ଗଜ

ଉଇକିଅଭିଧାନ‌ରୁ

ଗଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗଜୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗଜ ଧାତୁ=ଶବ୍ଦ କରିବା+କତ୍ତୃ. ଅ)[ସମ୍ପାଦନା]

୧. ହସ୍ତୀ; ହାତୀ —୧. Elephant.
୨. (ଦିଗ୍ଗଜମାନଙ୍କ ସଂଖ୍ୟାରୁ) ୮ ସଂଖ୍ୟା — ୨. The number eight.
୩. ରାମଚନ୍ଦ୍ରଙ୍କ ସେନା, ବାନରବିଶେଷ — ୩. Name of a monkey in the army of Rāmachandra.
୪. ଗଜାସୁର —୪. A demon killed by Ṡiba.

[ ଦ୍ର—ଏ ମହିଷାସୁରର ପୁତ୍ର ଥିଲା ଓ ଶିବଙ୍କଦ୍ୱାରା ନିହତ ହୋଇଥିଲା ]

୫. ଦିଗ୍ଗଜ —୫. Mythological elephants guarding the quarters of the globe.
୬. ବାସ୍ତୁବିଶେଷ; ଘରର ମୂଳଦୁଆ — ୬. Foundation of a house.
୭. ଗଜପୁଟ (ଦେଖ) - ୭. gajapuṭa (See)
୮. ପାଦୋନ ହସ୍ତଦ୍ୱୟ ପରିମାଣ; ୨ ଆଙ୍ଗୁଳ ଲମ୍ୱ ପରିମାଣ — ୮. Yard; a lineal measure.

[ ଦ୍ର—ତୁଳ. ଏହି ଅର୍ଥରେ ଫରାସୀ - ଗଜ; ୧ ଗଜ=୩ଫୁଟ; ୧ଫୁଟ=୧୨: ଇଞ୍ଚ; ୧ଇଞ୍ଚ=ପ୍ରାୟ୧୪: ଆଙ୍ଗୁଳ; ୧ ଗଜ= ୧୬: ଗିରା; ୧ ଗଜ=୪ ପାଆ; ଗଜ ଦୁଇ ପ୍ରକାର ଯଥା—ସାଧାରଣ ଗଜ=୩୬: ଇଞ୍ଚ; ଈଲାହୀ ଗଜ ବା ଆକବର ବାଦଶାହଙ୍କ ପ୍ରବର୍ତ୍ତିତ ଗଜ=୪୧: ଇଞ୍ଚ; ଗଜ ଶବ୍ଦର ଏହି ଅର୍ଥ ସଂସ୍କୃତ ଅଭିଧାନମାନଙ୍କରେ ମିଳେ ମନିଅର୍ ବଲିଆମ୍ପ; ଶବ୍ଦକଳ୍ପଦ୍ରୁମ; ମେଦିନୀ ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମାପକାଠି — ୧. A measuring rod.

ନିଜକୁ ନିଜର ବଡ଼ିମାର ଗଜେ ମାପି ବଡ଼ ତୁମ୍ଭେ ହେଉଛ ସହଜେ ରାଧାନାଥ. ଦରବାର

୨. ବାଡ଼ି; ଯଷ୍ଟି; ଛଡ଼ —୨. Rod.

(ଯଥା—ଆଖୁଗଜ, ଲୁହାଗଜ ଇତ୍ୟାଦି)

୩. ବନ୍ଧୁକ ନଳୀମଧ୍ୟରେ ବାରୁଦ ଖୁନ୍ଦିବାର କାଠି — ୩. A ram-rod.
୪. ଝରକା ବା ଫାଟକ ମଧ୍ୟସ୍ଥ ଲମ୍ୱ ଶଳାକା — ୪. A bar fixed inside a gate or window.
୫. ସରୁଶଳାକା —୫. A probe.
୬. ହୁକାନଳ ସଫା କରିବା କାଠି — ୬. A rod to clear the tube of a Hookka.
୭. ବାରବର୍ଷିୟା ଗଛରୁ ବାହାରି ଥିବା ମଝି ଛଡ଼ — ୭. A tall stem of the Agave plant.
୮. ଆଖୁର ଅଗ୍ରଭାଗରେ ପତ୍ର ମଧ୍ୟରେ ଥିବା କନ୍ଦା — ୮. The tender tops of a sugarcane-plant.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

ଶଗଡ଼ର ଅର — The spokes of a cart-wheel.

ପ୍ରାଦେଶିକ - (ଆଳି) ବିଶେଷ୍ୟ -[ସମ୍ପାଦନା]

ଘରର ଚାଳର ଓଳିପାଖକୁ ଥିବା ରୁଅମାନଙ୍କ ମୁଣ୍ଡରେ କଣା ହେଇ ଗଳା ଯାଇଥିବା ସରୁ ବାଉଁଶ ଖଣ୍ଡମାନ —Slender bits of split bamboo thrust into the eyes made at the lower ends of the rafters of a thatch.