ଯୋଗ କଲେ ଗୋଟିଏ ଶରଯୁକ୍ତ ଧନୁ ପରି ଦେଖା ଯାଏ ଫାଶ୍ଚାତ୍ୟ ନାମ —୧. Castor;୨. Pollux;୩. Gomesia; ୪. Procyon or Mira or Lesser dog-star; ୫. Murzim;୬. Sirius or Dogstar. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —୧. and ୨ in Gemini;୧. Alpha Geminorum;୨. Beta Geminorum; ୩. and ୪ in Canis minoris;୩. Beta Canis minoris;୪. Alpha Canis minoris;୫ and ୬ in canis majoris;୫. Beta canis majoris; ୬. Alpha Canis majoris. କଟପାୟାରେ ଲିଖିତ ସୂଚନା—ଧନୂସାକୃତି ୫ ତାରା ମନ୍ତବ୍ୟ—ଏ ପୂଞ୍ଜରେ ୬ଷ୍ଠ ତାରା (ପ୍ରଶ୍ନ ବା Dogstar)ଉଜ୍ଜଳ— ତମ; ଏହା ଉଜ୍ଜ୍ୱଳ ନୀଳବର୍ଣ୍ଣୋ; ଏଥିରୁ କମ୍ ଉଜ୍ଜ୍ୱଳ ୪ର୍ଥ ତାରା (ଶ୍ୱା ବା Lesser dogstar.)

୮. ହିନ୍ଦୁମତରେ ନାମ—ପୁଷ୍ୟା ବା ଗୁରୁ ଗଠନ ବା ଚିତ୍ର /?/ କେଉଁରାଶିରେ ଅବସ୍ଥିତ—କକଡ଼ାରେ ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ; ତ୍ରିଭୂଜାକାର ୩ଟି କ୍ଷୀଣତାରା ମଧ୍ୟରେ ଦେଖାଯାଉଥିବା ମଧୁଚକ୍ରାକାର ତାରା— ସ୍ତବକ ଏହା କୁଲାଳଚକ୍ରରୂପେ କଳ୍ପିତ ହୋଇ ପାରେ ଆକାର ଓ ତାରକା ସଂଖ୍ୟା—କ୍ଷୀଣ ଧୂମମୟ ତାରାସ୍ତବକ ପାଶ୍ଚାତ୍ୟ ନାମ —The manger or Bee hive; ଲାଟିନ୍ — Praesepe; ଗ୍ରୀକ୍ —Phatne. ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Cancer; Small misty looking cluster enclosed by ୧. Gamma Cancri; ୨. Delta Cancri; ୩. Theta Cancri; Gamma and Delta Cancri are the twin asses and Praesepe is the manger.

କଟପାୟରେ ଲିଖିତ ସୂଚନା—ବାଳକ ଭୂମିରେ ଖଡ଼ିପାଠ ଲେଖି ଲିଭାଇଥିବା ପରି ଦେଖାଯିବା ନକ୍ଷତ୍ର ମନ୍ତବ୍ୟ—ପୌଷ ପୂର୍ଣ୍ଣିମାରେ ଚନ୍ଦ୍ର ଏହି ନକ୍ଷତ୍ରରେ ଅବସ୍ଥାନ କରନ୍ତି ଏ ନକ୍ଷତ୍ରଯୁକ୍ତ ତିଥିରେ ଶ୍ୱେତପୁରୁଣୀ ମୂଳ ଖୋଳିଆଣି ଘରେ ରଖିଲେ ସର୍ପଭୟ ନିବାରିତ ହୁଏ

୯. ହିନ୍ଦୁ ମତରେ ନାମ—ଅଶ୍ଲେଷା ଭୂଜଙ୍ଗ ବା ରାହୁ ଗଠନ ବା ଚିତ୍ର— /?/ କେଉଁ ରାଶିରେ ଅବସ୍ଥିତ—କକଡ଼ାରେ ଆକାଶରେ କେଉଁଠାରେ ଅବସ୍ଥିତ—ମଧ୍ୟାକାଶରେ; ପୁଷ୍ୟାର ଦକ୍ଷିଣରେ ଆକାର ଓ ତାରକା ସଂଖ୍ୟା—ଶ୍ୱାନପୁଚ୍ଛ ବା ବନିଶିକଣ୍ଟା ବା ଏକ ଅଙ୍କ ୧ ଆକୃତିର ପୂର୍ବରୁ ପଶ୍ଚିମ ଆଡ଼କୁ କ୍ରମଶଃ ଅବସ୍ଥିତ ୬ଟି ତାରା ପାଶ୍ଚାତ୍ୟ ନାମ —The Head of Hydra;ଲାଟିନ୍ Caput Hydrae.

ପାଶ୍ଚାତ୍ୟ ରାଶି ଅନୁସାରେ ଜୋତିଷିକ ପରିଚୟ —In Hydra;୧. Theta Hydrae,୨. Zeta Hydrae,୩. Epsilon Hydrae,୪. Delta Hydrae,୫. Sigma Hydrae, ୬. Eat Hydrae.

କଟପାୟାରେ ଲିଖିତ ସୁଚନା—ଶ୍ୱାନପୁଚ୍ଛ ପ୍ରାୟ ଭଙ୍ଗୁରକୃତି ୫ ତାରା (ଏହା ପ୍ରକୃତରେ ୬ତାରା) ମନ୍ତବ୍ୟ—୨ ଚିହ୍ନିତ ତାରା ଏ ନକ୍ଷତ୍ରର ଯୋଗତାରା

୧. ହିନ୍ଦୂମତରେ ନାମ—ମଘା ବା ପିତୃ ଗଠନ ବା ଚିତ୍ର— /?/ କେଉଁ ରାଶିରେ ଅବସ୍ଥିତ—ସିଂହରେ ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ଆକାର ଓ ତାରକା ସଂଖ୍ୟା—ଦାଆ ବା ଲଙ୍ଗଳାକୃତି ବା କଟାରର ଆକୃତିବିଶିଷ୍ଟ ୫ବା୬ତାରା;୧ ଚିହ୍ନିତ ତରା ଯମର ପୁତ୍ର ପାଶ୍ଚାତ୍ୟ ନାମ —The Sickle in Leo ଆରବୀ - Alguba;୧. Regulus. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —Leo;୧. Regulus or Alpha Leonis,୨. Eta Leonis,୩. Gamma Leonis,୪. Zeta Leonis,୫. Mu Leonis. ୬. Epsilon Leonis. କଟପାୟାରେ ଲିଖିତ ସୁଚନା—ଲଙ୍ଗଳ ଆକୃତି ପାଞ୍ଚତାରା (ଲଙ୍ଗଳା କୃତି କଳ୍ପନା କଲେ ୬ ଚିହ୍ନିତ ତାରାକୁ ବାଦ ଦିଆଯିବ)
ମନ୍ତବ୍ୟ—୧ ଚିହ୍ନିତ ତାରା ଉଜ୍ଜ୍ୱଳତମ ବା ଯୋଗତାରା ୩ ଚିହ୍ନିତ ତାରା ଗାଢ଼ ହଳଦିଆ ମାଘ ପୂର୍ଣ୍ଣିମାରେ ଚନ୍ଦ୍ର ଏ ନକ୍ଷତ୍ର ସଙ୍ଗେ ଥାଆନ୍ତି୧ ଚିହ୍ନିତ ତାରାର ଇଂରାଜୀ - ନାମ ରେଗୁଲସ୍ 

୧୧. ହିନ୍ଦୁ ମତରେ ନାମ—ପୂର୍ବଫାଲଗୁନୀ ବା ଯୋନିଭ, ବୈଦିକ ନାମ ଅର୍ଜୁନୀ ଗଠନ ବା ଚିତ୍ର— /?/ କେଉଁ ରାଶିରେ ଅବସ୍ଥିତ—ସିଂହରେ ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ପାଶ୍ଚାତ୍ୟ ନାମ—ଆରବୀ - Alzubra ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —Leo; ୧. Delta Leonis,୨. Theta Leonis. କଟପାୟାରେ ଲିଖିତ ସୂଚନା—ଉତ୍ତର ପଶ୍ଚିମ ହୋଇ ୨ ତାରା (ଖଟ୍ୱାକାର) ମନ୍ତବ୍ୟ—ଏଥିରେ ୨ ଚିହ୍ନିତ ତାରା ଯୋଗତାରା
୧୨. ହିନ୍ଦୁମତରେ ନାମ—ଉତ୍ତରଫାଲ୍ଗୁନୀ ବା ଅର୍ଯ୍ୟମା, ବୈଦିକ ନାମ ଅର୍ଜୁନୀ ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—ସିଂହରେ୧/୪: ; କନ୍ୟାରେ୩/୪: ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ଆକାର ଓ ତାରକା ସଂଖ୍ୟା—ଉତ୍ତର ଦକ୍ଷିଣ ହୋଇ ଅବସ୍ଥିତ ୨ତାରା ଓଡ଼ିଆ ବା ଦେଶୀୟ ନାମ—ଉତ୍ତରାଫାଲଗୁନୀ ପାଶ୍ଚାତ୍ୟ ନାମ—ଆରବୀ - Al Sherfa,୩. Denebola. ପାଶ୍ଚତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —Leo;୧. Denobola; Beta; Leonis,୨. ୯୩ Leonis. କଟପାୟାରେ ଲିଖିତ ସୂଚନା—ଉତ୍ତର ଦକ୍ଷିଣ ହୋଇ ୨ ତାରା; ଶଯ୍ୟାକାର ମନ୍ତବ୍ୟ—ଏହି ତାରା ଦ୍ୱୟ ପୂର୍ବଫାଲଗୁନୀର ପୂର୍ବରେ ଏଥିରେ ଯୋଗ ତାରା୧ ଚିହ୍ନିତ ଦ୍ର—ପୂର୍ବଫାଲଗୁନୀ ଓ ଉତ୍ତରଫାଲଗୁନୀର ତାରା ୪ଟି ଯୋଗ କଲେ ଗୋଟିଏ ଆୟତ କ୍ଷେତ୍ର ଫଗୁଣ ପୂର୍ଣ୍ଣୀମା ଦିନ ଚନ୍ଦ୍ରଏ ନକ୍ଷତ୍ତ୍ରରେ ଥାଆନ୍ତି ପୂର୍ବଫାଲଗୁନୀ ଓ ଉତ୍ତର— ଫାଲ୍ଗୁନୀର ୪ ତାରାର ଇଂ ନାମ The Rectangle.
୧୩. ହିନ୍ଦୁମତରେ ନାମ—ହସ୍ତା ବା କରୀ ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—କନ୍ୟରେ ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣକାଶରେ ମଘାର ଦକ୍ଷିଣ ପୂର୍ବରେ ଆକାର ଓ ତାରକା ସଂଖ୍ୟା—ହାତରେ ୫ଟି ଆଙ୍ଗୁଠିକୁ ଭୂମୀରେ ଟିପ ମାରିବା ଚିହ୍ନ ପରି ଅବସ୍ଥିତ ତାରା ୫ଟି ଓଡ଼ିଆ ବା ଦେଶୀୟ ନାମ—ସୁପର୍ଣ୍ଣ ମଣ୍ଡଳ ବା କରତଳ ପାଶ୍ଚାତ୍ୟନାମ —The Corvus or the Crow ୧. ଆ — Alchiba;୩.ଆ —Algorab. ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Corvus Group;୧. Alpha Corvi;୨. Beta Corvi;୩. Delta Corvi ୪. Gamma Corvi;୫. Epsilon Corvi. କଟପାୟାରେ ଲିଖିତ ସୁଚନା—କରାକୃତି ୫ତାରା ମନ୍ତବ୍ୟ—ଏଥିରେ ଯୋଗ ତାରା୩ ଚିହ୍ନିତ; କେହି କେହି କୁହନ୍ତି ଯେ ଏହି ପୁଞ୍ଜର ଉତ୍ତର ପଶ୍ଚିମରେ ଥିବା ହାତର କହୁଣି ପରି ଅବସ୍ଥିତ ୫ଟା ତାରା ହସ୍ତା ନକ୍ଷତ୍ର କିମ୍ୱା ମତାନ୍ତରେ ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—କନ୍ୟରେ ଆକାଶର କେଉଁଠାରେ ଅବସ୍ଥିତ—ମଧ୍ୟାକାଶରେ ଆକାର ଓ ତାରକା ସଂଖ୍ୟା—କହୁଣିଠାରୁ ସମକୋଣରେ ଭଙ୍ଗା ହୋଇଥିବା ହାତର ଆକୃତିର ୫ତାରା;୧ ଦ୍ରୌପଦୀ ,୪ ଆପ, ୫ଶବରୀ ୫ ଚିହ୍ନିତ ତାରା ଏଥିର ଯୋଗ ତାରା ପାଶ୍ଚାତ୍ୟ ନାମ — ୧. ଆ —Zabi Zaba;୩. ଆ —Rayiwah anwa;୫. ଲା —Vendimia trix.ଏହି ପୂଞ୍ଜର ନାମ ଆରକୀରେ Al anwa ଆଲ୍ ଅନ୍ ବା ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In virgo; ୧. Beta Virginis;୨. Eta Virginis;୩. Gamma Virginis;୪. Delta Virginis;୫. Epsilon Virginis. ମନ୍ତବ୍ୟ—୧ ହଳଦିଆ,୨ ଧଳା,୩ ଧଳା,୪ ନାଲି, ୫ ହଳଦିଆ
୧୪. ହିନ୍ଦୁମତରେ ନାମ—ଚିତ୍ରା ବା ତୃଷ୍ଟା ବା ନାଭିତାରା ଗଠନ ବା ଚିତ୍ର * କେଉଁ ରାଶିରେ ଅବସ୍ଥିତ—କନ୍ୟାରେ ୧/୨: ,ତୁଳରେ୧/୨: ଆକାଶରେ କେଉଁଠାରେ ଅବସ୍ଥିତ—ମଧ୍ୟାକାଶରେ ଆକାର ଓ ତାରକା ସଂଖ୍ୟା—ଗୋଟିଏ ଊଜ୍ଜ୍ୱଳ ତାରା
ପାଶ୍ଚାତ୍ୟ ନାମ—ଇଂ —Spica; ଗ୍ରୀ —Stachys;ଫା —Zera; ଆ —Supei. ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In virgo; Alpha Virginis. କଟପୟାରେ ଲିଖଖିତ ସୂଚନା—ମୁ କ୍ରାପ୍ରାୟ ଉଜ୍ଜ୍ୱଳ ତାରା ମନ୍ତବ୍ୟ—ଏଥର ବର୍ଣ୍ଣ ନୀଳଭଶ୍ୱେତ ଚୈତ୍ର ପୂର୍ଣ୍ଣିମାପେ ଚନ୍ଦ୍ର ଏହି ନକ୍ଷତ୍ରରେ ଆଆନ୍ତି 

୧୫. ହିନ୍ଦୁ ମତରେ ନାମ—ସ୍ୱାତୀ ବା ବାୟୁ ନିଷ୍ଠ୍ୟ ଗଠନ ବା ଚିତ୍ର * କେଉଁ ରାଶିରେ ଅବସ୍ଥିତ—ତୁଳରେ ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ଆକାର ଓ ତାରକ ସଂଖ୍ୟା—ଗୋଟିଏ ରକ୍ତାଭ ତାରା ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ — In Libra; Alpha Bootes. କଟପାୟାରେ ଲିଖିତ ସୂଚନା—କୁଙ୍କୁମ ପ୍ରାୟ ଅରୁମବର୍ଣ୍ଣ ୧ ତାରା ମନ୍ତବ୍ୟ—ସ୍ୱାତିଠାରୁ ଉତ୍ତର ଆଡ଼େ ସପ୍ତର୍ଷି ମଣ୍ଡଳର ଶେଷ ଲାଞ୍ଜ ତାରା ଯେଉଁ ଅବସ୍ଥିତିରେ ଅଛି, ଦକ୍ଷିଣ ଆଡ଼େ ଚିତ୍ରା ମଧ୍ୟ ସେହି— ପରି ଅବସ୍ଥିତ ଚିତ୍ରା ସ୍ୱାତି ଓ ସପ୍ତର୍ଷି ମଣ୍ଡଳର ଶେଷ ଲାଞ୍ଜତାରାକୁ ଯୋଗ କଲେ ଗୋଟିଏ ଚେପଟା ସମଦ୍ୱିବାହୁ ତ୍ରିଭୂଜ ହେବ
୧୬. ହିନ୍ଦୁ ମତରେ ନାମ—ବିଶାଖା ଗଠନ ବା ଚିତ୍ର—୨ /?/ କେଉଁ ରାଶିରେ ଅବସ୍ଥିତ—ତୁଳରେ ୩୪: ବିଛାରେ ୧୪: ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ଚିତ୍ରାର ଦକ୍ଷିଣପୂର୍ବ ଆକାର ଓ ତାରକା ସଂଖ୍ୟା—ଉତ୍ତର ଦକ୍ଷିଣ ହୋଇ ଅବସ୍ଥିତ ୨ଟି ତାରା ପାଶ୍ଚାତ୍ୟ ନାମ—ଆରବୀ - ୧ ଜୁବେନ୍ ଏଲ ଚମେଲି ଆରବୀ - ୨ ଜୁବେନ୍ ଏଲ୍ ଜେନୁବୀ ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Libra; ୧. Alpha Librae; ୨. Beta Librae. କଟପାୟା ଲିଖିତ ସୂଚନା—ତୋରଣ ବା ମାଳାକୃତି ୫ ତାରା ମନ୍ତବ୍ୟ—୧ ତାରା ୨ୟ ତାରାର ଉତ୍ତରରେ ୨ୟ ତାରାଟି ସବୁଜ ବର୍ଣ୍ଣ; ୧ମ ତାରାଟି ରବିମାର୍ଗ (Ecliptic)ର ଉପରେ ଅବସ୍ଥିତ କିମ୍ୱା ମତାନ୍ତରେ ପୂର୍ବୋକ୍ତ ତାରା ଦ୍ୱୟ ଓ ୩୪୫: ଚିହ୍ନିତ ତାରା ଗଠନ ବା ଚିତ୍ର—୨ /?/ ଆକାର ଓ ତାରକା ସଂଖ୍ୟା—କଟପାୟା ମତରେ ତୋରଣାକୃତି ୫ ତାରା ୨ ଚିହ୍ନିତ ତାରା ଏଥିରେ ଯୋଗ ତାରା ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Libra; ୧. Alpha Librae; ୨. Beta Librae; ୩. Delta Librae ୪. Gamma Librae; ୫. Zeta Librae. ମନ୍ତବ୍ୟ—ବୈଶାଖ ପୂର୍ଣ୍ଣିମାରେ ଚନ୍ଦ୍ର ଏହି ନକ୍ଷତ୍ରରେ ଥାଆନ୍ତି ଏହି ବିଶାଖା ଫାଟକର ତାରକା ଦ୍ୱୟର (୧ ଓ ୨ର) ମଧ୍ୟ ଦେଇ ସୂର୍ଯ୍ୟ ଗତି କରନ୍ତି
୧୭. ହିନ୍ଦୂମତରେ ନାମ—ଅନୁରାଧା ବା ମିତ୍ର ଗଠନ ବା ଚିତ୍ର— /?/ କେଉଁ ରାଶିରେ ଅବସ୍ଥିତ—ବିଛାରେ ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ପାଶ୍ଚାତ୍ୟ ନାମ —Scorpion's head. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Libra; ୧. Lambda Librae; In Scropio; ୨. Delta scropii ୩. Omega Scropii; ୪. Nu Scropii; ୫. Beta Scropii, କଟାପାୟାରେ ଲିଖିତ ସୂଚନା—ସର୍ପାକୃତି ୫ ତାରା; ସୂର୍ପ ବା ଜଳଧାରା ବା କଙ୍କଡ଼ା ବିଛାର ମୁଣ୍ଡ ମନ୍ତବ୍ୟ—୪ ଚିହ୍ନି ତାରାର ଦକ୍ଷିଣରେ ଅନ୍ୟ ତାରମାନେ ଅବସ୍ଥିତ ୧ ଓ ୩ ଚିହ୍ନିତ ତାରା ରବିମାର୍ଗ ଉପରେ ଅବସ୍ଥିତ ଏ ପୁଞ୍ଜର ଯୋଗତାରା ୫ ଏ ନକ୍ଷତ୍ର କଙ୍କଡ଼ାବିଛାର ମୁଣ୍ଡ କିମ୍ୱା ମତାନ୍ତରେ ଗଠନ ବା ଚିତ୍ର ଆକାର ଓ ତାରକା ସଂଖ୍ୟା—କଟପାୟା ମତରେ ସର୍ପାକୃତି ୫ ତାରା ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ — In Scropio; ୧. Rho Scropii; ୨. Pi Scropii. ୩. Delta Scorpii; ୪. Omega Scropii; ୫. Beta Scropii କଟାପାୟା ଲିଖିତ ସୂଚନା—କଙ୍କଡ଼ା ବିଛାର ଦୁଇ ଆଡ଼କୁ ନାହୁଡ଼ା ବାହାରି ଥିବା ମୁଣ୍ଡ ମନ୍ତବ୍ୟ—ପୂର୍ବ ବର୍ଣ୍ଣିତ ପୁଞ୍ଜର ୨ୟ ତାରା ଏ ପୁଞ୍ଜର ୩ୟ ତାରା, ପୂର୍ବ ପୁଞ୍ଜର ୩ୟ ତାରା ଏ ପୁଞ୍ଜର ୪ର୍ଥ ତାରା ଓ ପୂର୍ବବର୍ଣ୍ଣିତ ପୁଞ୍ଜର ୫ମ ତାରାଏ ପୁଞ୍ଜର ୫ମ ତାରା ଏଥିରେ ଯୋଗ ତାରା
୫ମ ଚିହ୍ନିତ ତାରା ଏ ନକ୍ଷତ୍ର କଙ୍କଡ଼ା ବିଛାର ମୁଣ୍ଡ ଓ ଦୁଇ ପାଖେ ୨ଟି ନାହୁଡ଼ 

୧୮. ହିନ୍ଦୁମତରେ ନାମ—ଜ୍ୟେଷ୍ଠା ବା ବାସବ ଗଠନ ବା ଚିତ୍ର /?/ କେଉଁ ରାଶିରେ ଅବସ୍ଥିତ—ବିଛାରେ ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ଆକାର ଓ ତାରକା ସଂଖ୍ୟା—ଉତ୍ତରପଶ୍ଚିମରୁ ଦକ୍ଷିଣପୂର୍ବକୁ ଅବସ୍ଥିତ ୩ଟି ତାରା ପାଶ୍ଚାତ୍ୟ ନାମ —Scorpion's body or back. ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Scorpio; ୧. Sigma Scorpii; ୨. Antares or Alpha Scorpii; ୩. Tau Scorpii. କଟାପାୟାରେ ଲିଖିତ ସୂଚନା—ବରାହ ଦନ୍ତପରି ୩ ତାରକା; ସର୍ପାକୃତି ବା କୁଣ୍ଡଳାକୃତି ମନ୍ତବ୍ୟ—ଏଥିରେ ଯୋଗ ତାରା ୨ ଚିହ୍ନିତ ଓ ଏହା ଜଳନ୍ତା ନିଆଁ ବା ଗଙ୍ଗଶିଉଳି ଫୁଲର ଡେମ୍ଫ ପରି ନାଲି ଏ ନକ୍ଷତ୍ର କଙ୍କଡ଼ା ବିଛାର ଦେହ ବା ପିଠିରୂପେ କଳ୍ପିତ ଜ୍ୟେଷ୍ଠ ପୂର୍ଣ୍ଣିମାଦିନ ଚନ୍ଦ୍ର ଏ ନକ୍ଷତ୍ରରେ ଥାଆନ୍ତି
୧୯. ହିନ୍ଦୁ ମତରେ ନାମ—ମୂଳା ଗଠନ ବା ଚିତ୍ର— /?/ କେଉଁ ରାଶିରେ ଅବସ୍ଥିତ—ଧନୂରେ ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ଆକାର ଓ ତାରକା ସଂଖ୍ୟା—କଙ୍କଡ଼ା ବିଛାର ବଙ୍କା ଲାଞ୍ଜରୂପେ କଳ୍ପିତ, ଶଙ୍ଖ ବା ଧନୁର କୋଟିରୂପେ ଅବସ୍ଥିତ ୯ଟି ତାରା ୮ ଚିହ୍ନିତ ଶ୍ୟାମ, ୯ ଚିହ୍ନିତ ଶବକ, ୮ ଓ ୯ ଚିହ୍ନିତଲ ତାରାଦ୍ୱାରା ଯମଙ୍କର ୨ଟି କୁକୁର ବା ସାରମେୟ ଯୁଗଳ ଓଡ଼ିଆ ବା ଦେଶୀୟ ନାମ—ମୃଳା ଶଙ୍ଖ ପାଶ୍ଚାତ୍ୟ ନାମ —Scorpion's tail :୮. ଚିହ୍ନିତ ଲାଟିନ୍ Shoula :୯. ଚିହ୍ନିତ ଲାଟିନ୍ Lesath. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Scorpi— ୧ Epsilon Scorpii, ୨ Mu Scorpii, ୩ Zeta Scorpii, ୪ Eta Scorpii, ୫ Theta Scorpii, ୬ Īota Scorpii, ୭. Kappa Scorpii, ୮ Lambda Scorpii, ୯ Upsilou Scorpii. କଟପାୟରେ ଲିଖିତ ସୂଚନା—ଶଙ୍ଖକୃତି ବା ସିଂହପରୁଚ୍ଛାକୃତି ୯ ତାରା ମନ୍ତବ୍ୟ—ଅନୁରାଧା, ଜ୍ୟେଷ୍ଠା ଓ ମୂଳା ନକ୍ଷତ୍ରର ତାରାମାନଙ୍କୁ କଳ୍ପନାଦ୍ୱାରା ଯୋଗ କଲେ ଲାଞ୍ଜକୁ ଉପରକୁ ଗୁଡ଼ାଇ କରି ଟେକିଥିବା ଗୋଟିଏ କଙ୍କଡ଼ାବିଛା ପରି ହେବ ଏ ବିଛାର ମୁଣ୍ଡ ଅନୃରାଧା, ପିଠି ଜ୍ୟେଷ୍ଠା ଓ ଲାଙ୍ଗୁଡ଼ ମୂଳା /?/ ଅନୁରାଧା ଜ୍ୟେଷ୍ଠା ମୂଳା
୨. ହିନ୍ଦୁ ମତରେ ନାମ—ପୂର୍ବାଷାଢ଼ା ଗଠନ ବା ଚିତ୍ର— /?/ କେଉଁ ରାଶିରେ ଅବସ୍ଥିତ—ଧନୁରେ ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣକାଶରେ ଛାୟାପଥରେ ଅବସ୍ଥିତ ଓ ମୂଳା ଶଙ୍କର ପଶ୍ଚିମରେ ବିଷମ ଚତୁର୍ଭୂଜର ଗୋଟିଏ ବାହୁ ବର୍ଧିତ ଆକାର ଓ ତାରକା ସଂଖ୍ୟା—କୁଲା ବା ସୂର୍ଯ୍ୟ ଆକୃତିଯୁକ୍ତ ୫ ତାରା ୪ ଚିହ୍ନିତ ତାରା ତୁଳସୀ ପାଶ୍ଚାତ୍ୟ ନାମ —୧, ୨, ୩ & ୪ called Archer's bow ୩ ଲାଟିନ୍ N. Kaus, ୪ ଲାଟିନ୍ M. Kaus, ୫ ଲାଟିନ୍ Kaus Australis. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Sagittarius; ୧. Epsilon Sagittarii, ୨. Delta Sagittarii, ୩. Lambda Sagittarii, ୪, Mu Sagittarii ୫. ୪ Sagittarii. କଟାପାୟାରେ ଲିଖିତ ସୂଚନା—ହସ୍ତିଦନ୍ତ ବାସୂର୍ପା କୃତି ୪ ତାରା; ତାହା ହେଲେ ୧ ଚିହ୍ନିତ ତରୀକ ବାଦ୍ ଦେବାକୁ ହେବ
ମନ୍ତବ୍ୟ—ଏଥିରେ ଯୋଗତାରା ୨ ଚିହ୍ନିତ; ଆଷାଢ଼ ପୂର୍ଣ୍ଣିମାରେ ଚନ୍ଦ୍ର ଏହି ନକ୍ଷତ୍ରରେ ଥାଆନ୍ତି 

୨୧. ହିନ୍ଦୁ ମତରେ ନାମ—ଉତ୍ତରାଷାଢ଼ା ବା ବିଶ୍ୱ— /?/ କେଉଁ ରାଶିରେ ଅବସ୍ଥିତ—ଧନୁରେ ୧/୪: ମକରେ ୩ / ୪: ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ଛାୟାପଥର ପୂର୍ବରେ; ବିଷମ ଚତୁର୍ଭଜ ଆକାର ଓ ତାରକା ସଂଖ୍ୟା—କୁଲା ବା ସୃର୍ପ ପରି ୪ ତାରା ପାଶ୍ଚାତ୍ୟ ନାମ —Trapezium in Sagittarius. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Sagittarius-୧ zeta Sagittarii, ୨. sigma Sagittarii, ୩ Omicron Sagittarii, ୪ Pi. Sagittarii. କଟାପାୟାରେ ଲିଖିତ ସୂଚନା—ସୂର୍ପାକୃତି ୯ ତାରା ମନ୍ତବ୍ୟ—ଦ୍ର—ଏଥିରେ ଯୋଗ ତାରା ୨ ଚିହ୍ନିତ; ଏହା ଛାୟାପଥର ପୂର୍ବରେ ମକର ରାଶିରେ ଉତ୍ତରଷାଢ଼ାର ଉତ୍ତସର ଓ ଶ୍ରବଣାର ଉତ୍ତର ପଶ୍ଚିମରେ ଗୋଟିଏ ନୀଳାଭ ଫଜ୍ଜ୍ୱଳ ତାରାର ନାମ ଅଭିଜିତ୍ ଦ୍ର—ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ନକ୍ଷତ୍ରପୁଞ୍ଜଦ୍ୱୟର ୯ଟି ତାରା ମିଳି ଗୋଟିଏ ବଡ଼ କୁଲା ପରି ଦେଖାଯାଏ (ପୂର୍ବାଷାଢ଼ା) /?/ (ଉତ୍ତରାଷାଢ଼ା)
୨୨. ହୁନ୍ଦୁ ମତରେ ନାମ—ଶ୍ରବଣା ବା କେଶବ ଗଠନ ବା ଚିତ୍ର— /?/ କେଉଁ ରାଶିରେ ଅବସ୍ଥିତ—ମକରରେ ଆକାଶରେ କେଉଁଠାରେ ଅବସ୍ଥିତ—ମଧ୍ୟାକାଶରେ ଆକାର ଓ ତାରକା ସଂଖ୍ୟା—ଉତ୍ତର ଦକ୍ଷିଣ ହୋଇ ଅବସ୍ଥିତ ୩ ତାରା, ଏହି ୩ ତାରାକୁ ଯଓଗ କଲେ ଗୋଟିଏ ଶର ହା ଯଷ୍ଟି ହେବ ୧କର୍ଣ୍ଣ, ୨ ବାସୁଦେବ ପାଶ୍ଚାତ୍ୟ ନାମ—୧ ଆ Tarazedd, ୨ Altair, :୩. ଆ Alshain. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Aquilla; ୧ Gamma Aquilae, ୨ Alpha Aquilae, ୩ Beta Aquilae. କଟପାୟାରେ ଲିଖିତ ସୂଚନା—ତ୍ରିଶୂଳ ବା ଶ୍ରାୟକ ବବା ଧନୂଶରାକୃତି ୩ ତାରା ମନ୍ତବ୍ୟ—ଏଥିରେ ଯୋଗତାରା ୨ ଚିହ୍ନିତ ଶ୍ରାବଣ ପୂର୍ଣ୍ଣିମାରେ ଚନ୍ଦ୍ର ଏହି ନକ୍ଷତ୍ର ରହନ୍ତି
୨୩. ହିନ୍ଦୁ ମତରେ ନାମ—ଧନିଷ୍ଠା ବା ଶ୍ରବିଷ୍ଠା ବା ଧନ ଗଠନ ବା ଚିତ୍ର— /?/ କେଉଁ ରାଶିରେ ଅବସ୍ଥିତ—ମକରରେ ୧୨: , କୁମ୍ଭାରେ୧୨: ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣକାଶରେ, ଛାୟାପଥର ପୂର୍ବକୂଳରେ ଓ ଜ୍ୟେଷ୍ଠାର ଉତ୍ତରପୂର୍ବରେ ଆକାର ଓ ତାରକା ସଂଖ୍ୟା—ଡୋର ଲାଗିଥିବା କାଗଜ ଚକୀ (ଘୁଡ଼) ଆକାରର ୫ ତାରା ୧ ବସୁଦେବ, ୨ ରତ୍ନପୁରୀ ପାଶ୍ଚାତ୍ୟ ନାମ —The kite, ୧ Sadalacin, ୪ Rotaner. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Delphinus; ୧ Alpha Delphini, ୨ Gamma Delphini, ୩ Delta Delphini. ୪ Beta Delphini, ୫ Epsilon Delphini. କଟପାୟାରେ ଲିଖିତ ସୂଚନା—ମର୍ଦ୍ଦଳାକାର ୫ ତାରା ମନ୍ତବ୍ୟ—ଏଥିରେ ଯୋଗତାରା ୧ ଚିହ୍ନିତ
୨୪. ହିନ୍ଦୁ ମତରେ ନାମ—ଶତଭିଷା ବା ଶତତାରକା— କେଉଁ ରାଶିରେ ଅବସ୍ଥିର—କୁମ୍ଭରେ ଆକାର ଓ ତାରକା ସଂଖ୍ୟା—ମୁକ୍ତାହାର ଛିଣ୍ଡି ଯାଇ ଶେଯରେ ବୁଣି ହୋଇଯିବା ପରି ଇତସ୍ତତଃ ବିକ୍ଷିପ୍ତ ୭ଟି ଉଜ୍ୱଳ ତାରା ୧ ଗାନ୍ଧାରୀ, ୨ ଧୃତରାଷ୍ଟ୍ର, ୩ ବିଦୁର, ୬ ଦୁର୍ଯ୍ୟୋଧନ
ପାଶ୍ଚାତ୍ୟ ନାମ—୧ ଆରବୀ. Sadal sud; :୨. ଆରବୀ. Sadal Milik; :୩. ଆରବୀ. Sadal Chiba; :୭. ଆରବୀ. Ancha. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Aquarius; ୧ Beta Aquarii, ୨ Alpha Aquarii, ୩ Gamma Aquarii, ୪ Zeta Aquarii, ୫ Eta Aquarii, ୬ Lambda Aquarii, ୭ Theta Aquarii. କଟପାୟାରେ ଲିଖିତ ସୁଚନା—ମଣ୍ଡଳକାର ବା ସୁକ୍ତହାର ପରି ଶତ ତାରକା ମନ୍ତବ୍ୟ—(ବାମ ପାଖରୁ ସଂଖ୍ୟାର ଗଣନା ଆରମ୍ଭ କରି ଡାହାଣପାଖରେ ୭ ସଂଖ୍ୟା ଶେଷ କରାଯିବା) ଏଥିରେ ଯୋଗତାରା ୩ ସଂଖ୍ୟକ ତାରା; ଏ ନକ୍ଷତ୍ର କୁମ୍ଭରାଶିସ୍ଥିତ ଶତାଧିକ ଇତସ୍ତତଃ ବିଛିନ୍ନ କ୍ଷୁଦ୍ର ତାରାମାନଙ୍କର ସମାହାର 

୨୫. ହିନ୍ଦୁ ମତରେ ନାମ—ପୂର୍ବାଭାଦ୍ରପଦ ୧ ଉତ୍ତର ଗଠନ ବା ଚିହ୍ନ— /?/ ୨ ଦକ୍ଷିଣ କେଉଁ ରାଶିରେ ଅବସ୍ଥିତ—କୁମ୍ଭରେ ୩ ୪: ; ମୀନରେ ୧୪: ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରକାଶରେ, ୨ଟି ଖଟ କୁରାର ଚିହ୍ନ ୨ଟି ଉଜ୍ଜ୍ୱଳ ତାରା ଓଡ଼ିଆ ବା ଦେଶୀୟ ନାମ—ପୂର୍ବଭାଦ୍ରବ ପାଶ୍ଚାତ୍ୟ ନାମ —୧ Scheat, ୨ Markab. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Pegassus; ୧ Beta Pegasii, ୨ Alpha Pegasai କଟପାୟାରେ ଲିଖିତ ସୂଚନା—ଘଣ୍ଟା ବା ଭାର ଆକୃତିର ୨ଟି ତାରା ମନ୍ତବ୍ୟ—ଭାଦ୍ର ପୂର୍ଣ୍ଣିମାରେ ଚନ୍ଦ୍ର ଏହି ନକ୍ଷତ୍ରରେ ଥାଆନ୍ତି
୨୬. ହିନ୍ଦୁ ମତରେ ନାମ—ଉତ୍ତରଭାଦ୍ର ପଦ— ଗଠନ ବା ଚିତ୍ର /?/ ଉତ୍ତର ଦକ୍ଷିଣ କେଉଁ ରାଶିରେ ଅବସ୍ଥିତ—ମୀନରେ ଆକାଶର କେଉଁଠାରେ ଅବସ୍ଥିତ—ପୂର୍ବଭାଦ୍ରପଦର ପୂର୍ବରେ ଉତ୍ତରାକାଶରେ; ୨ଟି ଖଟଖୁରା ପରି ୨ଟି ଉଜ୍ଜ୍ୱଳ ତାରା ଓଡ଼ିଆ ବା ଦେଶୀୟ ନାମ—ଉତ୍ତରଭାଦ୍ରବ ୨ ଚିହ୍ନିତ ତାରାର ନାମ ସଂସ୍କୃତ ଗୋପଦ ପାଶ୍ଚାତ୍ୟ ନାମ—୧ ଆରବୀ. Alpheratz; :୨. ଆରବୀ. Algenib. Note-The ୪ stars of Pūrba Bhādra pada and Uttara Bhādrapada are called the Square Pegassus. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ — ୧. In Andromeda; Alpha Andromedae. ୨. In Pegassus; Gamma Pehasii. କଟପାୟା ଲିଖିତ ସୂଚନା—ଦୁଇଟି ନରମସ୍ତକ ବା ଭାର ଆକୃତିର ୨ ତାରା ମନ୍ତବ୍ୟ—କେବେ କେବେ ଭାଦ୍ର ପୂର୍ଣ୍ଣିମାରେ ଚନ୍ଦ୍ର ଓ ନକ୍ଷତ୍ରରେ ରହନ୍ତି ପୂର୍ବଭାଦ୍ରପଦ ଓ ଉତ୍ତର ଭାଦ୍ରପଦର ୪ଟି ଯାକ ନକ୍ଷତ୍ର ପ୍ରାୟ ବର୍ଗକ୍ଷେତ୍ରକାର ଖଟର ୪ଟି ଖୂଚୁରା ଭୂମିରେ ପଡ଼ିଥିବା ଚିହ୍ନ ପରି ଦେଖା ଯାଏ ଏ ୪ଟି ତାରାକୁ ଯୋଗ କଲେ ଅଂଶତଃ ଗୋଟିଏ ସମଚତୁର୍ଭୂଜ ପରି ଦେଖାଯାଏ /?/ପୂର୍ବ ଭାଦ୍ରପଦର ୨ ତାରା ଉତ୍ତର ଭାଦ୍ରପଦର ୨ ତାରା
୨୭. ହିନ୍ଦୁ ମତରେ ନାମ—ରେବତୀ ଗଠନ ବା ଚିତ୍ର—/?/ କେଉଁ ରାଶିରେ ଅବସ୍ଥିତ—ମୀନାରେ ଆକାଶରେ କେଉଁଠାରେଲ ଅବସ୍ଥିତ—ଉତ୍ତରାକାଶରେ; ଉତ୍ତର ଭାଦ୍ରପଦର ପୂର୍ବରେ ଆଖିକୁ ଦେଖାଯିବା ମତ୍ସ୍ୟାକୃତ ବା ଓଲଟା ଦେଉଳ ଆକୃତିର ୧୩:ଟି ତାରା ଆକାର ଓ ତାରକା ସଂଖ୍ୟା—ମତ୍ସ୍ୟାକାର ୧୩: ତାରା ପାଶ୍ଚାତ୍ୟ ନାମ— ଗ୍ରୀକ. Mirach ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ — ୯ stars in Andromeda and ୪ in Piscis Australis; ୧ Nu Andromedae; ୨ Mu Andromedae; Beta Andromedae; ୪. ୮୨ Piscis Australis; ୫. Eqsilon Piscis Australis; ୬. Lambda Piscis Australis; ୭. Psi Piscis Australis; ୮. Zeta Andromedae; ୯. Epsilon Andromedae; ୧୦. Delta Andromedae; ୧୧. Pi Andromedae; ୧୨. Singma Andromedae; ୧୩. Rheta Andromedae. କଟପାୟାରେ ଲିଖିତ ସୂଚନା—ମୃଦଙ୍ଗ ବା ମତ୍ସ୍ୟକୃତି ୩୨: ତାରା ମନ୍ତବ୍ୟ—ଏ ତାରାମାନ ସଂଖ୍ୟାରେ ୩୨: ଥିଲେ ମଧ୍ୟ ଖାଲି ଆଖିକୁ ୧୩:ଟି ସ୍ପଷ୍ଟ ଦେଖା ଯାଆନ୍ତି ଏଥିରେ ଯୋଗ ତାରା ୩ ଚିହ୍ନିତ


୨୮. ହିନ୍ଦୁ ମତରେ ନାମ—ଅଭିଜିତ୍ ଗଠନ ବା ଚିତ୍ର— * କେଉଁ ରାଶିରେ ଅବସ୍ଥିତ—ମକର ରାଶିରେ ଆକାଶରେ କେଉଁଠାରେଲ ଅବସ୍ଥିତ—ଉତ୍ତରାକାଶରେ ଶ୍ରବଣାର ଉତ୍ତରପଶ୍ଚିମ କୋଣରେ ଆକାର ଓ ତାରକା ସଂଖ୍ୟା—ନୀଳ ଓ ଉଜ୍ଜ୍ୱଳ ଗୋଟିଏ ତାରା ପାଶ୍ଚାତ୍ୟ ନାମ—Vega. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ — In Lyre; Alpha Lyra. ମନ୍ତବ୍ୟକ—ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭: ନଷତ୍ର ମଧ୍ୟରେ ଚାନ୍ଦ୍ରମାନେ ସାମକୁ ବାଣ୍ଟଲାବେଳକୁ କିଛି ନଅଣ୍ଟ ଦେଖା ଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଏହାକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି ଅଭିଜିତ୍ ଧନିଷ୍ଠା ନକ୍ଷତ୍ରର ଘଡ଼ିର ଲାଞ୍ଜ ଦିଗରେ ଅବସ୍ଥିତ ସୌର ଜଗତ୍ ଏହି ତାରା ଆଡ଼କୁ ଗତି କରୁ ଅଛି ବୋଲି ପାଶ୍ଚାତ୍ୟ ପଣ୍ଡିତମାନେ କହନ୍ତି ବହୁ ସହସ୍ର ବର୍ଷ ପୂର୍ବେ ଏହି ତାରା pole star ବାଧ୍ରବତାର ଥିବାର ପଣ୍ଡିତମାନେ ନିର୍ଣ୍ଣୟ କରନ୍ତି

[ଦ୍ରଷ୍ଟବ୍ୟ —ଏହି ୨୮:ଟି ନକ୍ଷତ୍ର ବା ତାରାପୁଞ୍ଜ ଛଡ଼ା ଆଉ ଅନେକ— ଗୁଡ଼ିଏ ଉଜ୍ଜ୍ୱଳ ନକ୍ଷତ୍ର ବା ତାରକା ଆକାଶରେ ଦେଖା ଯାଆନ୍ତି ହିନ୍ଦୁ ଜ୍ୟୋତିଶିମାନେ ତହିଁରୁ କେତେଗୁଡ଼ିଏ ମାନକରଣ କରି ଅଛନ୍ତି ପାଶ୍ଚାତ୍ୟମାନେ ଅପେକ୍ଷାକୃତ ଅଧିକ ସଂଖ୍ୟକ ନକ୍ଷତ୍ର ଓ ନକ୍ଷତ୍ରପୁଞ୍ଜମାନଙ୍କ ମାନକରଣ କରିଇଛନ୍ତି]

୨୯. ହିନ୍ଦୁମତରେ ନାମ—(ବଡ଼) ସପ୍ତର୍ଷିମଣ୍ଡଳ ବା ପିତୃଗଣ ବା ଚିତ୍ରଶିଖଣ୍ଡୀ (ଋଗ୍ୱେଦରେ ଏହାଙ୍କ ଋକ୍ଷମଣ୍ଡଳ ବୋଲାଯାଇ ଅଛି) /?/ ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରକାଶରେ ଧୁବତାରାକୁ କେନ୍ଦ୍ର କରି ତା ଚାରିପାଖରେ କିଛଦୁର ଛଡ଼ାଇ ଘୂରିଥିବା ୭ଟି ଉଜ୍ଜ୍ୱଳ ତାରା— ୧ କେତୁ, ୨ ପୁଲହ, ୩ ପୁଲସ୍ତ୍ୟ, ୪ ଅକ୍ରି, ୫ ଅଙ୍ଗିରା, ୬ ବଶିଷ୍ଟ, ୭ ମରୀଚ ଆକାର ଓ ତାରକା ସଂଖ୍ୟା—ଏ ତାରା ୭ଟିକୁ ଯୋଗ କଲେ ଗୋଟିଏ ବେଣ୍ଟଲଗା କରଚୂଲି ପରି ହେବ ଓଡ଼ିଆ ବା ଦେଶୀୟ ନାମ—ଓଡ଼ିଆ ସାତଭାଇୟା, ହିନ୍ଦି, ଖଟୋଲା ପାଶ୍ଚାତ୍ୟ ନାମ —The Great Bear; the plough; charle's wainl; the waggon; the Butcher's cleaver; ୧ Dubhe; ୨. Merak; ୩, phecda; ୪. Megrez; ୫ Alioth; ୬. Mizar; ୭. Alkaid or. Benatansch. ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Ursa Major; ୧ Alphaj Ursae Majoris; ୨. Beta Ursae Majoris; ୩. Bamma Ursae Majoris; ୪. Delta Ursae Majoris; ୫. Epsilon Ursae Majoris; ୬. Zeta Ursae Majoris; ୭. Eta Ursae Majoris. ମନ୍ତବ୍ୟ—୧ ୨: ଚିହ୍ନିତ ତାରାକୁ ଯୋଗ କରି ଉକ୍ତ ରୋଖାକୁ ୨ ଚିହ୍ନିତ ତାରା ଆଡ଼କୁ ଆଗକୁ ବଢ଼ାଇଲେ ଉକ୍ତ ରେଖା ଧ୍ରୁବତାରା ପାଖ ଦେଇଯିବ ଏ ଦୁଇ ତାରାକୁ The Pointers (ଧ୍ରୁବତାରାର ପ୍ରଦର୍ଶକ ବା ଧ୍ରୁବଦର୍ଶ୍କ) ବୋଲାଯାଏ ୬ଷ୍ଠି ତାରା ପାଖେ ଗୋଟିଏ ଅତି ଛୋଟ ତାରା ଅଛି, ତାକୁ ବଶିଷ୍ଟଙ୍କ ପତ୍ନୀ ଅରୁନ୍ଧତୀ (ଆରବୀ, Alcor; ଫାରସୀ. Saidak; ଗ୍ରୀକ୍. ୮୦ Ursae Majoris) କହନ୍ତି ଏ ୭ ତାରା ବବା ସପ୍ତର୍ଷିମଣ୍ଢଳ ୮ଷ୍ଠ ତାରା ପାଖେ ଥିବା ବଶିଷ୍ଠପତ୍ନୀ ଅରୁନ୍ଧତୀ ଛଡ଼ା ଆଉ ୬ଜଣ ଋଷିପତ୍ନୀ କୃତ୍ତକାପୁଞ୍ଜରେ ଅବସ୍ଥିତ ୪ର୍ଥ ତାରା ଏ ପୁଞ୍ଜରେ କ୍ଷୀଣତମ ତାରକା ସପ୍ତର୍ଷିମଣ୍ଡଳ ଉଲ୍ଲେଖ ଭାଗବତ ୯ମ ସ୍କନ୍ଧ ୧୪: ଶ୍ଳୋକରେ ଅଛି
୩. ହିନ୍ଦୁ ମତରେ ନାମ—ଅରୁନ୍ଧତୀ ଗଠନ ବା ଚିତ୍ର— * ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରଆକାଶରେ ସପ୍ତର୍ଷିମଣ୍ଡଳର ଲାଞ୍ଜରେଲ ଶେଷ ମୁଣ୍ଡ ତାରକାକୁ ଛାଡ଼ି ଗୋଟିଏ ତାରା (୬ଷ୍ଠ ତାରା) ନିକଟରେ ଥିବା କ୍ଷୁଦ୍ର ତାରା ଆକାର ଓ ତାରକା ସଂଖ୍ୟା—ଗୋଟିଏ କ୍ଷୁଦ୍ର ତାରା ପାଶ୍ଚତ୍ୟ ନାମ—ଆରବୀ. Alcor; ଫରାସୀ. Saidak. ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ — Iu Ursa Major; ୮୦ Ursae majoris. ମନ୍ତବ୍ୟ—ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ମରିବାର ୬ମାସ ପୂର୍ବରୁ ଏ ତାରା ମନୁଷ୍ୟର ଆଖିକୁ ଦେଖଆ ଯାଏ ନହିଁ ଏଥିସମ୍ୱନ୍ଧେ ଶାସ୍ତ୍ରବଚନ ଯଥା— ଦୀପନିର୍ବାଣଗନ୍ଧଂ ଚତ ସହୁଦାକ୍ୟ ମରୁନ୍ଧତୀ, ନ ଜିଘ୍ରନ୍ତି ନ ଶୁଣନ୍ତି ନ ପଶ୍ୟନ୍ତି ଗତାୟୁଷଃ ଫଳତ ଏ ନକ୍ଷତ୍ରଟି ଅତି କ୍ଷୁଦ୍ର ଥିବାରୁ କ୍ଷୀଣଦୃଷ୍ଟି ବ୍ୟକ୍ତିଙ୍କୁ ଏହା ଦେଖାଯାଏ ନାହିଁ ପୁରାଣରେ ଅଛି ଯେ ସପ୍ତର୍ଷିଙ୍କ ପତ୍ନୀମାନଙ୍କୁ ଇନ୍ଦ୍ର ପ୍ରୋଲଭନ ଦେଖାଇବାରୁ ବଶିଷ୍ଠପତ୍ନୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ୬ ଜଣଙ୍କ ମନ ବିଚଳିତ ହେଲା ସପ୍ତର୍ଷିମାନେ ଏ କଥା ଜାଣିପାରି ଅବିଚଳିତା ଅରୁନ୍ଧତୀ ବଶିଷ୍ଠଙ୍କ ପାଖେ ସ୍ଥାନ ଦେଲେ, ବାକି ବାଜି ୬ଜଣଙ୍କୁ ନିଜନିଜ ପାଖରୁ ତଡ଼ିଦେଲେ ଓ ସାମେନେ ଯାଇ କୃତ୍ତକାପୁଞ୍ଜ (ହିନ୍ଦୁଜ୍ୟୋତିଷର ୩ୟ ନକ୍ଷତ୍ର)ରେ ରହିଲେ ଅରୁନ୍ଧତୀ ପତିବ୍ରତା ନାରୀର ଆଦର୍ଶ ଏଥିପାଇଁ ବିବାହିତ ଦମ୍ପତ୍ତି ପାଣିଗ୍ରହଣବିଧି ଶେଷେରେ ସାଙ୍ଗ ହୋଇ ବିଶିଷ୍ଟ ଓ ଅରୁନ୍ଧତୀ ନକ୍ଷତ୍ରଦ୍ୱୟଙ୍କୁ ଦର୍ଶନ କରିବାର ବିଧି ଅଛି
୩୧. ହିନ୍ଦୁମତରେ ନାମ—ଧ୍ରୁବତାରା ବା ସୌମ୍ୟଧ୍ରୁବ ବା ଶିଶୁମାର ପୁଛ ଗଠନ ରବା ଚିତ୍ର— *
ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ମଧ୍ୟଭାଗରେ ଚକ୍ରବାଳର କିଛି ଉପରେ ଅବସ୍ଥିତ ସ୍ଥିର ଓ ଅଚଳ ଉଜ୍ଜ୍ୱଳ ତାରା ଏହା ଧ୍ରୂବ ମଣ୍ଡଳର ବା ଶିଶୁମାର ପୁଞ୍ଜର ପୁଚ୍ଛତାରା ଆକାର ଓ ତାରକା ସଂଖ୍ୟା—ଗୋଟିଏ ଉଜ୍ଜ୍ୱଳ ତାରା ଓଡ଼ିଆ ବା ଦେଶୀୟ ନାମ—ଧ୍ରୁବ ପାଶ୍ଚାତ୍ୟ ନାମ —North pole star; The Polaris ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Ursa Minor; Alpha Ursae Minoris. ମନ୍ୟବ୍ୟ—ସବୁ ନକ୍ଷତ୍ର ମଧ୍ୟରେ କେବଳ ଏହି ଧ୍ରୁବତାରା ସ୍ଥିର ଓ ଅଚଳ ଆକାଶମଣ୍ଡଳର ଅନ୍ୟ ସମସ୍ତ ତାରା ଧ୍ରୁବକୁ କେନ୍ଦ୍ର କରି ପୂର୍ବରୁ ପଶ୍ଚିମକୁ ବେଙ୍ଗଳା ପରି ଘୂରୁଛନ୍ତି ଭାଗବତ ୪ର୍ଥ ସ୍କନ୍ଧ ୧୯ ୨୨ଶ ଅଧ୍ୟାୟରେ ଏ ତାରାର ବିଷୟ ଲେଖାଅଛି ଏ ତାରା ଅପେକ୍ଷାକୃତ ନିଶ୍ଚଳ ଥିଲେ ମଧ୍ୟ ଏହାର ଗତି ଅଛି ଏ ପୃଥିବୀର ମେରୁଦଣ୍ଡର ବୃତ୍ତାକାର ଗତି ସଙ୍ଗେ ବୁଲି ବୁଲି ୨୮: ବର୍ଷରେ ଉତ୍ତରାକାଶରେ ଗୋଟିଏ ବୃତ୍ତ ଅଙ୍କିତ କରେ ଏ ତାରା ପୃଥିବୀର ଉତ୍ତର ମେରୁର ଠିକ୍ ମୁଣ୍ଡ ଉପରେ ଅବସ୍ଥିତ ଉତ୍ତର ମେରୁବାସୀ ଲୋକଙ୍କୁ ଏ ତାରା ମୁଣ୍ଡ ଉପରେ ଦେଖାଯାଏ ଭଗବାନ୍ ଭକ୍ତ ଧ୍ରୁବଙ୍କ ତପସ୍ୟାରେ ପ୍ରୀତ ହୋଇ ତାଙ୍କୁ ଏ ସ୍ଥାନ ଦେଇଥିଲେ ଏହି ତାରାକୁ ଲକ୍ଷ୍ୟ କରି ଉତ୍ତର ଦିଗ ନିର୍ଣ୍ଣୟ କରି ରାତ୍ରିରେ ପଥ— ଭ୍ରାନ୍ତ ପଥିକ ଓ ନାବିକମାନେ ବାଟ ଠଉରାନ୍ତି 

୩୨. ହିନ୍ଦୁମତରେ ନାମ—(ଛୋଟ) ସପ୍ତର୍ଷିମଣ୍ଡଳ ଶିଶୁମାରମଣ୍ଡଳ; ଧ୍ରୁବାମଣ୍ଡଳ; ଧ୍ରୁବପୁଞ୍ଜ /?/

ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରରାକାଶରେ ଆକାର ଓ ତାରକା ସଂଖ୍ୟା—ବଡ଼ ସପ୍ତର୍ଷିମଣ୍ଡଳର ବିପରୀତ ଦିଗରେ ସପ୍ତର୍ଷିମଣ୍ଡଳପରି ଅବସ୍ଥିତ ୭ଟି ତାରା—୧ ପ୍ଳବଙ୍ଗ ବା ଉତ୍ତାନପାଦ, ୨ ସୁରୁଚି, ୪ ପ୍ରଜାପତି ଶିଶୁମାର, ୬ ସୁନୀତି, ୭ ଧ୍ରୁବ ପାଶ୍ଚାତ୍ୟ ନାମ—ଲା. Ursa Minoris; ଇଂ . The Little or Lesser Bear; ଆରବୀ - Arkas; ଏ ପୁଞ୍ଜର ଅନ୍ୟ ଇଂରାଜୀ - ନାମ The circumpolar stars; :୧. ଆରବୀ Kochab; :୨. ଆରବୀ Pherkad; :୭. ଲାଟିନ୍ Polaris. ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Ursae Minor; ୧. Beta Ursae Minoris; ୨. Gauma Ursae Minoris; ୩. Eta Ursae Minoris; ୪. Zeta Ursae Minoris; ୫. Epsilon Ursae Minoris; ୬. Delta Ursae Minoris; ୭. Alpha Ursae Minoris.

ପୁରାଣ ଲିଖିତ ସୂଚନା—ଭାଗବତ ୪ ର୍ଥ, ୯ମ ଓ ୫ମ ସ୍କନ୍ଧରେ ଧ୍ରୁବ ନକ୍ଷତ୍ର ଓ ଶିଶୁମାରଣ୍ଡଳର ବର୍ଣ୍ଣନା ଅଛି

ମନ୍ତବ୍ୟ—ଶିଶୁମାର ଧ୍ରୁବଙ୍କ ଶ୍ୱଶୁର ଏହାଙ୍କ କନ୍ୟା ଭ୍ରମିଙ୍କୁ ଧ୍ରୁବ ବିବାହ କରିଥିଲେ ବଡ଼ ସପ୍ତର୍ଷି ମଣ୍ଡଳରେ ଲାଞ୍ଜଆଡ଼େ ଏ ଧ୍ରୁବମଣ୍ଡଳର ମୁଣ୍ଡପାଖ ଏବଂ ଏହାର ଲାଞ୍ଜଆଡ଼େ ବଡ଼ ସପ୍ତର୍ଷି— ମଣ୍ଡଳର ମୁଣ୍ଡପାଖ ଏ ମଣ୍ଡଳର ଲାଞ୍ଜତାରା ଧ୍ରୁବ ସର୍ବୋଜ୍ଜ୍ୱଳ ଏ ମଣ୍ଡଳର ୧ ୨: ଚିହ୍ନିତ ତାରା ଉଜ୍ଜ୍ୱଳ ବାକି ୪ଟି ତାରା ଉଜ୍ଜ୍ୱଳ ନୁହନ୍ତି ଓ ନିର୍ମଳାକାଶ ନ ହେଲେ ଦେଖା ପଡ଼ନ୍ତି ନାହିଁ ଏ ପୁଞ୍ଜର ୧ ୨: ତାରା ଓ ବଡ଼ ସପ୍ତର୍ଷିମଣ୍ଡଳର ୬ଷ୍ଠ ତାରାର ମଝିରେ ଗୋଟିଏ ଅନୁଜ୍ଜ୍ୱଳ ତାରା ଅଛି ଏହି ତାରା ଏବଂ ଧ୍ରୁବପୁଞ୍ଜକୁ ମିଶାଇ ଗାର ଟାଣିଲେ ଗୋଟି ମାଛ ଆକାରେ ଦେଖାଯାଏ ଏ ମାଛ ଆକୃତିକୁ 'ଧ୍ରୁବମତ୍ସ୍ୟ' କହନ୍ତି

୩୩. ହିନ୍ଦୁମତରେ ନାମ—ଧ୍ରୁବମତ୍ସ୍ୟ

ଗଠନ ବା ଚିତ୍ର /?/

ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ଆକାର ଓ ତାରକା ସଂଖ୍ୟା—ଧ୍ରୁବପୁଞ୍ଜର ୭ଟି ତାରା ଉକ୍ତ ପୁଞ୍ଜର ୧ ଓ୨: ଚିହ୍ନିତ ତାରାଦ୍ୱୟର ମୁଣ୍ଡ ଉପରେ ଥିବା ଗୋଟିଏ ତାରା, ଏରୂପେ ୮ ତାରା ୧ ଓ ୨ ଚିହ୍ନିତ ତାରାଦ୍ୱୟର ମୁଣ୍ଡ ଉପରେ ଥିବା ତାରାର ସଂସ୍କୃତ ନାମ ଯମ

ପାଶ୍ଚାତ୍ୟ ନାମ—୧ ଠାରୁ ୭ ଚିହ୍ନିତ ତାରାଧ୍ରୁବପୁଞ୍ଜର ୭ ତାରା; ୮ମ ତାରାର ସଂସ୍କୃତ - ନାମ ଯମ; ଗ୍ରୀକ୍ —Thuban; ଆରବୀ —Restaban ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —All the sevan stars of Ursa Minor and the star Alpha Draconis which is the head-star of Dhrubamatsya.

ମନ୍ତବ୍ୟ—୮ମ ତାରାଟି ଧ୍ରୁବ ମତ୍ସ୍ୟର ଥଣ୍ଟ ତାରା ଜ୍ୟୋତିଷିମାନେ କହନ୍ତି ଯେ ୫ ବର୍ଷ ପୂର୍ବେ ଏହି ତାରାଟି ଧ୍ରୁବ ତାରାର ସ୍ଥାନ ଅଧିକାର କରିଥିଲା

୩୪. ହିନ୍ଦୁ ମତରେ ନାମ—କାଶ୍ୟପୀୟ ମଣ୍ଡଳ

ଗଠନ ବା ଚିତ୍ର —/?/

ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ବଡ଼ ସପ୍ତର୍ଷି ମଣ୍ଡଳ ଦକ୍ଷିଣକୁ ଥିବା ୫ ତାରା ଏ ୫ ତାରାକୁ ଯୋଗ କଲେ ଇଂରାଜି W (ଡବଲ୍ୟୁ) ପରି ଅକ୍ଷର ଦେଖାଯିବା ୧. ଜମଦଗ୍ରି,

୨ ଗୋତମ, ୩. ବଶିଷ୍ଠ, ୪. ଅତ୍ରି, ୫. କଶ୍ୟପ ଏହି ତାରାପୁଞ୍ଜ ପାଖରେ ଆଉ ଦୁଇଟି ତାରାଙ୍କୁ ବିଶ୍ୱାମିତ୍ର ଓ ଭରଦ୍ୱାଜ ବୋଲା— ଯାଏ 

ପାଶ୍ଚାତ୍ୟ ନାମ—ଇଂ . Lady's chair or The lady in her throne; ୧ Caph, ୨ Schedar.

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In group Cassiopea; ୧ Beta cassiopeiæ, ୨ Alpha cassiopeiæ, ୩ Gamma Cassiopeiæ, ୪ Delta Cassiopeiæ, ୫ Epsilon Cassiopeiæ.

ପୁରାଣ ଲିଖିତ ସୂଚନା—ଭାଗବତ ୮ମ ସ୍କନ୍ଧ ୧୩ଶ ଅଧ୍ୟାୟରେ ଏ ପୁଞ୍ଜରେ ୭ଟି ଋଷି ଥିବାର ଉଲ୍ଲେଖ ଅଛି

ମନ୍ତବ୍ୟ—ଧ୍ରୁବତାରା ସଙ୍ଗେ ସପ୍ତର୍ଷି ମଣ୍ଡଳର ୫ମ ତାରାକୁ ଯୋଗ କରି ଉକ୍ତ ରେଖାକୁ ଦକ୍ଷିଣ ଆଡ଼କୁ ବଢ଼ାଇଲେ ଉକ୍ତ ବର୍ଦ୍ଧିତ ରେଖା ଏ କାଶ୍ୟପୀୟ ପୁଞ୍ଜକୁ ଭେଦ କରିବ ଏ ପୁଞ୍ଜର ୫ମ ତାରା ଧ୍ରୁବ ତାରାର ନିକଟତମ ତାରା

୩୫. ହିନ୍ଦୁ ମତରେ ନାମ—ବ୍ରହ୍ମ କଟାହ ବା ବ୍ରହ୍ମ ମଣ୍ଡ଼ଳ /?/

ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରାକାଶର କୃତ୍ତିକା ପୁଞ୍ଜର ଉତ୍ତରପୂର୍ବରେ ପୂର୍ବ ଆଡ଼କୁ ଅଣେଇ ହୋଇଥିବା କଟାହ ବା ହାଣ୍ଡି ପରି ୫ଟି ଉଜ୍ଜ୍ୱଳ ତାରା ଓ ହାଣ୍ଡିର ଫନ୍ଦ ଉପରକୁ ଅଣକର ବେଣ୍ଟ ପରି ବାହାରିଥିବା ୨ଟି ଅନୁଜ୍ଜ୍ୱଳ ତାରା

ଓଡ଼ିଆ ବା ସଂସ୍କୃତ ନାମ—୧. ବ୍ରହ୍ମା ବା ବ୍ରହ୍ମ ହୃଦୟ, ୨. ପ୍ରଜାପତି ବା ଉରଃ, ୪. ଅଗ୍ନି, ୭. ରାମବାଣ

ପାଶ୍ଚାତ୍ୟ ନାମ— ୧. ଗ୍ରୀକ୍ Aige Cappella; ଆରବୀ Alajoth, ୨. Menkalinnan, ୪ Nath, ୬ and ୭ The kids.

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Auriga; ୧ Alpha Aurigae, ୨ Beta Aurigae, ୩ Theta Aurigae, ୪ Beta Touri, ୫ Iota Aurigae, ୬ Eta Aurigae, ୭ Zeta Aurigae.

ମନ୍ତବ୍ୟ—ଏ ପୁଞ୍ଜର ୧ମ ତାରା ଛାୟା ପଥର ଉତ୍ତର କୂଳରେ; ଏଥର ୨ୟ ତାରା ପ୍ରଜାପତି ବା ଉରଃ; ୪ର୍ଥ ତାରା ଅଗ୍ନି; ଏହା ଉତ୍ତରାକାଶରେ ଆକାଶଗଙ୍ଗାର ଉଜ୍ଜ୍ୱଳତାରା ୧ମ ତାରା ବ୍ରହ୍ମା ବା ବ୍ରହ୍ମ ହୃଦୟ ଅଗ୍ନି ତାରାର ଦକ୍ଷିଣ ପୂର୍ବରେ ଥିବା ତାରା Zeta Tauri, ଅଗ୍ନିପତ୍ନୀ ସ୍ୱାହା

୩୬. ହିନ୍ଦୁମତରେ ନାମ—କାଳପୁରୁଷ ପୁଞ୍ଜ ବା ରୁଦ୍ର ବା ଅଗ୍ରହାୟଣ /?/

କେଉଁ ରାଶିରେ ଅବସ୍ଥିତ—ବୃକ୍ଷ ରାଶିରେ

ଆକାଶରେ କେଉଁଠାରେ ଅବସ୍ଥିତ—ରୋହଣୀ ଓ ପୁନର୍ବସୁ ନକ୍ଷତ୍ର ମଧ୍ୟରେ ଥିବା ଧନୁର୍ଦ୍ଧାରୀ ପୁରୁଷର କାଳ୍ପନିକ ଆକୃତିବିଶିଷ୍ଟ ତାରାଗଣ ଏଥି ମଧ୍ୟରୁ ୧ ୨ ୩: ଚିହ୍ନିତ ଏଣକ ବା ମୃଗଶିରା (କାଳପୁରୁଷ ମୁଣ୍ଡ) ଓ ୪ର୍ଥ ଚିହ୍ନିତ ଆର୍ଦ୍ରା (କାଳପୁରୁଷର ଡାହାଣ ଖୁଆ ମୁଣ୍ଡି)୫ କାର୍ତ୍ତିକେୟ, ୬ଉଷା, ୭ ଅନିରୁଦ୍ଧ ୮ ଚିତ୍ରଲେଖା; ୬ ୭ ୮: ଇଷୁ ତ୍ରି କାଣ୍ଡ ବା ପାଶୁପତ ବାଣ, ୯ ୧୧୧୧୨୧୩: ମୟୂରତୁଣ୍ଡ, ୧୪: କାର୍ତ୍ତବୀର୍ଯ୍ୟ ୧୫: ବାଣରାଜ ୧୬: ଠାରୁ ୨୧: କାଳପୁରୁଷର ଧନୁ

କାଳପୁରୁଷର ଅଣ୍ଟା ବା ୬୭୮: ତାରାତ୍ରୟ ନିରକ୍ଷ ବୃତ୍ତ (Equator) ଉପରେ ଅବସ୍ଥିତ ମୁଣ୍ଡ ପାଖ ୧୨୩୪୫: ଉତ୍ତରାକାଶରେ ୯୧ ୧୧୧୨୧୩୧୪୧୫: ଦକ୍ଷିଣାକାଶରେ ପାଶ୍ଚାତ୍ୟ ନାମ —English Orion; ୧, ୨, ୩, Orion's head, ୪ Betelgeux, ୫ Bellatrix, ୬ Al Nitak, ୭ Al Nilam, ୮ Mintaka ୬.୭.୮ Orion's belt. ୯. ୧୦ ୧୧. ୧୨. ୧୩ Orion's dagger, ୧୪ Saiph, ୧୫ Rigel, ୧୬. ୧୭. ୧୮. ୧୯. ୨୦. ୨୧ Orion's bow.

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Group Orion; Lambda Orionis. ୨ Phi Orionis, ୩ Phi Orionis, ୪ Alpha Orionis, ୫ Gamma Orionis, ୬ Zeta Orionis, ୭ Epsilon, Orionis, ୮ Delta Orionis, ୯ Sigma Orionis, ୧୦ ୪୨. Orionis, ୧୧ Theta Orionis, ୧୨ Iota Orionis, ୧୩ Upsilon Orionis, ୧୪ Kappa Orionis, ୧୫ Beta Orionis, ୧୬ Pi Orionis, ୧୭ Pi Orionis,

୧୮. Pi Orionis, ୧୯ Pi Orionis, ୨୦ Pi Orionis, ୨୧ Pi Orionis.

୩୭. ହିନ୍ଦୁ ମତରେ ନାମ—ଆପାଂବତ୍ସ ବା ଆପାଂନପାତ୍ (ସ୍କନ୍ଧ ବା କାର୍ତ୍ତିକେୟଙ୍କ ନାମାନ୍ତର)

ଗଠନ ବା ଚିତ୍ର —*

ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରକାଶରେ

ଆକାର ବା ତାରକା ସଂଖ୍ୟା—ଗୋଟିଏ ଉଜ୍ଜ୍ୱଳ ତାରା

ପାଶ୍ଚାତ୍ୟ ରାଶି ଅନୁସାରେ ନାମ —Theta virginus.

ମନ୍ୟବ୍ୟ—ଏହା ରବିମାର୍ଗର ଉତ୍ତରରେ ଓ ଚିତ୍ରାନକ୍ଷତ୍ରର ଉତ୍ତର— ପଶ୍ଚିମରେ

୩୮. ହିନ୍ଦୁ ମତରେ ନାମ—ଅଗସ୍ତ୍ୟ

ଗଠନ ବା ଚିତ୍ର —*

ଆକାଶର କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ପ୍ରଶ୍ୱାର ଦକ୍ଷିଣରେ

ଆକାର ବା ତାରକା ସଂଖ୍ୟା—ଗୋଟିଏ ଉଜ୍ଜ୍ୱଳ ତାରକା

ପାଶ୍ଚତ୍ୟ ରାଶି ଅନୁସାରେ ନାମ —Canopus.

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ନାମ —In Argus; Alpha Argus.

ମନ୍ତବ୍ୟ—୧୪: ବର୍ଷ ପୂର୍ବେ ଏହା ଦକ୍ଷିଣ ଧ୍ରୁବ ତାରକା ଥିଲା ଏ ତାରା ଶରତ୍କାଳରେ ଦକ୍ଷିଣାକାଶରେ ରାତ୍ରିରେ ଦେଖାଯାଏ; ଏଥିପାଇଁ କହନ୍ତି ଯେ ଅଗସ୍ତ୍ୟୋଦୟ ହେଲେ ବର୍ଷାଋତୁର ଗୋଳିଆ ପାଣି ଓ କାଦୁଅ ବାଟ ଶୁଖିଯାଏ ଏହାର ଦକ୍ଷିଣ— ପୂର୍ବରେ ଥିବା କ୍ଷୁଦ୍ରତାରା ଅଗସ୍ତ୍ୟଙ୍କ ସ୍ତ୍ରୀ ଲୋପାମୁଦ୍ରା

୩୯. ହିନ୍ଦୁ ମତରେ ନାମ—ଯାମୀ ବା ଯମୁନା ବା ନଦୀମୂଖ ବା ଶୂଳ ତାରା

ଗଠନ ବା ଚିତ୍ର —*

ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ଅଗସ୍ତ୍ୟର ଦକ୍ଷିଣରେ

ଆକାର ବା ତାରକା ସଂଖ୍ୟା—ଅତ୍ୟୁଜ୍ଜ୍ୱଳ ରକ୍ତାଭ ଗୋଟିଏ ତାରା

ପାଶ୍ଚାତ୍ୟ ନାମ ଓ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ—ଲାଟିନ୍ Acherner, In Eridani; Alpha Eridani.

୪. ମନ୍ତବ୍ୟ—ତ୍ରିଶଙ୍କୁମଣ୍ଡଳ

ଗଠନ ବା ଚିତ୍ର —/?/

ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ; ହସ୍ତା ନକ୍ଷତ୍ର ଦକ୍ଷିଣ

ଆକାର ବା ତାରକା ସଂଖ୍ୟା—୪ଟି ଉଜ୍ଜ୍ୱଳ ତାରା

ପାଶ୍ଚାତ୍ୟ ନାମ—ଇଂରାଜୀ - The Southern Cross.

ପାଶ୍ଚାତ୍ୟ ରାଶି ଅନୁସାରେ ନାମ —Crux; ୧ Gamma Crucis; ୨. Beta Crucis; ୩. Delta Crucis; ୪. Alpha Crucis.

ମନ୍ତବ୍ୟ—ଏ ତାରା ଚତୁଷ୍ଟୟର ମଧ୍ୟରୁ ଦୁଇଟିଙ୍କୁ ବିପରୀତ ଦିଗରେ ଯୋଗ କଲେ ଗୋଟିଏ କ୍ରୁଶ୍ (Cross) ବା ଯୋଗଚିହ୍ନ ହୁଏ ୪ ଚିହ୍ନିତ ଉଚ୍ଛ୍ୱଳତମ ତାରା ବିଶ୍ୱାମିତ୍ର ୩ୟ ତାରା ସବୁଠାରୁ ହୀନଜ୍ୟୋତି ଜଗନ୍ନାଥ ଦାସଙ୍କ ଭାଗବତରେ ତ୍ରିଶଙ୍କୁ ଉତ୍ତରାକାଶରେ ଥିବାର ଭୂଲରେ ଲେଖାଅଛି ମୂଳ ଭାଗବତ ଅନୁସନ୍ଧେୟ ୧୨୩: ଚିହ୍ନିତ ତାରା ସଂସ୍କୃତରେ ତ୍ରିଶଙ୍କୁ ନାମରେ ବିଖ୍ୟାତ

୪୧: ହିନ୍ଦୁ ମତରେ ନାମ—ଜୟ

ଗଠନ ତା ଚିତ୍ର— *

ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ସ୍ୱାତିର ଦକ୍ଷିଣ ଓ ମୂଳାର ଦକ୍ଷିଣପଶ୍ଚିମରେ ଗୋଟିଏ ଉଜ୍ଜ୍ୱଳ ତାରା

ପରିଚୟ—ମହିଷାସୁର ମଣ୍ଡଳର ୧ମ ତାରା

ପାଶ୍ଚାତ୍ୟରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —In Centaurus; Alpha Centauris.

ମନ୍ତବ୍ୟ—ଏହା ଆକାଶଗଙ୍ଗାର ଦକ୍ଷିଣଣାଂଶରେ ଆବସ୍ଥିତ

୪୨: ହିନ୍ଦୁମତରେ ନାମ—ବିଜୟ

ଗଠନ ବା ଚିତ୍ର—*

ପରିଚୟ—ମହିଷାସୁର ମଣ୍ଡଳ (centaurus) ବା କିନ୍ନର ମଣ୍ଡଳର ୨ୟ ତାରକା

ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ଜୟର ପଶ୍ଚିମ

ଆକାର ବା ତାରକା ସଂଖ୍ୟା—ଗୋଟିଏ ଉଜ୍ଜ୍ୱଳ ତାରା

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିପରିଚୟ —In Centaurus; Beta Centauris.

ମନ୍ତବ୍ୟ—ଏ ଆକାଶଗଙ୍ଗାରେ ଅବସ୍ଥିତ ଜୟ ଓ ବିଜୟ ଏ ଦୁଇ ତାରା ଦକ୍ଷିଣାକାଶରେ ତ୍ରିଶଙ୍କୁ ମଣ୍ଡଳର ଉତ୍ତର ପୂର୍ବରେ ମହିଷାସୁର ମଣ୍ଡଳ (centaurus)ରେ ଅବସ୍ଥିତ

୪୩: ହିନ୍ଦୁ ମତରେ ନାମ—ସାରମେୟ ଯୁଗଳ ବା କାଳକଞ୍ଜ ମଣ୍ଡଳ

ଗଠନ ବା ଚିତ୍ର—* *

ଆକାଶରେ କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ ବଡ଼ ସପ୍ତର୍ଷି— ମଣ୍ଡଳର ଲାଞ୍ଜତାରାର ଦକ୍ଷିଣକୁ

ଆକାର ବା ତାରାକା ସଂଖ୍ୟା—ଦୁଇଟି ତାରା

ଓଡ଼ିଆ ବା ଦେଶୀୟ ନାମ—୧ ଜ୍ୟେଷ୍ଠ କାଳକଞ୍ଜ, ୨ କନିଷ୍ଟ କାଳକଞ୍ଜ

ପାଶ୍ଚାତ୍ୟ ନାମ —୧ Cor Caroli or Charle's heart.

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —Canes venatici; ୧ Alpha Canum Venaticorum, ୨ Beta Canum Venaticorum.

ମନ୍ତବ୍ୟ—ମଘାର ଯୋଗତାରା, ଚିତ୍ରା ଓ ଜ୍ୟେଷ୍ଠାକାଳଞ୍ଜକୁ ଯୋଗ କଲେ ଗୋଟିଏ ସମବାହୁ ତ୍ରିଭୂଜ ହେବ


୪୪: ହିନ୍ଦୁ ମତରେ ନାମ—ପରଶୁରାମ ମଣ୍ଡଳ

ଗଠନ ବା ଚିତ୍ର /?/

ଆକାଶରେ କେଉଁଠାରେ ଅବସ୍ଥିତ— ଉତ୍ତରାକାଶରେ; ବ୍ରହ୍ମକଟାହର ପୂର୍ବ ଓ କୃତ୍ତିକା ପୁଞ୍ଜର ଉତ୍ତର

ଆକାର ବା ତାରାକା ସଂଖ୍ୟା—୩ ତାରା

ସଂସ୍କୃତ ନାମ—୧ କୁଠାର ପୃଷ୍ଠ ବା ପରଶୁରାମ, ୨ ମାୟବାତୀ, ୩ ରେଣୁକା

ପାଶ୍ଚାତ୍ୟ ନାମ —୧ Merfak, ୨ Algol; ୩ Caput Meduci.

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —Perseus; ୧ Appha Persi, ୨ Beta Persi, ୩ Rho persi.

ମନ୍ତବ୍ୟ—୨ୟ ଓ ୩ ୟ ତାରା ବହୁରୂପ (variable stars). ପରଶୁରାମ ତାରା ସପ୍ତର୍ଷିଙ୍କ ମଧ୍ୟ ସ୍ଥଳରେ ଥିବାର ଭାଗବତ ୯ମ ସ୍କନ୍ଦ ୧୬ଶ ଅଧ୍ୟାୟରେ ଲେଖା ଅଛି; କିନ୍ତୁ ଏହା ଠିକ୍ ନୁହେଁ

୪୫: ହିନ୍ଦୁ ମତରେ ନାମ—ମତ୍ସ୍ୟ ମୁଖ

ଗଠନ ବା ଚିତ୍ର *

ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ପୂର୍ବଭାଦ୍ର— ପଦର ଦକ୍ଷିଣରେ

ଆକାର ବାଲ ତାରକା ସଂଖ୍ୟା—୧ ଉଜ୍ଜ୍ୱଳ ତାରା

ପାଶ୍ଚାତ୍ୟ ନାମ —Formalhaut.

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —୧ Alpha Pisces Australis.

୪୬: ହିନ୍ଦୁ ମତରେ ନାମ—କାଳୀୟ ବା ହ୍ରଦ ସର୍ପ ବା ରାହୁମଣ୍ଡଳ

ଗଠନ ବା ଚିତ୍ର — /?/

ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ

ଆକାର ଓ ତାରକା ସଂଖ୍ୟା—୩ ଉଜ୍ଜ୍ୱଳ ତାରା ଓ ଅନେକଗୁଡ଼ିଏ ଅନୁଜ୍ଜ୍ୱଳ ତରା

ସଂସ୍କୃତ ନାମ—୧ କାଳୀୟ ବା ରାହୁ; ୨ ବାସୁକୀ; ୩ ଅନନ୍ତ

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ — Hydra; ୧. Alpha Hydrae or Alphard; ୨ Zeta Hydrae; ୩ Beta Hydrae.

ମନ୍ତବ୍ୟ—ଏହା ମିଥୁନ ରଶି ଠାରୁ ବିଛା ରାଶି ପର୍ଯ୍ୟନ୍ତ ଲମ୍ୱିଛି ଚିତ୍ରାର ପଶ୍ଚିମରେ ଓ ମଘାର ଯୋଗତାରାରେ ଦକ୍ଷିଣରେ ଥିବା ଉଜ୍ଜ୍ୱଳ ରକ୍ତାଭ ତାରା ଏଥିରୁ ଗୋଟିଏ ଏ ପୁଞ୍ଜର ମୁଣ୍ଡପାଖ ଉତ୍ତରା କାଶରେ ଓ ଲାଞ୍ଜପାଖ ଦକ୍ଷିଣାକାଶରେ ଅବସ୍ଥିତ ଅଶ୍ଳେଷାନକ୍ଷତ୍ର ଏ ସର୍ପର ମୁଣ୍ଡ

୪୭: ହିନ୍ଦୁ ମତରେ ନାମ—ତିମି ମଣ୍ଡଳ

ଆକାଶରେ କେଉଁଠାରେ ଅବସ୍ଥିତ—ଦକ୍ଷିଣାକାଶରେ ରେବତୀ ନକ୍ଷତ୍ରର ଦକ୍ଷିଣରେ

ଆକାର ଓ ତାରକ ସଂଖ୍ୟା—୪ଟି ତାରା

ସଂସ୍କୃତ ନାମ—୧ ମୀନବ୍ୱେତନ ୩ ମାର ବା କାମରୂପ; (ବହୁରୂପ; ରକ୍ତବର୍ଣ୍ଣ) ୪ ତିମିପୁଚ୍ଛ

ପାଶ୍ଚାତ୍ୟ ନାମ —The whale; ୧ Mencar; ୨ Diphda; ୩. Mira; ୪. Dheneb.

ପାଶ୍ଚାତ୍ୟ ରାଶି ଅନୁସାରେ ଜ୍ୟୋତିଷିକ ପରିଚୟ —Cetus; Alpha Ceti; ୨ Beta Ceti ୩ Omega Ceti, ୪ Iota Ceti.

ମନ୍ତବ୍ୟ—ଏଥିର ଗୋଟିଏ ତାରା (ମାର) ଅତ୍ୟୁଜ୍ଜ୍ୱଳ ଓ ଆଉ ଗୋଟିଏ ତାରା (Diphda) ବହୁରୂପ ଓ ରକ୍ତବର୍ଣ୍ଣ

ପାଶ୍ଚାତ୍ୟମାନେ ହିନ୍ଦୁ ଜ୍ୟୋତିଷୋକ୍ତ ମଣ୍ଡଳ ବା ପୁଞ୍ଜମାନଙ୍କ ଛଡ଼ା ଅନ୍ୟ ଅନେକଗୁଡ଼ିଏ ନକ୍ଷତ୍ର ପୁଞ୍ଜର ନାମକରଣ କରିଅଛନ୍ତି; ଯଥା ===

୪୮: The Crator (cup); ସଂସ୍କୃତ - ଅନୁବାଦ ଅମୃତପାତ୍ର ମଣ୍ଡଳ ବା କାଂସ୍ୟ ମଣ୍ଡଳ ===

ଗଠନ ବା ଚିତ୍ର —/?/

ହସ୍ତାର ପଶ୍ଚିମ ବଇଠିଲଗା ପାତ୍ର ଆକୃତିର ୭ ତାରା ===

୪୯: କେତୁ —The tail of Hydra,:୫. ତାରା କରିମୁଣ୍ଡ ମଣ୍ଡଳ ବା ରଣଦେବ ମଣ୍ଡଳ ବା କେତୁ Coma Berenices; Eng. The Tress.

ସିଂହ ରାଶିର ପୂର୍ବ, କନ୍ୟାର ଉତ୍ତର—ଋଗେଦର ଉର୍ଣ୍ଣଗର୍ଭ ମଣ୍ଡଳ; ଗ୍ରୀକ୍ —Plokamos

୫. Musca—ମକ୍ଷିଳା ମଣ୍ଡଳ

୫୧: Argos—ନୌମଣ୍ଡଳ ବା ଅର୍ଣ୍ଣବଜାନ

୫୨: The lyre—ତୀର୍କ୍ଷ୍ୟ ବା ବୀଣା ମଣ୍ଡଳ

୫୩: The Swan, ଲାଟିନ୍, Cygnus—ହଂସ ମଣ୍ଡଳ ଉତ୍ତରା— କାଶରେ ଶ୍ରବଣାର ଉତ୍ତରରେ ଓ ଅଭିଜିତ୍ର ପୂର୍ବରେ ଉଜ୍ଜ୍ୱଳ ତାରା —Deneb Adige or Arided; Alpha Cygnus.

ଭାରତୀୟ ଜ୍ୟୋତିଷିମାନଙ୍କର କେତେକ ତାରା ଓ ତାରା ପୁଞ୍ଜର ପାଶ୍ଚାତ୍ୟ ନାମ ଅଛି

୫୪: ହିନ୍ଦୁ ମତରେ ନାମ—ନହୁଷ

ଆକାଶର କେଉଁଠାରେ ଅବସ୍ଥିତ—ଉତ୍ତରାକାଶରେ

ଆକାର ଓ ତାରକା ସଂଖ୍ୟା—ସାପଟିଏ ତଳକୁ ଖସିପଡ଼ୁଥିବା ପରି ୭ଟି ତାରା ପାଶ୍ଚାତ୍ୟ ନାମ ଜଣା ନାହିଁ

୫୫: ହିନ୍ଦୁ ମତରେ ନାମ—କପିଳ

ପାଶ୍ଚାତ୍ୟ ନାମ —Eta Argus.


୫୬: ହିନ୍ଦୁ ମତରେ ନାମ—ଶେଫାଳିପୁଞ୍ଜ ପାଶ୍ଚାତ୍ୟ ନାମ —Cepheus.

୫୭: ହିନ୍ଦୁ ମତରେ ନାମ—ଗରୁଡ଼ ପାଶ୍ଚାତ୍ୟ ନାମ —Aquilla.

୫୮: ହିନ୍ଦୁ ମତରେ ନାମ—ଶିବଭୂତେଶ ପାଶ୍ଚାତ୍ୟ ନାମ —Bootes.

୫୯: ହିନ୍ଦୁ ମତରେ ନାମ—ତକ୍ଷକପୁଞ୍ଜ ପାଶ୍ଚାତ୍ୟ ନାମ —The Draco.

୬. ହିନ୍ଦୁ ମତରେ ନାମ—କପୋତ ମଣ୍ଡଳ ପାଶ୍ଚାତ୍ୟ ନାମ —Columbae.

୬୧: ହିନ୍ଦୁ ମତରେ ନାମ—କପୋତୀ ପାଶ୍ଚାତ୍ୟ ନାମ —Lepus.

୬୨: ହିନ୍ଦୁ ମତରେ ନାମ—ମୂଳକୀଳକ ପାଶ୍ଚାତ୍ୟ ନାମ —Zeta Piscium; the beginning of the Zodiac sign ମେଷ , Aries.

୬୩: ଛାୟା ପଥ

ଓଡ଼ିଆ[ସମ୍ପାଦନା]

ଏହା ଗୁଡ଼ିଏ ନକ୍ଷତ୍ର ଓ ନିହାରିକା ଓ ନକ୍ଷତ୍ରପୁଞ୍ଜ— ସମ୍ୱଳିତ ବୃତ୍ତାକାର ପଟ୍ଟୀ ଏହା ଉତ୍ତର ଧ୍ରୁବ ଓ ଦକ୍ଷିଣ ଧ୍ରୁବ (ଯାହାକି ଦକ୍ଷିଣର ଦିଗ୍ୱଳୟର ତଳେ ଥିବାରୁ ଦୃଶ୍ୟ ହୁଏ ନାହିଁ) ଭେଦ କରି ଆକାଶକୁ ଦୁଇ ଭାଗରେ ବିଭକ୍ତ କରିଅଛି ଛାୟାପଥ ଉତ୍ତର ଖଗୋଳାର୍ଦ୍ଧରେ ମିଥୁନ ଓ କର୍କଟ ରାଶି ବାଟେ ଏବଂ ଦକ୍ଷିଣ ଖଗୋଳାର୍ଦ୍ଧରେ ବିଛା ଓ ଧନୁ ରାଶି ବାଟେ ଯାଇଅଛି ଏହି ଛାୟା— ପଥରେ କାଶ୍ୟପୀୟପୁଞ୍ଜ, ପରଶୁରାମପୁଞ୍ଜ, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା ଶ୍ରବଣା , ବ୍ରହ୍ମା, ଅଗ୍ନି, ତାରା , ତ୍ରିଶଙ୍କୁ, ଓ ଅଗସ୍ତ୍ୟ ଅବସ୍ଥିତ ଛାୟା ପଥ ବହୁଦୂରରେ ଥିବା କୋଟିକୋଟି ନକ୍ଷତ୍ରପୁଞ୍ଜର ସମଷ୍ଟି ଅଟେ ଅନ୍ଧାର ପକ୍ଷରେ ନିର୍ମଳାକାଶରେ ଛାୟାପଥ ସଫା ଦେଖା ପଡ଼େ

ସଂସ୍କୃତ - ନାମ—ସୋମଧାରା, ଦେବପଥ, ଭଃସରିତ୍, ଆକାଶ ଗଙ୍ଗା, ହରିତାଳୀ

ଇଂରାଜୀ - ନାମ —The family way; galaxy.

ଲାଟିନ୍ —Via Lactea.

ଗ୍ରୀକ୍ —Galaxis.

[ଓଡ଼ିଆନାମ—ହାତିଦଣ୍ଡା ]

(ନକ୍ଷତ୍ର ଶବ୍ଦର ଚତୁର୍ଥ ଅର୍ଥ) ===

୪. ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ ଆଦିଙ୍କର ପୃଥିବୀର ଚାରି ପାଖେ ଆକାଶରେ କଳ୍ପିତ ବୃତ୍ତାକାର ପରିଭ୍ରମଣ ପଥ (୩୬: ଡିଗ୍ରୀ ବା ଅଂଶ)କୁ ସମାନ ୨୭: ଭାଗରେ ବିଭକ୍ତ କଲେ, ପ୍ରତ୍ୟେକ ଭାଗ; ୧୩: ଡିଗ୍ରୀ ୨ ମିନିଟ୍ରେ ଅବସ୍ଥିତ ଆକାଶର ଅଂଶ — ୪. A space of the sky representing ୧/୨୭th of the sky-sphere or ୧୩. ୨୬'

[ଦ୍ରଷ୍ଟବ୍ୟ —ଆକାଶ ବୃତ୍ତକୁ ୧୨: ଭାଗରେ ବିଭକ୍ତ କଲେ ପ୍ରତି ଭାଗ (୩ଡ଼ିଗ୍ରୀ)କୁ ରାଶି ବୋଲାଯାଏ ]

୫. ଆକାଶରେ କଳ୍ପିତ ନିର୍ଦ୍ଦିଷ୍ଟ ୧୩: ଅଂଶ ବା ୨ କଳା ମଧ୍ୟସ୍ଥିତ ବିଭାଗର ଅନ୍ତର୍ବର୍ତ୍ତୀ ଓକ ବା ତତୋଽଧିକ ତାରା —୫. Asterism; one star or a group of stars within the area of ୧୩. ୨୬' of the sky-sphere.

[ଦ୍ରଷ୍ଟବ୍ୟ —ଏକ ତାରା ବିଶିଷ୍ଟ ନକ୍ଷତ୍ର, ଯଥା—ଚିତ୍ରା, ସ୍ୱାତୀ ଓ ଆଦ୍ରା; ଦୁଇ ତାରା ବିଷିଷ୍ଟ ନକ୍ଷତ୍ର; ଯଥା—ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ, ପୂର୍ବାଫାଲ୍ଗୁନୀ ଓ ଉତ୍ତରାଫାଲ୍ଗୁନୀ ଅଶ୍ୱିନୀ, ଦ୍ୱିଜା, ବୃତ୍ତିକା, ରୋହିଣୀ ଇତ୍ୟାଦି ଦୁଇରୁ ଅଧିକ ତାରାଯୁକ୍ତ ନକ୍ଷତ୍ର ଅଟନ୍ତି ]

୬. ମୁକ୍ତା —୬. Pearl.
୭. ଉଲ୍ଲା —୭. Shooting star; meteor.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ହାବିଳିବାଣରେ ଦିଆଯିବା ବାରୁଦର ଛୋଟ ଛୋଟ ବଟିକା ବା ଗୁଳା —Small balls of gunpowder attached to rockets.

[ ଦ୍ର—ହାବିଳି ଆକାଶକୁ ଉଠିଯାଇ ଫାଟିଗଲେ ଏଗୁଡ଼ିକ ଅଗ୍ନି ସଂଯୋଗରେ ଜଳି ଉଠି ନକ୍ଷତ୍ର ପରି ଆକାଶରେ ବିଞ୍ଚି ହୋଇ ଯାଆନ୍ତି ]