ନାକ

ଉଇକିଅଭିଧାନ‌ରୁ

ନାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନ=ନାହିଁ+ଅକ=ଅସୁଖ ବା ଦୁଃଖ; ଯେଉଁ—ଠାରେ ଦୁଃଖ ନାହିଁ; ବହୁବ୍ରୀହି)[ସମ୍ପାଦନା]

୧. ସ୍ୱର୍ଗ —୧. Heaven.
୨. ଆକାଶ —୨. Sky.
୩. ନୃପବିଶେଷ —୩. Name of king.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନକ୍ର.=ନାକ; ନାସିକା)[ସମ୍ପାଦନା]

୧. ନାସା; ନାସିକା —୧. Nose.
୨. ସ୍ତ୍ରୀ ଲୋକମାନଙ୍କର ନାକ ପୁଡ଼ାରେ ପିନ୍ଧାଯିବା ଲବଙ୍ଗ ପରି ଅଳଙ୍କାର ବିଶେଷ —୨. An ornament for the nose, resembling a clove.

[ ଦ୍ର—ସ୍ତ୍ରୀ ଲୋକମାନେ ନାକର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅଳଙ୍କାର ପିନ୍ଧନ୍ତି ଯଥା ନାକଦଣ୍ଡିରେ—ଦଣ୍ଡୀ, ନୁଡ଼ୁକା ବା ନୋଲକ ବା ବୁଲାକୀ ବାଁଆଁ ନାକ ପୁଡ଼ାରେ—ନୋଥ, ନାକଚଣା, ବଶୁଣୀ ଡାହାଣ ନାକ ପୁଡ଼ାରେ—ଗୁଣା, ବେଶର ଦୁଇ ନାକ ପୁଡ଼ାରେ—ନାକ ଛବି, ନାକ ମାଛି, ନାକଚଣା, ଫୁଲୀ

୩. ବକ୍ର ଅଗ୍ର ଭାଗ —୩. Curved tip.
୪. ବଙ୍କା ମୁନ —୪. Curved sharp point.
୫. ହାତରେ ଧରିବା ପାଇଁ ଜଳପାତ୍ର ଆଦିରେ ବାହାରିଥିବା ନାକ ପରି ପାତସା —୫. Nozzle of a cup.
୬. ଛୁଞ୍ଚିର ଛିଦ୍ର ହୋଇଥିବା ଅଂଶ —୬. The part or end of the niddle having the eye.