(ଭାଙ୍ଗି ଚାହାଁ) ଭୁରୁ ନୀଳ ଭୁଜଙ୍ଗୀ ଭ୍ରମର ଜୀବସଙ୍ଗୀ

ଉଇକିଅଭିଧାନ‌ରୁ

(ଭାଙ୍ଗି ଚାହାଁ) ଭୁରୁ ନୀଳ ଭୁଜଙ୍ଗୀ ଭ୍ରମର ଜୀବସଙ୍ଗୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — (Bhaṅgichāhāñ) Bhuru nīḻa bhujaṅgī bhramara jībasaṅgī
  • ଆଇ.ପି.ଏ. — bʰˈaŋɡi tʃˈahã bʰˈuɾu nˈil̩ˌʌ bʰuɟˈʌŋɡi bʰɾˈʌmʌɾˌɔ ɟˌibʌʃˈʌŋɡi

(କବିସୂର୍ଯ୍ୟଙ୍କ କିଶୋରୀଚମ୍ପୂ 'ଭ' ଗୀତରୁ ଉଦ୍ଧୃତାଂଶ)[ସମ୍ପାଦନା]

ହେ ଜୀବସଙ୍ଗୀ ଅର୍ଥାତ୍ ପ୍ରାଣବନ୍ଧୁ ! (ଶ୍ରୀକୃଷ୍ଣଙ୍କର) ଭ୍ରୂଲତାରୂପ ନୀଳସର୍ପୀର ଭ୍ରମ ଅର୍ଥାତ୍ ଭ୍ରମଣର ଭଙ୍ଗୀକୁ ଚାହାଁ, ଶ୍ରୀକୃଷ୍ଣ ବୃନ୍ଦାବନରେ ବଂଶୀବାଦନ କରୁଥିବା ବେଳେ ଭ୍ରୂଲତାର ଯେପରି ଚାଳନା କରୁଥିଲେ ତାହାକୁ ଦେଖିବା ପାଇଁ ଲଳିତା ରାଧିକାଙ୍କୁ ସମ୍ୱୋଧନ କରି କହୁଅଛନ୍ତି — (A passage in the song of Kabisūrj̄ya) The play of Srikṛushṇa's eyebrow (while blowing the flute) looks like a moving- blue serpent.

[ଦ୍ରଷ୍ଟବ୍ୟ —କିଶୋରଚନ୍ଦ୍ରାନନ୍ଦଚମ୍ପୂରେ ଏହା ଗୋଟିଏ ସନ୍ଦେହଜନକ ସ୍ଥଳ ଥିବାରୁ ଏଠାରେ ଏଥିର ଅର୍ଥ ଦିଆଗଲା, ଲୋକେ ଏହାର ପ୍ରକୃତ ଅର୍ଥ ବୁଝି ନ ପାରି 'ଭ୍ରମରା ଜୀବସଙ୍ଗି' ପ୍ରଭୃତି ନାନାପ୍ରକାର ପାଠାନ୍ତର ଗ୍ରହଣ କରନ୍ତି]