ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

ବ୍ୟଞ୍ଜନବର୍ଣ୍ଣମାଳାର ଅଷ୍ଟାବିଂଶ ବର୍ଣ୍ଣ —The ୨୮th consonant corresponding to the blutrred sound of the English letter's 'L'; a variation of the letter. 'ଲ' ===

[ଦ୍ରଷ୍ଟବ୍ୟ — ଏହା ଅବର୍ଗ୍ୟ ବା ଅନ୍ତଃସ୍ଥ ତୃତୀୟବର୍ଣ୍ଣ ଉପର ପାଟିରେ ଦନ୍ତପଂକ୍ତିର ପଶ୍ଚାଦ୍ଭାଗକୁ ଜିହ୍ୱାଗ୍ରଦ୍ୱାରା ସ୍ୱର୍ଶ କରି ଏହା ଉଚ୍ଚାରଣ କରାଯାଏ 'ଳ'ଓ 'ଲ' ଏକ ବର୍ଣ୍ଣ କିନ୍ତୁ 'ଳ' ଉଚ୍ଚାରଣ କରିବା 'ଲ' ଅପେକ୍ଷା ଆୟାସସାଧ୍ୟ ଏଥିପାଇଁ ଉଚ୍ଚରାଞ୍ଚଳୀୟ ଜାତିମାନେ 'ଳ' ଉଚ୍ଚାରଣ କରି ପାରନ୍ତି ନାହିଁ ଇଂରାଜିରେ 'ଳ' ଉଚ୍ଚାରଣ ନାହିଁ ବଙ୍ଗଳାରେ ଓ ହିନ୍ଦିରେ 'ଳ' ଉଚ୍ଚାରଣ ନାହିଁ ଓଡ଼ିଆରେ 'ଲ' ଅକ୍ଷରର 'ଳ' ଓ 'ଲ' ଭେଦରେ ଦୁଇଟି ସ୍ୱତନ୍ତ୍ର ଉଚ୍ଚାରଣ ଅଛ ଶିଶୁମାନେ ଓ ବଙ୍ଗାଳିମାନେ 'ଳ' ସ୍ଥାନରେ 'ଲ' ଉଚ୍ଚାରଣ କରନ୍ତି ବାଉରି କଣ୍ଡାରା ଆଦି 'ଳ' ସ୍ଥାନରେ 'ର' ଉଚ୍ଚାରଣ କରନ୍ତି ଯଥା— ଚାଉଳ=ଚାଉର, ନେଉଳ=ନେଉର) ଓଡ଼ିଆରେ ସାଧାରଣତଃ ଶବ୍ଦର ଆଦ୍ୟବର୍ଣ୍ଣ 'ଳ' ନ ହୋଇ 'ଲ' ହୁଏ 'ଳ' ଆଦିରେ ଥିବା ଶବ୍ଦ ଓଡ଼ିଆରେ ନାହିଁ

ଓଡ଼ିଆରେ 'ଳ' ଓ 'ଲ'ର ପ୍ରଭେଦ 'ମୂଳ' ଓ 'ମୂଲ' 'କଳ' ଓ 'କଲ' 'କାଳ' ' ଓ କାଳ' 'ଗଳ' ଓ 'ଗଲ','ଖଳ' ଓ 'ଖାଲ, 'କଳି' ଓ 'କଲି'; 'ମଳି' ଓ 'ମିଲି' ଆଦିରେ ଲକ୍ଷିତ ହୁଏ

ଳ ଓ ଲ ଏ ଦୁଇ ଅକ୍ଷର ଉଚ୍ଚାରଣ ଓଡ଼ିଆରେ ପୃଥକ୍ ହେଲେହେଁ , ଏ ଦୁଇ ଅକ୍ଷରର ବାର୍ଣିକ ମୂଲ୍ୟ (Alohabetical value) ସମାନ ଏଥିଯୋଗୁଁ ଳ ଓ ଲ ବିଶିଷ୍ଟ ଶବ୍ଦମାନ ଏ ଭାଷାକୋଷରେ ଏକ ସ୍ଥାନରେ ଦିଆ ହୋଇଅଛି

ସମ୍ୱଲପୁର ଅଞ୍ଚଳରେ ଓ଼ଡ଼ିଆରେ ଉଚ୍ଚାରିତ 'ଳ' ଅକ୍ଷର 'ଲ' ଭାବରେ ପ୍ରାୟଶଃ ଉଚ୍ଚାରିତ ହୁଏ]