ଦକ୍ଷିଣ

ଉଇକିଅଭିଧାନ‌ରୁ

ଦକ୍ଷିଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦକ୍ଷିଣା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦକ୍ଷ୍ ଧାତୁ= ବର୍ଦ୍ଧିତ ହେବା+ଅର୍ହାର୍ଥେ କର୍ତ୍ତୃ. ଇନ)[ସମ୍ପାଦନା]

୧. ବଦାନ୍ୟ —୧. Generous.

ମୋକ୍ଷଦାନରେ ସେ ବିକ୍ଷିଣ ଦକ୍ଷିଣ କର୍ଣ୍ଣ ଊଦ୍ଧ୍ୱ ହୁଏ ମରଣ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨. ଉଦାର —୧. Liberal.
୩. ସରଳ —୩. Frank.
୪. ଅକପଟ —୪. Sincere.
୫. ବାମେତର; ଡାହାଣ —୫. Right (side).
୬. ସମର୍ଥ —୬. Capable.
୭. ନିପୁଣ —୭. Expert; dexterous; skilful.

ବିଧି ପୂର୍ବରେ ଦକ୍ଷିଣ ପ୍ରତୀତରେ ଭଜ ବିଦିତ ତବ ଭାତାର ଉତ୍ତରେ ସହଜ ଭଞ଼୍ଜ. ବୈଦେହୀଶବିଳାସ

୮. ଚତୁର —୮. Clever.
୯. ଅନୁକୂଳ; ପରଚ୍ଛନ୍ଦାନୁବର୍ତ୍ତୀ — ୯. Propitious; favourable.
୧. ଉତ୍ତରଦିଗର ବିପରୀତ (ଦିଗ) — ୧୦. South (direction).

[ଦ୍ରଷ୍ଟବ୍ୟ — ପୁରାଣ ମତରେ ସୂର୍ଯ୍ୟଦେବ ଯଜ୍ଞର ଦକ୍ଷିଣା ରୂପେ ଏହି ଦିଗକୁ ତାଙ୍କ ଗୁରୁ କଶ୍ୟପଙ୍କୁ ପ୍ରଦାନ କରି ଥିବାରୁ ଏହି ଦିଗ 'ଦକ୍ଷିଣ' ଦିଗ ନାମରେ କଥିତ ହେଲା ଆଉ ମଧ୍ୟ ସୂର୍ଯ୍ୟୋଦୟ ହେବା ଦିଗକୁ ଚାହିଁବା ଲୋକର ଦକ୍ଷିଣ ହସ୍ତ ଏହି ଦିଗକୁ ରହେ ]

ବିଶେଷ୍ୟ -[ସମ୍ପାଦନା]

୧. ଦକ୍ଷିଣ ଦିଗ — ୧. The South.
୨. ଡାହାଣ ପାଖ —୨. Right-hand side.
୩. ଦକ୍ଷିଣ ଦିଗସ୍ଥ ଦେଶ — ୩. The country to the South.
୪. ଦକ୍ଷିଣାଚାର; ତନ୍ତ୍ରୋକ୍ତ ସାଧନା ବିଧିବିଶେଷ — ୪. Name of a class of esoteric rites enjoined by the 'Tantras'.
୫. ଦାକ୍ଷିଣତ୍ୟ; ଦକ୍ଷିଣ ଭାରତ — ୫. The Deccan; Southern India.
୬. ଦକ୍ଷିଣାଗ୍ନି; ଯଜ୍ଞାଗ୍ନିବିଶେଷ — ୬. Name of one of the sacrificial fires.
୭. ନାୟକବିଶେଷ, ଯେଉଁ ନାୟକର ବହୁ ନାୟିକାଙ୍କ ପ୍ରତି ଅନୁରାଗ ଥାଏ ଅଥଚ ସବୁ ନାୟକାଙ୍କ ପ୍ରତି ତାଙ୍କର ତୁଲ୍ୟ ଅନୁରାଗ ଥାଏ —୭. A class of gallants. or lovers who show equal fondness to all his beloved ladies.
୮. ଦକ୍ଷିଣା ପବନ —୮. The south wind.
୯. ଯମ (ଦକ୍ଷିଣ ଦିଗରେ ଯମପୁର ଥିବାରୁ) — ୯. J̄ama, the God of death
୧. ଦକ୍ଷିଣା —୧୦. Present given to a priest officiating at religious rites.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଓଡ଼ିଶାର ଦକ୍ଷିଣରୁ ମାନ୍ଦ୍ରା଼ଜ ପର୍ଯ୍ୟନ୍ତ ଦେଶ — Madras Presidency (South of Orissa).

[ଦ୍ରଷ୍ଟବ୍ୟ — ମେଦନୀପୁରବାସୀମାନେ ଓଡ଼ିଶାକୁ ଦକ୍ଷିଣ କହନ୍ତି ବାଲେଶ୍ୱରବାସୀମାନେ କଟକ ଓ ପୁରୀକୁ ଦକ୍ଷିଣ କହନ୍ତି ଓ ଓଡ଼ିଶା— ବାସୀମାନେ ଗଞ୍ଜାମ ଓ ମାନ୍ଦ୍ରାଜକୁ ଦକ୍ଷିଣ କହନ୍ତି]

ବିଶେଷଣ -[ସମ୍ପାଦନା]

ଅନୁକୂଳ —Favourable.

ବହିଲା ଦକ୍ଷିଣ ପବନ ବହିଲା ହିମରଜ କରି କ୍ଷେପଣ ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ