ତ: ଉ:

ଉଇକିଅଭିଧାନ‌ରୁ

ତ: ଉ:

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସାଙ୍କେତିକ) (ଓ. ତ= ତହିଁର; ଉ= ଉତ୍ତର)— (ଦେଶୀୟ ଜରିବ ଭଉଁରିଆରେ ଜମିର କ୍ରମିକ ଦିଗନିର୍ଣ୍ଣୟ କରିବାର ସାଙ୍କେତିକ ଚିହ୍ନ) ତାହାର ଉତ୍ତରରେ — An abbreviation used in field books to denote the situation of a plot of land situate to the north of the foregoing plot.

[ଦ୍ରଷ୍ଟବ୍ୟ —ଏ ଦେଶରେ ଇଂରାଜି ପ୍ରଣାଳୀରେ ଚେନ୍ ଓ କମ୍ପାସ୍—ଦ୍ୱାରା ମାପ ହେବା ପୂର୍ବରୁ ନଳ ବା ପଦିକାଦ୍ୱାରା କ୍ଷେତ୍ରମାନ ମାପ ହେଉଥିଲା ଏବଂ ସେ ମାପ ଯେଉଁ ଭଉଁରିଆରେ ଲେଖା ହୋଇ ରହୁଥିଲା, ସେଥିରେ ଖଣ୍ଡିଏ ଜମିର ଉତ୍ତରରେ ପରବର୍ତ୍ତୀ ଜମି ଖଣ୍ଡି ଥିଲେ ଦ୍ୱିତୀୟ ଜମିର କ୍ରମିକ ନମ୍ୱର ଲେଖା ହେବା ପରେ 'ତ: ଉ' ଲେଖା ଯାଉଥିଲା, ଅର୍ଥାତ୍ ଏ କ୍ଷେତ୍ରଖଣ୍ଡି ପୂର୍ବୋକ୍ତ କ୍ଷେତ୍ରର ଉତ୍ତରରେ ଅବସ୍ଥିତ

ଏହିପରି ତ: ଦ'=ତହିଁ ଦକ୍ଷିଣରେ, ଅର୍ଥାତ୍ ପୂର୍ବୋକ୍ତନମ୍ୱର ଜମିର ଦକ୍ଷିଣରେ, ତ ପୂ:= ତହିଁର ପୂର୍ବରେ ଅର୍ଥାତ୍ ପୂର୍ବୋକ୍ତ ନମ୍ୱର ଜମିର ପୂର୍ବରେ, ତ: ପ:= ତହିଁର ପଶ୍ଚିମରେ ଅର୍ଥାତ୍ ପୂର୍ବୋକ୍ତ ନମ୍ୱର ଜମିର ପଶ୍ଚିମରେ]