ଖଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟି
ଉଚ୍ଚାରଣ: Khaṭi
আড্ডা अड्डा

ଦେ. ବି. —

୧: ମାଦକସେବୀମାନଙ୍କର ମିଳନ ସ୍ଥାନ, ମାଦକବିକ୍ରୟ ଓ ସେବନ ସ୍ଥଳ — ୧. A den or rendezvous for drinkers and smokers i.e. those who take intoxicating drugs.

(ଯଥା—ମଦଖଟି, ଅଫିମଖଟି, ମଦତଖଟି, ଗୁଲିଖଟି)

୨: (ଚିଲିକା) ଜଳାଶୟ ବା ସମୁଦ୍ରର ଯେଉଁ ସ୍ଥାନରେ ମାଛ ମରାଯାଏ ତହିଁ ନିକଟରେ ଧୀବରମାନେ ଖରାବର୍ଷା ପାଳିବା ପାଇଁ ନିର୍ମାଣ କରିଥିବା ଘର — ୨. A resting house for fishermen near a place where fishes are caught in a lake or sea.

୩: (ସଂ. ଖଟୀ) ଖଡ଼ି —୩. Chalk.

ପ୍ରାଦେ. (ପୁରୀ) ବି —

ଯେଉଁ ସ୍ଥାନରେ ମାଛ, ଶୁଖୁଆ ଆଦିର କାରବାର ହୁଏ —A mart where fish and salted fish are sold.