ଘଟ

ଉଇକିଅଭିଧାନ‌ରୁ

ଘଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ସଂସ୍କୃତ - ବିଶେଷ୍ୟ - (ଘଟ୍ ଧାତୁ=ଗଢ଼ିବା; ଚେଷ୍ଟା କରିବା+କର୍ମ. ଅ[ସମ୍ପାଦନା]

୧. ଧାତୁ ଅଥବା ମୃତ୍ତିକା ନିର୍ମିତ କଳଶ; କୁମ୍ଭ; ମାଠିଆ — ୧. Water-jar; pitcher (of metal or earth).
୨. ଗଜକୁମ୍ଭ; ଗଜକପୋଳ — ୨. The forehead or temples of an elephant.
୩. ମସ୍ତକ —୩. Head.
୪. ମସ୍ତିସ୍କ —୪. Brain.
୫. ପ୍ରାଣ; ଜୀବନ —୫. Life.

ହେବାର ତୁମ୍ଭ ସ୍ନେହେ ଲଟପଟ ଉତ୍ତମ ପକ୍ଷ ଗଡିବାର ଘଟ କବିସୂର୍ଯ୍ୟ, ସଙ୍ଗୀତ


୬. ଦେହ; ଶରୀର —୬. Body.

କି ଘେନିଯିବୁ ତୋର ଛୁଟିଲେ ଘଟ ମନୋବୋଧ ଚଉତିଆରବୀ - କ ପଦ

୭. ମୂର୍ତ୍ତି; ପ୍ରତିମା — ୭. A bodily representation; image.
୮. ମୃତବ୍ୟକ୍ତିର ଶୁଦ୍ଧିକ୍ରିଆରେ ଯେଉଁ ମାଠିଆ ତିକାଠିଆ ଉପରେ ୯ ଦିନ ପର୍ଯ୍ୟନ୍ତ ସ୍ଥାପିତ ହୋଇ ଦଶମ ଦିନ ପାଣିରେ ଫିଙ୍ଗାଯାଏ —୮. An earthen water- pitcher which is placed on a tripod during ୯ day of the obsequies of a deceased person and which is consigned to water on the ୧୦th day.
୯. କୁମ୍ଭକ; ପ୍ରାଣାୟାମକାଳୀନ ଶ୍ୱାସରୋଧ — ୯. Control or suspension nof breathing during breath-exercise.
୧. (ଜ୍ୟୋତିଷ) କୁମ୍ଭରାଶି —୧୦. (astrology) Aquarius; the ୧୧th sing of the Zodiac.
୧୧. ପରିମାଣବିଶେଷ; ୨ ଦ୍ରୋଣ ବା ୬୪: — ୧୧. A measure; ୬୪ seers.
୧୨. ପୂଜାଆଦି କାର୍ଯ୍ୟରେ ଦେବତାଙ୍କ ପ୍ରତିମୂର୍ତ୍ତି ପରିବର୍ତ୍ତେ ଦେବତାରୂପେ ସ୍ଥାପିତ ପୂର୍ଣ୍ଣକୁମ୍ଭ — ୧୨. A water-jar filled with water set up during ceremonial rites as representing a Deity.

[ଦ୍ରଷ୍ଟବ୍ୟ —ଝଙ୍କଡ଼ର ସାରଳା, କାକଟପୁରର ମଙ୍ଗଳା ଓ ଅସୂରେଶ୍ୱରର ହରଚଣ୍ଡୀ ଆଦି ଠାକୁରାଣୀଙ୍କ ପୂଜା ସମୟରେ ସ୍ଥାପିତ ଘଟ ଉପରେ ମାଟି ବୋଳି ତାକୁ ଗୋଟିଏ ଦୀପରୁଖା ପରି ବିଇଠି ଉପରେ ସଜାଇ ସେଥିରେ ଫୁଲଆଦି ଖଞ୍ଜି ତତ୍ତତ୍ ମାଳୀ—ସେବକମାନେ ଉକ୍ତ ଘଟକୁ ଗ୍ରାମା ଗ୍ରାମେ ବୁଲାଇ ଗୋଡ଼ରେ ରପଣା ବାନ୍ଧି ଭିକ୍ଷା ମାଗନ୍ତି]

ବହିଛନ୍ତି ସେ ଦୀର୍ଘ ଶାଳାକା ଆଦି ତୋଲ ଘଟନାଟ ଅରଟା ରଣପା ଯେ ମଞ୍ଜୁଳ ଯେ—ଭଞ୍ଜ. ଲାବଣ୍ୟବତୀ