ହାତ ଦେବା
ଦେଖଣା
କ୍ରିୟା (ଦେଶଜ)
[ସମ୍ପାଦନା]- କୌଣସି କାର୍ଯ୍ୟ କରିବାକୁ ଆରମ୍ଭ କରିବା
- କୌଣସି କାର୍ଯ୍ୟ କରିବାକୁ ଅଗ୍ରସର ହେବା
- କୌଣସି ବସ୍ତୁକୁ ବା ଦେହକୁ ହାତଦ୍ଵାରା ସ୍ପର୍ଶ କରିବା; ହାତ ଲଗାଇବା
- ପ୍ରତିଜ୍ଞା ବା ସତ୍ୟ କରିବା ଉପଲକ୍ଷରେ କୌଣସି ବ୍ୟକ୍ତିଙ୍କ ହାତରେ ନିଜର ହାତକୁ ରଖିବା; ଦୃଢ଼ ଜବାବ ଦେବା
- ହସ୍ତଦ୍ଵାରା କୌଣସି ବସ୍ତୁକୁ ଅବଲମ୍ବନ କରିବା
- ଶପଥ କରିବା ପାଇଁ ଅନ୍ୟର ପାଦକୁ ବା ଦେହକୁ ବା ମୁଣ୍ତକୁ ବା ନିଜର ପଇତାକୁ ହାତଦ୍ଵାରା ଛୁଇଁବା
- କୌଣସି ପଦାର୍ଥକୁ ସ୍ପର୍ଶ କରିବା
- ନିଜର ଦେହର କୌଣସି ଅଙ୍ଗରେ ନିଜର ହାତକୁ ସ୍ଥାପନ କରିବା